37.1 C
Bhubaneswar
Saturday, April 20, 2024
Homeଓଡିଶାବିଶ୍ୱ ଏଡ଼ସ୍ ଦିବସ ପାଳିତ

ବିଶ୍ୱ ଏଡ଼ସ୍ ଦିବସ ପାଳିତ

ଯାଜପୁର :  ଇନ୍ଦିରାଗାନ୍ଧୀ ମହିଳା(କନିଷ୍ଠ) ମହାବିଦ୍ୟାଳୟର ଯୁବ ରେଡ଼ କ୍ରସ୍ ଓ ରେଡ଼ ରିବନ କ୍ଲବ ତରଫରୁ ବିଶ୍ୱ ଏଡ଼ସ୍ ଦିବସ ମହାବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି । ଅନୁଷ୍ଠିତ ସଚେତନତା କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷା ଶ୍ରୀମତୀ ଲଳିତା ସାହୁ ସଭାପତିତ୍ୱ କରି ଉପଯୁକ୍ତ ସଚେତନତା ଦ୍ୱାରା ଏଡ଼ସ୍ ଭଳି ରୋଗକୁ ବିଶ୍ୱରୁ ଦୁର ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ । ଯୁବ ରେଡ଼କ୍ରସର ଉପଦେଷ୍ଟା ଅଧ୍ୟାପକ ସୁବାଷ ଚନ୍ଦ୍ର ସ୍ୱାଇଁ ଏଡ଼ସ୍ ରୋଗର କାରଣ ଓ ନିରାକରଣ ସଂପର୍କରେ କହିଥିଲେ ଏହି ସଚେତନତା କାର୍ଯ୍ୟକ୍ରମରେ ତ୍ରିଲୋଚନ ବିଶ୍ୱାଳ, କଲ୍ୟାଣୀ ପରିଡ଼ା, ଶିବପ୍ରସାଦ ଦାସ ଓ ବସନ୍ତ ସେଠୀ ପ୍ରମୁଖ ଯୋଗଦେଇ ନିଜର ମତ ରଖିଥିଲେ । ଯୁବ ରେଡ଼ କ୍ରସର ଉପଦେଷ୍ଟା ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking