36.1 C
Bhubaneswar
Thursday, May 2, 2024
Homeଓଡିଶାସାଥି ସ୍ଵେଛା ଅନୁଷ୍ଠାନ ପକ୍ଷରୁ ଶ୍ରଦ୍ଧାଳୁ ମାନଂକୁ କୋବିଡ ନିୟମ କୁ ମାନିବାକୁ ପରାମର୍ଶ

ସାଥି ସ୍ଵେଛା ଅନୁଷ୍ଠାନ ପକ୍ଷରୁ ଶ୍ରଦ୍ଧାଳୁ ମାନଂକୁ କୋବିଡ ନିୟମ କୁ ମାନିବାକୁ ପରାମର୍ଶ

ଯାଜପୁର (ଓଏନଏ): ଜିଲ୍ଲାର ବିଂଝାରପୁର ବ୍ଲକ ଅନ୍ତର୍ଗତ ବାଇଁଶିରିଆ ପଂଚାୟତ ର ସାରଙ୍ଗପୁର ଗ୍ରାମରେ ବିଦ୍ୟମାନ ବରୁଣେଶ୍ୱର ମହାଦେବ ଙ୍କ ପୀଠ ସ୍ଥଳୀ ରେ ଚଳିତ ବର୍ଷ ସମସ୍ତ କୋବିଡ଼ କଟକଣା ଅନୁଯାଇ ଜାଗର ଓ ମହାଶିବରାତ୍ରି ନିରାଡ଼ମ୍ବର ରେ ପାଳନ କରାଯାଇଛି ।
ଚଳିତ ବର୍ଷ ର ମୁଖ୍ୟ ଆକର୍ସଣ ମୁତାବକ ଏହି ପଂଚାୟତ ର କିଛି ଉଦିୟମାନ ଯୁବକ ମାନଙ୍କ ଦ୍ୱାରା “ସାଥି “ନାମକ ଏକ ସ୍ବେଛାସେବୀ ଅନୁଷ୍ଠାନ ଜନ୍ମ ନେଇ ଏହି ମନ୍ଦିର ର ବିକଶିତ ଦିଗ ପ୍ରତି ଧ୍ୟାନ ଦିଆଯାଇଛି ମନ୍ଦିର ର ସମସ୍ତ ପାର୍ଶ୍ୱକୁ ସଫା କରାଯିବା ସହ ଆସୁଥିବା ଭକ୍ତ ମାନଙ୍କୁ କୋବିଡ଼ ନିୟମ ମାନିବାକୁ ପରାମର୍ଶ ଦିଆଯାଇଛି । ମନ୍ଦିର ର ଚତୁଃପାର୍ଶ୍ଵରେ ଡ଼ଷ୍ଟ ବିନ ରଖାଯାଇଛି ଓ ଶ୍ରଦ୍ଧାଲୁ ମାନଙ୍କୁ ଧାଡିରେ ସମଦୁରତା ବଜାୟ ରଖିବା ମାସ୍କ ପିନ୍ଧିବା ପାଇଁ ପରାମର୍ଶ ଦିଆଯାଇଥିବା ଜଣାପଡ଼ିଛି ।
ଏହି ସଙ୍ଗଠନରେ କାଶୀନାଥ ନାଥ ,ପ୍ରଶାନ୍ତ ସାହୁ , ସଂଗ୍ରାମ ପଳାଇ ,ପର୍ଶୁରାମ ସାହୁ ,ନରହରି ସାହୁ, ସୁଶାନ୍ତ ସାହୁ, ତପନ ଲେଙ୍କା , ସୁଶାନ୍ତ ଦାସ, ବିବେକାନନ୍ଦ ସିଂହ, ନିତ୍ୟାନନ୍ଦ ସାହୁ ,ରାଜକିଶୋର ସାହୁ ପ୍ରମୁଖ ସହଯୋଗ କରିଥିବା ଅନୁଷ୍ଠାନ ପକ୍ଷରୁ ସୂଚନା ମିଳିଛି । ଯୁବକ ମାନଙ୍କ ଏତାଦୃଶ କାର୍ଯ୍ୟପାଇଁ ସାଧାରଣ ଲୋକେ ଓ ଗ୍ରାମବାସୀ ସାଧୁବାଦ ଜଣାଇଛନ୍ତି । ଏହି ଅନୁଷ୍ଠାନ ଆଗକୁ ପଂଚାୟତ ରେ ବିଭିନ କାର୍ଯ୍ୟ ଜାରି ରଖିବ ବୋଲି ଅନୁଷ୍ଠାନ ର ସକ୍ରିୟ ସଦସ୍ୟ ତପନ ଲେଙ୍କା ବିଭିନ୍ନ ଗଣ ମାଧ୍ୟମ କୁ ସୂଂଚନା ଦେଇ ଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking