27.1 C
Bhubaneswar
Thursday, October 2, 2025
Homeଓଡିଶାଅନୁକୂଳ -ସୁକିନ୍ଦା ରେଳ ପଥ ନେଇ ଚାଷୀ ଅସନ୍ତୋଷ

ଅନୁକୂଳ -ସୁକିନ୍ଦା ରେଳ ପଥ ନେଇ ଚାଷୀ ଅସନ୍ତୋଷ

ଯାଜପୁର : ଯାଜପୁର ଜିଲ୍ଲା କଳିଙ୍ଗନଗରକୁ ସଂଯୋଗ କରିବା ପାଇଁ ଅନୁକୂଳ -ସୁକିନ୍ଦା ରେଳ ପଥ ନିର୍ମାଣ କାର୍ଯ୍ୟ ଚାଲିଛି l ଏହି ରେଳ ପଥନିର୍ମାଣ ଚାଷୀ ମାନଙ୍କର ସମସ୍ୟା ପାଲଟିଛି । ଚାଷୀମାନଙ୍କ ଜମି ରେଳ ପଥରେ ଯାଇଛି l କିନ୍ତୁ ରେଳ ପଥ ଗାଁ ମାନଙ୍କ ନିକଟରେ ଯାଉଥିବାରୁ ଚାଷ ଜମିକୁ ଚାଷ କରିବା ପାଇଁ ଚାଷୀମାନେ ରେଳଲାଇନ ପାର ହେବାକୁ ପଡିବ l ରେଳବିଭାଗ ଚାଷୀମାନଙ୍କ ଦାବିକୁ ଶୁଣୁ ନଥିବାରୁ ସମ୍ପୃକ୍ତ ଅଞ୍ଚଳରେ ଆନ୍ଦୋଳନ ମୁଣ୍ଡ ଟେକି ଥିଲା l ଫଳରେ ରେଳପଥ ନିର୍ମାଣ କାର୍ଯ୍ୟ ବିଳମ୍ବ ଘଟିଛି  l ଚାଷୀମାନଙ୍କ ସମସ୍ୟାକୁ ଉପଲବ୍ଧ  କରି ସୁକିନ୍ଦା ବିଧାୟକ ଇଂ ପ୍ରୀତିରଞ୍ଜନ ଘଡେଇ ଘଟଣା ସ୍ଥଳ ପରିଦର୍ଶନ କରି ଚାଷୀମାନଙ୍କ ସମସ୍ୟାକୁ ଦୂର କରିବା ପାଇଁ 2ଟି ପ୍ରସ୍ତାବ ରଖିଛନ୍ତି ଏହି ପ୍ରସ୍ତାବ ରେଳ ଭିଭାଗ କର୍ତ୍ତୃପକ୍ଷଙ୍କ ନିକଟରେ ଉପସ୍ଥାପିତ ରଖିଛନ୍ତି l

ନିର୍ମାଣଧିନ ଅନୁଗୋଳ-ସୁକିନ୍ଦା ରେଲଓ୍ୱେ ଟ୍ରାକର ଦାମଦୋରପୁର ଗାଁ ନିକଟରେ ଥିବା ଚାଷୀ ଜମିକୁ ଯାତାୟତ କରିବା ଲାଗି ଅର ପାସ୍ କିମ୍ବା ଓଭର ବ୍ରିଜର ବ୍ୟବସ୍ଥା କରାଯିବ। ଉଭୟ ପ୍ରସ୍ତାବ ମଧ୍ୟରୁ ଗୋଟିକ ଉପରେ କାର୍ଯ୍ୟ କରିବାକୁ ରେଲଓ୍ୱେ ଅଧିକାରୀ ଓ ସୁକିନ୍ଦା ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବିଧାୟକ ଇଂ ପ୍ରୀତିରଞ୍ଜନ ଘଡ଼ାଇ। ଫଳରେ ଚାଷୀମାନେ ନିଜର ପ୍ରାୟ 300 ଏକରର କ୍ଷେତକୁ ଟ୍ରାକ୍ଟର ଓ ପାଓ୍ୱାରା ଟ୍ରିଲର ନେଇ ସୁବିଧାରେ ଯାଇ ପାରିବେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking