27.2 C
Bhubaneswar
Thursday, April 16, 2026
Homeଦେଶ ବିଦେଶଲିଭ-ଇନ୍ ପାର୍ଟନରକୁ ଜୀଅନ୍ତା ଜାଳିଦେଲା ଚଣ୍ଡାଳ ପ୍ରେମିକ

ଲିଭ-ଇନ୍ ପାର୍ଟନରକୁ ଜୀଅନ୍ତା ଜାଳିଦେଲା ଚଣ୍ଡାଳ ପ୍ରେମିକ

ବେଙ୍ଗାଲୁରୁ: ଆଇଟି ସିଟିରେ ଘଟିଛି ଲୋମଟାଙ୍କୁରା ଭଳି ଘଟଣା। ଜୀଅନ୍ତା ଜଳାଇଦେଲା ପ୍ରେମିକାକୁ ପ୍ରେମିକ। ଏହି ଘଟଣା ସମୟରେ ଲିଭ ଇନ୍ ପାର୍ଟନର ତାଙ୍କ ସମ୍ପର୍କୀୟଙ୍କ ସହିତ କାରରେ ବସି ମନ୍ଦିରରୁ ଫେରୁଥିଲେ। ଅଭିଯୁକ୍ତ ପ୍ରେମିକ ଟ୍ରାଫିକରେ ଗାଡ଼ି ଅଟକାଇ ଏଭଳି କାଣ୍ଡ ରଚିଛି। ଗାଡ଼ି ଅଟକାଇ ଲିଭ ଇନ୍ ପାର୍ଟନର ଉପରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇଛି ପ୍ରେମିକ। ତୁରନ୍ତ ମହିଳାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଆଜି ସକାଳୁ ମହିଳାଙ୍କ ମୃତ୍ୟୁ ହୋଇଛି। ଶନିବାର ରାତି ଏଭଳି ନୃଶଂସ କାଣ୍ଡ କରିଥିଲା ପ୍ରେମିକ। ମୃତ ମହିଳାଙ୍କ ନାଁ ବନଜାକ୍ଷୀ। ଅଭିଯୁକ୍ତର ନାଁ ବିଟ୍ଟଲ ଥିଲା। ଯିଏ ପେଶାରେ ଜଣେ କ୍ୟାବ୍ ଡ୍ରାଇଭର ଥିଲେ। ପୋଲିସ୍ ବିଟ୍ଟଲଙ୍କୁ ଗିରଫ କରିଛି।

ସୂଚନା ଅନୁସାରେ ବନଜାକ୍ଷୀ ଏବଂ ବିଟ୍ଟଲ ଉଭୟ ଲିଭ ଇନରେ ରହୁଥିଲେ। ହେଲେ କିଛି ଦିନ ହେବ ଦୁହିଁଙ୍କ ମଧ୍ୟରେ କିଛି ଠିକ୍ ଠାକ୍ ନଥିଲା। ତଦନ୍ତରୁ ପୋଲିସ ଜାଣିବାକୁ ପାଇଥିଲା ବିଟ୍ଟଲ ଅଧିକ ନିଶା ଖାଉଥିବାର ବନଜାକ୍ଷୀ ଚିନ୍ତାରେ ଥିଲା। ଯାହା ପାଇଁ ଉଭୟଙ୍କ ମଧ୍ୟରେ ଝଗଡ଼ା ମଧ୍ୟ ହେଉଥିଲା। ବନଜାକ୍ଷୀ ବାରମ୍ବାର ବିଟ୍ଟଲଙ୍କୁ ଚେତାବନୀ ଦେଇଥିଲେ ଯଦି ନିଶା ଠୁ ତୁମେ ଦୂରେଇ ବନି ତୁମଠୁ ମୁଁ ଦୂରେଇ ଯିବି। ଶେଷରେ ବିଟ୍ଟଲ ସୁଧୁରିବାର ନାଁ ଧରିନଥିଲା ବାଧ୍ୟ ହୋଇ ବନଜାକ୍ଷୀ ବିଟ୍ଟଲଙ୍କୁ ଛାଡ଼ି ଅଲଗା ରହିବାକୁ ନିଷ୍ପତି ନେଇଥିଲା। ହେଲେ ଅଭିଯୁକ୍ତ ଏହାକୁ ସହ୍ୟ କରିପାରିନଥିଲା ସେ ରାଗରେ ବନଜାକ୍ଷୀକୁ ଉଚିତ ଶାସ୍ତି ଦେବାକୁ ଚାହୁଁଥିଲା। ସେ ବନଜାକ୍ଷୀକୁ ରାଗରେ ପେଟ୍ରୋଲ ଢ଼ାଳି ଜୀଅନ୍ତା ଜାଳି ଦେଲା। ବନଜାକ୍ଷୀକୁ ଗୁୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଜୀବନ ଯୁଦ୍ଧ ସହ ଦୁଇ ଦିନ ସଂଘର୍ଷ କରିଥିଲେ ବନଜାକ୍ଷୀ ସୋମବାର ଦିନ ସକାଳୁ ଶେଷରେ ଆଖି ବୁଜି ଦେଇଥିଲେ ବନଜାକ୍ଷୀ। ଘଟଣାରେ ଅଭିଯୁକ୍ତକୁ ଗିରଫ କରି ତଦନ୍ତ ଜାରି ରଖିଛି ପୋଲିସ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking