28.1 C
Bhubaneswar
Sunday, August 24, 2025
HomeUncategorizedବ୍ୟାସନଗର କୁ ସ୍ଥାନାନ୍ତରୀତ ହେଲା ଆଂଚଳିକ ଶିଳ୍ପ କେନ୍ଦ୍ର

ବ୍ୟାସନଗର କୁ ସ୍ଥାନାନ୍ତରୀତ ହେଲା ଆଂଚଳିକ ଶିଳ୍ପ କେନ୍ଦ୍ର

ଯାଜପୁର : ବ୍ୟାସନଗର ମୁନିସିପାଲିଟି ଅନ୍ତର୍ଗତ ଛନ୍ଦମା ଠାରେ ଆଞ୍ଚଳିକ ଶିଳ୍ପ କେନ୍ଦ୍ର କଳିଙ୍ଗନଗର ର  ତା ୧. ୭. ୨0 ରିଖ ଦିନ  ନୂତନ କୋଠା ଘର ଉଦଘାଟନ ହୋଇଛି, ଆଞ୍ଚଳିକ ଶିଳ୍ପ କେନ୍ଦ୍ର ର ଭାରପ୍ରାପ୍ତ ସାଧାରଣ ପରିଚାଳକ ପି ପ୍ରଭାକର ରାଓ ଏହା କୁ ଉଦଘାଟନ କରିଥିଲେ ଉକ୍ତ କାର୍ଯ୍ୟକ୍ରମ ରେ କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀ ଯୋଗଦାନ କରିଥିଲେ !ଯାଜପୁର ରୋଡ  ଥାନା ଅଧିକାରୀ ଅନିଲ କୁମାର ମହାନ୍ତି ଉକ୍ତ କାର୍ଯ୍ୟକ୍ରମ ରେ ସ୍ୱଳ୍ପ ସମୟ ପାଇଁ ଯୋଗଦାନ କରିଥିଲେ !କୋଭିଡ -19 ଗାଇଡଲାଇନ କୁ ନଜର ରେ ରଖି କାର୍ଯ୍ୟକ୍ରମ କୁ ସଂକ୍ଷିପ୍ତ କରାଯାଇଥିଲା ଓ ବାହାର କାହାରିକୁ ନିମଂତ୍ରଣ କରାଯାଇ ନ ଥିଲା !ଉକ୍ତ କାର୍ଯ୍ୟକ୍ରମ ରେ ସହକାରୀ ପରିଚାଳକ ଶ୍ରୀ ପ୍ରଭାତ ମିଶ୍ର ସ୍ଥାନୀୟ ଶିଳ୍ପ ବିଭାଗ ଅଧିକାରୀ ଶ୍ରୀ ମନୋରଞ୍ଜନ ବିଶୋଇ, ଇଡ୍କୋ ଓ ନେସ୍କୋ କର୍ମଚାରୀ ଯୋଗଦାନ କରିଥିଲେ !ଶିଳ୍ପବିଭଗ ଅଧିକାରୀ ସର୍ବ ଶ୍ରୀ ରମାକାନ୍ତ ବେହେରା ପ୍ରକାଶ ଚନ୍ଦ୍ର ମହାନ୍ତି, ସଞ୍ଜୟ ଦାସ, ସତୀଶ ଶତପଥୀ, ବାଇନ ବେହେରା,ପାର୍ଥସାରଥୀ, ତାପସ ମହାପାତ୍ର, ଶିଳ୍ପ ପର୍ଯ୍ୟବେକ୍ଷକ  ଶ୍ରୀ ବିଜୟ କୁମାର ବେହେରା, ବରିଷ୍ଠ କ୍ଷୀପ୍ର ଲେଖକ ପ୍ରବୀଣ ପାତ୍ର, ସେକ୍ସନ ଅଫିସର ଭାରତ କୁମାର ସେଠୀ, ତପନ ଶୁକ୍ଲା, ମହେଶ୍ୱର ପାତ୍ର, ସୋମନାଥ ସାମଲ, ଦେବାଶିଷ ଗୋସ୍ବାମି ଉପସ୍ଥିତ ଥିଲେ !ସମସ୍ତ କାର୍ଯ୍ୟକ୍ରମ ଶ୍ରୀ ହିମାଂଶୁ ଶେଖର ନାୟକ ପରିଚାଳନା କରିଥିଲେ !ଉକ୍ତ କାର୍ଯ୍ୟାଳୟ ଜଗତପୁର ରୁ ସ୍ଥାନାଂତର ହୋଇ ଯାଜପୁର ଜିଲ୍ଲା ରେ କାର୍ଯ୍ୟକାରୀ ହୋଇଥିରୁ ଶିଳ୍ପଉଦ୍ୟୋଗୀ ଓ ଜିଲ୍ଲା ବାସୀ ଆନନ୍ଦ ପ୍ରକାଶ କରିଛନ୍ତି !
-ରିପୋର୍ଟ ଅଭିମନ୍ୟୁ ମିଶ୍ର

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking