31.1 C
Bhubaneswar
Tuesday, May 26, 2026
Homeଦେଶ ବିଦେଶଦିଅର ସହ ରହିବାକୁ ଚାହୁଁଥିଲା ଭାଉଜ,ଶେଷରେ କ’ଣ ହେଲା ଜାଣନ୍ତୁ..

ଦିଅର ସହ ରହିବାକୁ ଚାହୁଁଥିଲା ଭାଉଜ,ଶେଷରେ କ’ଣ ହେଲା ଜାଣନ୍ତୁ..

ବିହାର: ଚାଞ୍ଚଲ୍ୟକର ଘଟଣା। ରାତିରେ ରୁମରେ ଶୋଇଥିଲେ ସ୍ୱାମୀ-ସ୍ତ୍ରୀ। ହେଲେ ସ୍ତ୍ରୀର ମନ ସ୍ୱାମୀ ପାଖରେ ନରହି ଥିଲା ଦିଅର ପାଖରେ। ସେଥିପାଇଁ ସ୍ୱାମୀକୁ ନିଜ ରୁମରେ ତାଲା ପକାଇ ଦିଅର ବେଡରୁମରେ ଥିଲା ଭାଉଜ। ହେଲେ ତାପରେ ଯାହା ହେଲା ତାହା ଶୁଣିଲେ ଆପଣ ଚକିତ ହୋଇଯିବେ। ଘଟଣା ଏପରିକି ଭାଉଜ ଜଣକ ରାତିରେ ଦିଅର ରୁମକୁ ଯାଇଥିଲେ ସତ କିନ୍ତୁ ସକାଳର ଦୃଶ୍ୟ କିଛି ଭିନ୍ନ ଥିଲା। ଉକ୍ତ ଭାଉଜ ଜଣକ ତାଙ୍କ ଘରର ମଝିଆ ଥିଲେ। ଆଉ ସାନ ଦିଅରକୁ ହତ୍ୟା କରି ଫେରାର ହୋଇଯାଇଥିଲେ। ସକାଳୁ ରୁମରେ ଦିଅରର ରକ୍ତ ଜୁଡୁବୁଡୁ ମୃତଦେହ ଦେଖି ଚିତ୍କାର କରିବାକୁ ଲାଗିଥିଲେ। ତାପରେ ପୂରା ଘଟଣା ସାମ୍ନାକୁ ଆସିଥିଲା। ଘଟଣାଟି ହେଉଛି ବିହାରର ପାଟନାର ଫୁଲୱାରିଫରେ ଘଟିଛି। ଯେଉଁ ଘଟଣା କି ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଯେଉଁଠାରେ ଜଣେ ଯୁବକଙ୍କୁ ତାଙ୍କ ମଝିଆଁ ଭାଉଜ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମାମଲାଟି ଭୁସୌଲା ଦାନାପୁର ଅଞ୍ଚଳର। ଶନିବାର ଦିନ ରାତିରେ ପାରିବାରିକ କଳହରୁ ୨୪ ବର୍ଷୀୟ ରିଜଓ୍ୱାନ କୁରେଶୀଙ୍କୁ ହତ୍ୟା କରାଯାଇଥିବା କୁହାଯାଉଛି। ମୃତକଙ୍କ ମଝିଆଁ ଭାଉଜଙ୍କ ଉପରେ ଏହି ହତ୍ୟା ଅଭିଯୋଗ ଆସିଛି।

କୁହାଯାଉଛି ଯେ ମଝିଆଁ ଭାଉଜ ଜଣକ ତାଙ୍କ ଦିଅରକୁ ଘରେ ଶୋଇଥିବା ଅବସ୍ଥାରେ ଏକ ଛୁରୀ ଭୁସି ହତ୍ୟା କରିଛନ୍ତି। ଆଉ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ଅଭିଯୋଗ ଅନୁସାରେ, ରିଜୱାନ ରାତିରେ ତାଙ୍କ ରୁମରେ ଶୋଇଥିଲେ। ଆଉ ଏହି ସମୟରେ ତାଙ୍କ ମଝିଆଁ ଭାଇ ଶାହବାଜ କୁରେଶୀଙ୍କ ସ୍ତ୍ରୀ ଶବନମ ତାଙ୍କ ରୁମକୁ ଯାଇଥିଲେ। ଏବଂ ଛୁରୀ ଭୁସି ହତ୍ୟା କରି ସେଠାରୁ ଫେରାର ହୋଇଯାଇଥିଲେ। ଯେତେବେଳେ ରିଜଓ୍ୱାନଙ୍କର ସକାଳୁ ଉଠିବାରେ ଡେରି ହେଲା ସେତେବେଳେ ବଡ଼ ଭାଉଜ ତାଙ୍କୁ ଡାକିବା ପାଇଁ ରୁମକୁ ଯାଇଥିଲେ। ଆଉ ରୁମର ଲାଉଟ୍ ଦେଇ ଯାହା ଦେକିଲେ ଜୋରେ ଜୋରେ ଚିତ୍କାର କରିବାକୁ ଲାଗିଲେ। ପରିବାର ଲୋକଙ୍କ କହିବା କଥା, ଯେତେବେଳେ ତାଙ୍କ ବଡ଼ ଭାଉଜ ରୁମରେ ଲାଇଟ୍ ଦେଲେ ସେତେବେଳେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ରିଜଓ୍ୱାନଙ୍କ ମୃତଦେହ ରୁମରେ ପଡିଥିଲା। ଆଉ ପରେ ପୋଲିସକୁ ଖବର ଦେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking