43.9 C
Bhubaneswar
Friday, April 19, 2024
Homeଓଡିଶାଆଜି ଜାଗର ଯାତ୍ରା ପ୍ରତିଷ୍ଠା ହୋଇଛି ଓଡ଼ିଶାର ବୃହତ୍ ଶିବଲିଙ୍ଗ

ଆଜି ଜାଗର ଯାତ୍ରା ପ୍ରତିଷ୍ଠା ହୋଇଛି ଓଡ଼ିଶାର ବୃହତ୍ ଶିବଲିଙ୍ଗ

କଳାହାଣ୍ଡି:  ଆଜି ଦେବଦେବ ମହାଦେବ ଙ୍କ ଜାଗର ଯାତ୍ରା , ଗାଁଠୁ ସହର ଚଳଚଞ୍ଚଳ , ଭଜନ କୀର୍ତ୍ତନ ସବୁଠି ଭକ୍ତି ମୟ ପରିବେଶ ସୃଷ୍ଟି ହୋଇ ଥିବା ବେଳେ ଏମିତି ଏକ ଶିବଲିଙ୍ଗ ଆପଣ ଦେଖିନ ଥିବେ ଯାହାର ଉଚ୍ଚତା 55ଫୁଟ ଥିବା ବେଳେ ଝଲସୁଛି ରଙ୍ଗୀନ ଆଲୁଅରେ  l

କଳାହାଣ୍ଡି ଜିଲ୍ଲା ଆଦିବାସୀ ବହୁଳ ଅଞ୍ଚଳ ଗୋଲାମୁଣ୍ଡା ବ୍ଲକ l ହେଲେ ଏହି ବ୍ଲକ ର ମହାଲିଙ୍ଗ ଠାରେ ନିର୍ମିତ ହୋଇଛି 55 ଫୁଟ ଉଚ୍ଚତା ବିଶିଷ୍ଟ ଶିବଲିଙ୍ଗ l ଯାହାକି ଗ୍ରାମବାସୀ ଙ୍କ ଦୀର୍ଘ ଦିନର ସ୍ଵପ୍ନ ଥିଲାଓ ଏଥିପାଇଁ ଖର୍ଚ୍ଚ ହୋଇଛି 15ଲକ୍ଷ l ନିର୍ମାଣ ପାଇଁ ତିନି ମାସ ସମୟ ଲାଗି ଥିବା ବେଳେ ଗାଁକୁ ସହଜ ରେ ଲୋକେ ଜାଣିବା ପାଇଁ ଏହି ଭବ୍ୟ ଶିବଲିଙ୍ଗ ନିର୍ମାଣ ହୋଇଛି ଏହା ମାନ୍ୟବର ବିଧାୟକ ଦିବ୍ୟ ଶଙ୍କର ମିଶ୍ର ଙ୍କ ପ୍ରେରଣା ବୋଲି ବୋଲି କହିଛନ୍ତି ଗ୍ରାମବାସୀl  ଭବ୍ୟ ଶିବ ଲିଙ୍ଗ ନିର୍ମାଣ ପଛରେ କୌଣସି ପୌରାଣିକ କିମ୍ବଦନ୍ତୀ ନ ଥିବା ବେଳେ ଏହା ହେଉଛି ଓଡ଼ିଶା ର ଅଦିତ୍ୱୀୟ ଶିବଲିଙ୍ଗ l ଆଖପାଖ ଅଞ୍ଚଳରେ କୌଣସି ସ୍ଥାନ ରେ ଭବ୍ୟ ଶିବଲିଙ୍ଗ ପ୍ରତିଷ୍ଠା ହୋଇ ନ ଥିବା ବେଳେ ଏହାକୁ ଦେଖିବା ପାଇଁ ବହୁ ଦୂର ଦୁରାନ୍ତର ରୁ ଲୋକଙ୍କ ସୁଅ ଛୁଟିଛି l ଖାଲି ସେତିକି ନୁହେଁ ଏହା ନିର୍ମାଣ ହେବା ଦ୍ବାରା ଅଞ୍ଚଳ ରେ ଭକ୍ତି ମୟ ଓ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇ ଛି ଏବଂ ମହାଲିଙ୍ଗ ପାଦଦେଶରେ ଏକ ରାଧାକୃଷ୍ଣ ଙ୍କ ଯୁଗଳ ପ୍ରତି ମୂର୍ତ୍ତି ସ୍ଥାପନ କରାଯିବ ଓ ନିୟମିତ ଠାକୁର ପୂଜା ପାଇବେ ବୋଲି ପୂଜକ କହିଛନ୍ତି l ସେ ଯାହା ହେଉଏହି ଭବ୍ୟ ମହା ଶିବଲିଙ୍ଗ ନିର୍ମାଣ ପାଇଁ କୌଣସି ସରକାରୀ ଅର୍ଥ ଲାଗି ନ ଥିବା ବେଳେ ଗ୍ରାମ ବାସି ଓ ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗରେ ନିର୍ମାଣ ହୋଇ ପାରିଛି lଏହି ଶିବ ଲିଙ୍ଗ ହିଁ ଗାଁ ର ଏକତା ଓ ଆଧ୍ୟାତ୍ମିକ ଦିଗ ପ୍ରତି ଅଞ୍ଚଳ ପାଇଁ ଉଦାହରଣ ସୃଷ୍ଟି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking