28.1 C
Bhubaneswar
Friday, April 26, 2024
Homeଓଡିଶାସହିଦ ଯବାନ ଶଶାଙ୍କ ପାଇଁ ଝୁରିଛି କ୍ଷେତ୍ରପାଳ ଗାଁ

ସହିଦ ଯବାନ ଶଶାଙ୍କ ପାଇଁ ଝୁରିଛି କ୍ଷେତ୍ରପାଳ ଗାଁ

ଯାଜପୁର : ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ କ୍ଷେତ୍ରପାଳ ଗାଁ ଝୁରୁଛି ତାର ବୀର ସନ୍ତାନ ଶଶାଙ୍କ ପାଇଁ ଏହି ଗାଁ l ଜନ୍ନନେଇ ପାଣିପବନ ବଢ଼ି ଦେଶ ମାତୃକାର ସୁରକ୍ଷା ପାଇଁ ସେନାବାହିନରେ ଯୋଗ ଦେଇଥିଲା ଦେଶପାଇଁ ପ୍ରାଣ ବଳି ଦେଲା l ଶେଷରେ ରାଷ୍ଟୀୟ ମର୍ଯ୍ୟାଦା ସହ ଶେଷ କାର୍ଯ୍ୟକୃତ୍ୟ ସମ୍ପର୍ଣ ହେଲା l  ଗ୍ରାମବାସୀଙ୍କ ଆଖିରେ ଲୁହ ଭରିଦେଲା ସାଙ୍ଗ ସାଥି ତା’ର ପିଲା ଦିନର ଅଭୁଲା କଥାଗୁଡିକ ମନେପକାଇ ଦୁଃଖରେ ଭାଙ୍ଗି ପଡିଛନ୍ତି l

ଦେଶ ମାତୃକା ପାଇଁ ପ୍ରାଣବଳି ଦେଇଛନ୍ତି ଗାଁ ସମେତ ଆଖପାଖ ଅଂଚଳ ସ୍ତବ୍ଧ ହୋଇପଡିଛି କିନ୍ତୁ ଏହି ମାଟିର ପୁଅ ଦେଶମାତୃକା ପାଇଁ ସହିଦ ହେଲା ତାହା ଯାଜପୁର ଜିଲ୍ଲା ପାଇଁ ଗର୍ଵ । ସହିଦ ହୋଇ କାଳ କାଳକୁ ନାମ ରଖିଲା ।  କ୍ଷେତ୍ରପାଳ ଗ୍ରାମର ଶଶାଙ୍କ ଶେଖର ସାମଲ ଭାରତୀୟ ସ୍ଥଳ ସେନାରେ କାର୍ଯ୍ୟରତ ଥିଲେ। ତାଙ୍କୁ ଲଦାଖ ସୀମାରେ ନିୟୋଜିତ କରାଯାଇଥିଲା । ଶତ୍ରୁ ପକ୍ଷଙ୍କ ଗୁଳିରେ ଶଶାଙ୍କ ସହିଦ ହୋଇଯାଇଛନ୍ତି। ଗତକାଲି ସେନା ବିଭାଗ ପକ୍ଷରୁ ସହିଦଙ୍କ ପରିବାରକୁ ଫୋନ ଯୋଗେ ଜଣାଇ ଦିଆଯାଇଥିଲା। ଏହି ଦୁଃଖଦ ଖବର ପାଇବା ପରେ ସହିଦଙ୍କ ପରିବାର ଲୋକେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିବା ବେଳେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳି ଯାଇଛି । ଶଶାଙ୍କ ଦୀର୍ଘ ୧୨ ବର୍ଷ ହେବ ସେନାରେ କାର୍ଯ୍ୟରତ ଥିଲେ।

ପୂର୍ବରୁ ମଧ୍ୟ ତାଙ୍କ ବାପା ସ୍ୱର୍ଗତ ଯଦୁନାଥ ନାୟକ ସେନାରେ ଯୋଗଦେଇ କାର୍ଯ୍ୟରତ ସମୟରେ ସହିଦ ହୋଇଥିଲେ । ଏବେ ୨୮ ବର୍ଷର ପୁଅ ମଧ୍ୟ ଦେଶ ପାଇଁ ଜୀବନ ଦେଇଛନ୍ତି। ଶଶାଙ୍କଙ୍କ ମୃତ୍ୟୁ ଖବର ପାଇବା ପରେ ଶୋକସନ୍ତପ୍ତ ପରିବାରକୁ ଆଶ୍ୱାସନା ଦେବା ପାଇଁ ବହୁ ଲୋକ ପହଞ୍ଚିଛନ୍ତି। ରବିବାର ଚଣ୍ଡିଖୋଲ ଛକ ଠାରେ ଶଶାଙ୍କ ପାର୍ଥିବ ଶରୀର ପହଂଚି ଥିଲା ।  ସହିଦ ବୀର ଯବାନକୁ ଭବ୍ୟ ସ୍ୱାଗତ କରିବା ପାଇଁ ହଜାର ହଜାର ଲୋକଙ୍କ ଆଖିରେ ଲୁହ ଥାଇ ହାତରେ ଫୁଲ ଧରି ବୀର ଶଶାଙ୍କ ପାର୍ଥିବ ଶରୀର ଉପରେ ପୁଷ୍ପ ବୃଷ୍ଟି କରିଥିଲେ ଜାତୀୟ ପତାକା ଧରି ବୀର ଯବାନ ଶଶାଙ୍କ ଅମର ରହେ ଭାରତ ମାତା ଜୟ ଧ୍ୱନି ଗଗନମଣ୍ଡଳ ପ୍ରକମ୍ପିତ ହୋଇ ଉଠିଥିଲା l ମହମବତୀ ଜାଳି ଶ୍ରଦ୍ଧାଞ୍ଜଳି ଜଣାଉଥିଲେ ଜିଲ୍ଲା ପ୍ରଶାସନ ପୋଲିସ ପକ୍ଷରୁ ସ୍ୱାଗତ କରାଯାଇଥିଲା ।  ଚଣ୍ଡିଖୋଲ ଠାରୁ ଶଶାଙ୍କ ଜନ୍ନ ମାଟି ପର୍ଯ୍ୟନ୍ତ ଲୋକମାନଙ୍କ ସୁଅ ଛୁଟିଥିଲା ।  ଶଶାଙ୍କ ପାର୍ଥିବ ଶରୀର ନିଜ ଜନ୍ମ ମାଟିରେ ପହଞ୍ଚିବା ପରେ ଜିଲ୍ଲା ପ୍ରଶାସନ ପୋଲିସ ବିଭାଗର ପଦସ୍ତ ଅଧିକାରୀ ମାନଙ୍କ ଉପସ୍ଥିତରେ ରାଷ୍ଟୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଥିଲା l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking