27.1 C
Bhubaneswar
Sunday, January 23, 2022
Homeଓଡିଶାଯାଜପୁରର ଭୁମି ସାହିତ୍ୟ ସୃଷ୍ଟି ପାଇଁ ଉର୍ବର- ଡ. ବିଜୟାନନ୍ଦ ସିଂହ ଚିରନ୍ତନୀ ପତ୍ରିକାର ଉନ୍ମୋଚନ...

ଯାଜପୁରର ଭୁମି ସାହିତ୍ୟ ସୃଷ୍ଟି ପାଇଁ ଉର୍ବର- ଡ. ବିଜୟାନନ୍ଦ ସିଂହ ଚିରନ୍ତନୀ ପତ୍ରିକାର ଉନ୍ମୋଚନ ଓ ବନ୍ଧୁ ମିଳନ

ଯାଜପୁର :  ଚିରନ୍ତନୀ ସାହିତ୍ୟ ପତ୍ରିକାର ବନ୍ଧୁମିଳନ ଓ ଆଲୋଚନାଚକ୍ର ବ୍ୟାସନଗର ସ୍ଥିତ ହୋଟେଲ ରୟାଲ କଳିଂଙ୍ଗ ଠାରେ ଆଇନଜୀବୀ ନାରାୟଣ ପ୍ରସାଦ ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ଉତ୍ସବରେ ଉଦଘାଟକ ଭାବେକେନ୍ଦ୍ର ସାହିତ୍ୟ ଏକାଡେମୀ ଓଡିଆ ଭାଷା ସାହିତ୍ୟ ବିଭାଗର ଉପଦେଷ୍ଟା ଡ. ବିଜୟାନନ୍ଦ ସିଂହ ଯୋଗଦାନକର କହିଥିଲେ ଭାରତୀୟ ସଂସ୍କୃତି ପରମ୍ପରା ସମଗ୍ର ବିଶ୍ୱକୁ ଆଲୋକିତ କରିଛି । ଭାରତର ନାରୀ ଶକ୍ତି ମାନବ ସମାଜକୁ ସେବା ଦାନ ଓ ତିତିକ୍ଷାର ମନ୍ତ୍ର ଦେଇଛି । ଯାଜପୁର ଭୂମିରୁ ରଚିତ ରାଜନନ୍ଦିନୀ ସମକାଳର ଏକ ସୁନ୍ଦର ଉପନ୍ୟାସ । ଯାଜପୁର ଭୂମିଏକ ଶ୍ରେଷ୍ଠଭୂମି, ଯାହାକି ସାହିତ୍ୟ ପାଇଁ ଏକ ସମୁନ୍ନତ ଅଂଚଳ ।

ଉକ୍ତ ସଭାରେ ମୁଖ୍ୟ ଅତିଥି ଡ. ଅନ୍ତର୍ଯ୍ୟାମୀ ମିଶ୍ର , ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଭାଷା ତତ୍ୱବିତ ଯୋଗଦାନ କରି ରାଜନନ୍ଦିନୀ ଉପନ୍ୟାସର ସମଗ୍ର ପୃଷ୍ଠଭୂମି ଓ ଏହାର ରଚନା ଶୈଳୀ ଉପରେ ଆଲୋଚନା କରିଥିବା ବେଳେ ସମାଜସେବୀ ଜୟନ୍ତୀ ପରିଡା ଆଲୋଚକ ଡ. ଦୁଷ୍ମନ୍ତ ନାୟକ , ଡ.ପୁଷ୍ପଲତା ରଥ , ଶିକ୍ଷାବିତ ମିରିନା ମହାନ୍ତି ଓ ଶୁଶିଲ କୁମାର ନନ୍ଦ ଆଲୋଚକ ଭାବେ ଯୋଗଦାନ କରି , ରାଜନନ୍ଦିନୀ ଉପନ୍ୟାସ ଏକ ଯୁଗୋପଯୋଗୀ ସୃଷ୍ଟିବୋଲି ମତ ବ୍ୟକ୍ତ କରିଥିଲେ । ଏହି ଅବସରରେ ସଂଯୁକ୍ତା ମହାପାତ୍ରଙ୍କ ସଂପାଦିତ ଚିରନ୍ତନୀର ଜନ୍ମସଂଖ୍ୟା ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ଚିରନ୍ତନୀ ପତ୍ରିକା ତରଫରୁ ଡ. ଅନ୍ତର୍ଯ୍ୟାମୀ ମିଶ୍ରଙ୍କୁ ଭାଷାବିତ ସମ୍ମାନ, ଡ. ବିଜୟାନନ୍ଦ ସିଂହଙ୍କୁ ଡ. ଲଳିତା ରାଉତ ସ୍ମୃତି ସମ୍ମାନ , ଶ୍ରୀମତୀ ଜୟନ୍ତି ପରିଡାଙ୍କୁ ନିଳାମ୍ବର ମହାପାତ୍ର ସାରସ୍ୱତ ସମ୍ମାନ ପ୍ରଦାନ କରାଯାଇଥିବା ବେଳେ ଦୟାନିଧି ନାୟକ ମଂଚ ପରିଚାଳନା , ଦିପ୍ତି ସାମଲ ଅତିଥି ପରିଚୟ,ପ୍ରଦାନ କରିଥିବା ବେଳେ କବି ସୁଦାମ ନାୟକ, ବାଇଧର ମାଝି, ବିଦୁତ ଲତା ଦାସ ,ଭୁବନ ମୋହନ ମହାନ୍ତି ପ୍ରମୁଖ ଉତ୍ସବ ପରିଚାଳନାରେ ସହଯୋଗ କରିଥିବାବେଳେ ଅବସରପ୍ରାପ୍ତ ଶିକ୍ଷକ ଅଶ୍ୱିନୀ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking