19.1 C
Bhubaneswar
Tuesday, January 25, 2022
Homeଓଡିଶାମହାମାରୀ କରୋନା ରେ ପ୍ରଭାବିତ ହୋଇଛନ୍ତି ଅଣୁ, କ୍ଷୁଦ୍ର ଓ ମଧ୍ୟମ ସଂସ୍ଥା ଶିଳ୍ପ ଉଦ୍ୟୋଗୀ

ମହାମାରୀ କରୋନା ରେ ପ୍ରଭାବିତ ହୋଇଛନ୍ତି ଅଣୁ, କ୍ଷୁଦ୍ର ଓ ମଧ୍ୟମ ସଂସ୍ଥା ଶିଳ୍ପ ଉଦ୍ୟୋଗୀ

ଯାଜପୁର : କେନ୍ଦ୍ର ସରକାରଙ୍କ ଶିଳ୍ପ ନିଗମ ସହଯୋଗରେ ଯାଜପୁର ଜିଲ୍ଲାରେ ଗଢି ଉଠିଛି ଶହଶହ ଅଣୁ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ଉଦ୍ୟୋଗ । ଏମଏସଏମଇ ସ୍କିମରେ ଶିଳ୍ପସଂସ୍ଥା ଗୁଡିକୁ ମିଳିଛି ସରକାରୀ ସ୍ବୀକୃତି ଓ ଆର୍ଥିକ ସହଯୋଗ। ବ୍ୟାଙ୍କରୁ ରିହାତି ହାରରେ ଯୋଗାଇ ଦିଆଯାଇଛି ଲକ୍ଷ ଲକ୍ଷ ଟଙ୍କାର ଋଣ । କିନ୍ତୁ କୋଭିଡ-19 କଟକଣା ଏହି କ୍ଷୁଦ୍ର ଶିଳ୍ପସଂସ୍ଥା ଓ କ୍ଷୁଦ୍ର ଚାଷୀ ମୋଟର ଗ୍ୟାରେଜ, ସେଲୁନ ଗୁଡ଼ିକ ଉପରେ ପକାଇଛି ବୃହତ ପ୍ରଭାବ !ଅନେକ ଅଣୁ କ୍ଷୁଦ୍ର ସଂସ୍ଥା ର ପରିବାର କୁ ଦାନା ମିଳିବା କଷ୍ଟ କର ହୋଇ ଯାଇଛି !
ଜିଲ୍ଲାରେ କୋରୋନା ଲକଡାଉନ ପ୍ରଭାବ ପଡିଛି ଅଣୁ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ଉଦ୍ୟୋଗ ଉପରେ । ସରକାରୀ ସହାୟତା ଓ ସରକାରୀ ଋଣରେ ଗଢି ଉଠିଥିବା ଏମଏସଏମଇ ସ୍କିମର ଏହି ପ୍ରକଳ୍ପ ଗୁଡିକ ଏବେ ଅଚଳ ଅବସ୍ଥା ଦେଇ ଗତି କରୁଛନ୍ତି। ସଂସ୍ଥାର ଶ୍ରମିକ କର୍ମଚାରୀ ମାନେ ହାତବାନ୍ଧି ବସିରହିଥିବା ବେଳେ ସଂସ୍ଥାର ମାଲିକ ମାନେ ମଧ୍ୟ ହତୋତ୍ସାହିତ ହୋଇପଡିଛି। ଅନେକ ପ୍ରକଳ୍ପ ବନ୍ଦ ରହିଥିବା ଫଳରେ ଋଣ ପରିଶୋଧ କରିବା ମଧ୍ୟ କଷ୍ଟକର ହୋଇପଡିବ ସହ ଆନେକ ଙ୍କ ପରିବାର ଚାଲିବା କଷ୍ଟକର ହୋଇ ଯାଇଛି । ତେବେ ସଂସ୍ଥା ଗୁଡିକର ପୁନରୁଦ୍ଧାର ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଇତିମଧ୍ୟରେ ଉଦ୍ୟମ ଆରମ୍ଭ ହୋଇଛି। ସେମାନଙ୍କୁ ପ୍ରୋତ୍ସାହନ ଯୋଗାଇ ଦେବାକୁ ସରକାର ଘୋଷଣା କରିବା ସହ ଭାରତୀୟ ଯୁବା ଟ୍ରଷ୍ଟ ସଂସ୍ଥା ତରଫରୁ ଅନେକ ଅଣୁ କ୍ଷୁଦ୍ର ମଧ୍ୟମ ଉଦ୍ୟଉଗୀମାନଙ୍କୁ ନେଇ online ମାଧ୍ୟ୍ୟମରେ ମୋଟିଭେସନ ପ୍ରୋଗ୍ରାମ ଲକ ଡାଉନ ସମୟ ରେ ହୋଇଯାଇଛି କିଭଳି ଏହି ଘଡିସନ୍ଧି ମୁହୂର୍ତ ରେ ଧର୍ଯ୍ୟ ହରା ନ ହୋଇ କିଭଳି ଭାବେ ମୁକାବିଲା କରି ପାରିବେ ତାହା ସ୍ୱାଗତ ଯୋଗ୍ୟ ପଦକ୍ଷେପ ରହିଥିଲା
ବେହାଲ କରିଥିବା ଲକଡାଉନ ରେ ପ୍ରଭାବିତ ଅଣୁ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ଉଦ୍ୟୋଗକେନ୍ଦ୍ର ସରକାରଙ୍କ ଶିଳ୍ପ ନିଗମ ସହଯୋଗରେ ଯାଜପୁର ଜିଲ୍ଲାରେ ଗଢି ଉଠିଛି ଶହଶହ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ଉଦ୍ୟୋଗ । ଏମଏସଏମଇ ସ୍କିମରେ ଶ୍ରିଳ୍ପସଂସ୍ଥା ଗୁଡିକୁ ମିଳିଛି ସରକାରୀ ସ୍ୱୀକୃତି ଓ ଆର୍ଥିକ ସହଯୋଗ। ବ୍ୟାଙ୍କରୁ ରିହାତି ହାରରେ ଯୋଗାଇ ଦିଆଯାଇଛି ଲକ୍ଷ ଲକ୍ଷ ଟଙ୍କାର ଋଣ। ତେବେ ଏହି ଯୋଜନାରେ ଜିଲ୍ଲାର ବେକାର ମାନଙ୍କୁ ରୋଜଗାରକ୍ଷମ କରାଇବା ପାଇଁ ଗଢି ଉଠିଛି ଭିନ୍ନ ଭିନ୍ନ ପ୍ରକଳ୍ପ। ସେଥୁରୁ ୧୦୦ରୁ ଉର୍ଦ୍ଧ କେବଳ ଫ୍ଲାଏ ଆସ୍ କାରଖାନା ଗଢି ଉଠିଥିବା ବେଳେ ଜିଲ୍ଲାରେ ଗଢି ଉଠିଛି ଫ୍ଲାଏ ଆସ ବ୍ରିକ, କୂଅ ନନ୍ଦ, ଟାଇଲ, ଫ୍ୟାବ୍ରିକେସନ ୟୁନିଟ, ମସଲା ଚାଉଳ, ଚୁଡା, ଛତୁଆ, ବଢି, ପମ୍ପଡ଼, ଆଚାର, ଫୋଟୋ କପି, ଷ୍ଟୁଡିଓ, ଟେଣ୍ଟହାଉସ ଓ ହସ୍ତଶିଳ୍ପସହ ପେପର ପ୍ଲେଟ, ଛୋଟ ଛୋଟ ରେଷ୍ଟରୁଣ୍ଟ , ସିସିଟିଭି, କୋମ୍ପୁଟର ହାର୍ଡୱେର ସର୍ଭିସ ସେଣ୍ଟର, ହାଉସ କଇପିଙ୍ଗ, ବେଉଟି ପରଲାଲ, ସେଲୁନ ଗୁଡିକ ସେହି ପରି ସେଵା ଆଦି ଅନେକ ପ୍ରକଳ୍ପ। ତେବେ କୋରୋନା ଲକଡାଉନର ପ୍ରଭାବ ପଡିଛି ଏହି ଅଣୁ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ଉଦ୍ୟୋଗ ଗୁଡିକ ଉପରେ। କଟକଣା ଯୋଗୁଁ ଅଧିକାଂଶ ପ୍ରକଳ୍ପ ସମ୍ପୂର୍ଣ୍ଣ ବନ୍ଦ ଥିବା ବେଳେ ମାତ୍ର କିଛି ହାତ ଗଣତି ପ୍ରକଳ୍ପ କାଁ ଭାଁ ଶ୍ରମିକଙ୍କୁ ନେଇ ଚାଲୁ ରହିଥିବାର ଦେଖିବାକୁ ମିଳିଛି। ଏଭଳି ସ୍ଥିତିରେ କଞ୍ଚାମାଲ ଠାରୁ ଆରମ୍ଭ କରି ଉତ୍ପାଦିତ ସାମଗ୍ରୀକୁ ବଜାରରେ ବିକ୍ରିକରିବା ମଧ୍ୟ ସଂସ୍ଥା ମାନଙ୍କ ପାଇଁ କଠିନ ହୋଇପଡିଛି। ଋଣ ବୋଝ ସାଙ୍ଗକୁ ପରିବାର ଚିନ୍ତା ଘାରିଛି ଅଣୁ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ସଂସ୍ଥାର ମାଲିକ, କର୍ମଚାରୀ ଓ ଶ୍ରମିକ ମାନଙ୍କୁ। ତେବେ ସରକାରୀ ଘୋଷଣାନାମା ଅନୁଯାୟୀ ବ୍ୟାଙ୍କ ସେକ୍ଟରରେ ଏହାର କିଭଳି ସଠିକ ରୂପାୟନ ହୋଇପାରିଛି ଏନେଇ ପ୍ରଶ୍ନ ଉଠାଇଛନ୍ତି ଶିଳ୍ପ ସଂସ୍ଥାର ଉଦ୍ୟଉଗୀ ବନ୍ଧୁ ମାନେ ।ଲକଡାଉନର ପ୍ରଭାବକୁ ପ୍ରତିହତ କରିବାକୁ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ଉଦ୍ୟୋଗ ଗୁଡିକର ପୁନରୁଦ୍ଧାର ପାଇଁ କେନ୍ଦ୍ରସରକାର କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି ଅନେଜ ନୂଆ ନୂଆ ଯୋଜନା । ଏଥିପାଇଁ କେନ୍ଦ୍ରସରକାର ୨୦ଲକ୍ଷ କୋଟି ଟଙ୍କାର ଆର୍ଥିକ ସହାୟତା ରାଶି ବିନିଯୋଗ କରିବାକୁ ଘୋଷଣା ମଧ୍ୟ କରିଛନ୍ତି। ତେବେ ପ୍ରଥମ ପର୍ଯ୍ୟାୟରେ ୩ଲକ୍ଷ କୋଟି ଟଙ୍କା ବିନିଯୋଗ ହେବ ବୋଲି ବ୍ୟାଙ୍କ ମାନଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ସେଥିପାଇଁ ବ୍ୟାଙ୍କ ଗୁଡିକ ପକ୍ଷରୁ ମଧ୍ଯ ପ୍ରକ୍ରିୟାକରଣ ଆରମ୍ଭ ହୋଇଛି। ଅଣୁ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ଗୁଡିକୁ ବିନିଯୋଗ ରାଶିର ୨୦ ପ୍ରତିଶତ ଋଣ ସହାୟତା ଯୋଗାଇ ଦେବାକୁ ଘୋଷଣା ମଧ୍ୟ କରାଯାଇଛି। ତେବେ ଏହି ଋଣ ନେବାର ପ୍ରଥମ ବର୍ଷକୁ ସୁଧ ଛାଡ଼ ସାଙ୍ଗକୁ ୮.୫% ହାରରେ ଟଙ୍କା ନେବାକୁ ମଧ୍ୟ ବ୍ୟାଙ୍କକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଜୀବନ ସହିତ ଜୀବିକାକୁ ବଞ୍ଚାଇବା ପାଇଁ ସଠିକ ଉପାୟରେ ଉଚ୍ଚିତ ଲୋକକୁ ଉଚ୍ଚିତ ସହାୟତା ପ୍ରଦାନ କରାଗଲେ ଏହି ଅଣୁ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ଉଦ୍ୟୋଗ ସହିତ ହଜାର ହଜାର ଶ୍ରମିକଙ୍କ ଜୀବନ ଜୀବିକା ସୁରକ୍ଷିତ ରହିପାରିବ ବୋଲି ବିଶ୍ଳେଷକ ମାନେ ମତ ଦେଇଛନ୍ତି।ଲକଡାଉନ ତାଲା ପଡିଥିବା ଏହି ଅଣୁ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ଉଦ୍ୟୋଗ ଗୁଡିକର ପୁନରୁଦ୍ଧାର ପାଇଁ ଅର୍ଥ ସହାୟତା ସହିତ ଲମ୍ବା ସମୟର ଆବଶ୍ୟକତା ରହିଛି। ତେଣୁ ଏହାକୁ ସ୍ଵାଭାବିକ ଅବସ୍ଥାକୁ ଆଣିବାକୁ ଶିଳ୍ପସଂସ୍ଥା ମାନଙ୍କୁ ଅଧିକ ପ୍ରୋତ୍ସାହନ ଦେବା ସହ ସୁଧାହାର ହ୍ରାସ ଵା ସୁଧ ଛାଡ଼ କରିବାର ଆବଶ୍ୟକତା ସହ ଜିଏସଟି ଟାକ୍ସ ଉପରେ କୋହଳ କରିବା ଉଚିତ ବୋଲି ଅର୍ଥନିତିଜ୍ଞ ଓ ଅଣୁ ମଧ୍ୟମ ସଂସ୍ଥା ର ଉଦ୍ୟଉଗୀ ମାନେ ମତଦେଇଛନ୍ତି ତେଣୁ ମିଳିଥିବା କୋରାଇ ଶିଳ୍ପ ଉନ୍ନୟ ଅଧିକାରୀ ମନୋରଞ୍ଜନ ବିଶୋଇ ଙ୍କ ସୂଚନା ଅନୁଯାଇ ଆସନ୍ତା ତା ୧0 ରିଖ ଜିଲ୍ଲା ଡ଼ିଆରଡ଼ିଏ ଓ କଳିଙ୍ଗନଗର ରିଜୋନାଲ ଇଣ୍ଡଷ୍ଟ୍ରି ସେଣ୍ଟର ତରଫରୁ ଏକ ବୈଠକ ହେବାର ଅଛି !
-ରିପୋର୍ଟ ଅଭିମନ୍ୟୁ ମିଶ୍ର

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking