28.1 C
Bhubaneswar
Friday, April 26, 2024
HomeUncategorizedହଳଦିଗଡିଆ ଗ୍ରାମ ରେ  ଭୟାବହ ଅଗ୍ନି କାଣ୍ଡ  ରେ ଘର ପୋଡିଜଳି ଛାରଖାର

ହଳଦିଗଡିଆ ଗ୍ରାମ ରେ  ଭୟାବହ ଅଗ୍ନି କାଣ୍ଡ  ରେ ଘର ପୋଡିଜଳି ଛାରଖାର

ଯାଜପୁର : ଆଜି କୋରାଇ ବ୍ଲକ ଅନ୍ତରଗତ  ଗ୍ରାମ ହଳଦିଗଡ଼ିଆର ନିବାସୀ ଭାଗିରଥିନାଥଙ୍କର ଚାଳଛପର ଘର ଆକସ୍ମିକ ଭାବେ ନିଆଁ ଲାଗିଯାଇଥିଲା । ଏଥିରେ ସଂପୁର୍ଣ୍ଣ ରୁପେ ଛଅ ବଖରା ଘର ଆଲମିରା,ଖଟ,  ସୋଫା, ଧାନ ଚାଉଳ, ଲୁଗାପଟା ସହ ଅତ୍ୟାବଶକୀୟ କାଗଜପତ୍ର ଟଙ୍କା ପଇସା ସହ ଆନୁମାନିକ ସାତରୁ ଆଠ ଲକ୍ଷ ସଂପତ୍ତି ପୋଡ଼ି ନିମିଷକ ମଧ୍ୟରେ ଧ୍ବଂସ ପାଇଯାଇଥିଲା।ଖବର ପାଇ ସ୍ଥାନୀୟ ଵରୁଣ୍ଡାଇର ଦମକଳ ଆସି ନିଆଁକୁ ଆୟତକଲାବେଳକୁ ସବୁ ଧ୍ବଂସ ପାଇଯାଇଥିଲା। ଏଥିରେ ପରିବାର ସଂପୁର୍ଣ୍ଣ ଭାବେ ଆଜି ନିରାଶ୍ରୟ ହୋଇପଡିଛନ୍ତି।ମୁଣ୍ଡ ଗୁଂଜିବାକୁ ଘର ଖଣ୍ଡେ ବି ନାହିଁ!
ଜିଲ୍ଲା ପ୍ରଶାସନ ଓ ବିଭିନ୍ନ ସ୍ଵେଚ୍ଛାସେବୀ ସଂଗଠନମାନେ ସହଯୋଗର ହାତ ବଢ଼ାଇବାକୁ ଅନୁରୋଧ କରିଛନ୍ତି !

ଖବର ପାଇ କୋରେଇ ଥାନା ଅଧିକାର ରଂଜିତ ମହାନ୍ତି, ତୁଳତୀ ପଞ୍ଚାୟତର ସରପଞ୍ଚ ଦିପ୍ତିମୟୀ କୁଅଁର ,ହଳଦୀ ଗଡିଆ ପଞ୍ଚାୟତର ସରପଞ୍ଚ।ସବିତା ମଲ୍ଲିକ ଓ ସରପଞ୍ଚ ଙ୍କ ସ୍ୱାମୀ ଅନାଦି ମଲ୍ଲିକ, ତାରାକୋଟ ପଞ୍ଚାୟତ ର ସମିତି ସଭ୍ୟ ଉମାକାନ୍ତ ବେହେରା, ବରିଷ୍ଠ କଂଗ୍ରେସ ନେତା ସମାଜ ସେବି ହରେକୃଷ୍ଣ ସାହୁଙ୍କ ସହ  ଅନେକ ବ୍ୟକ୍ତି ବିଶେଷ ପହଁଚି ଅଗ୍ନି ବିପନ୍ନ ପରିବାରକୁ ସମବେଦନା ସହ ପ୍ରଶାସନ ତରଫରୁ  ଯଥା ଶୀଘ୍ର  ଯଥା  ସରକାରୀ
ଅନୁଦାନ ର ରାଶି  ମିଳୁ ବୋଲି ଦାବି କରିଛନ୍ତି |

 

କଂଟେନମେଂଟ ଅଂଚଳ ଘୋଷଣା


ଯାଜପୁର : ଆଜି ଯାଜପୁର ପୌରପାଳିକାର ୮ ନଂ ୱାର୍ଡ ଅଂଚଳରୁ ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସେହି ଅଂଚଳକୁ କଂଟେନମେଂଟ ଅଂଚଳ ଭାବେ ଘୋଷଣା କରିଛି ଜିଲାପ୍ରଶାସନ । ୱାର୍ଡ ନଂ ୧,୮ ଏବଂ ୯ ର ଆଶିଂକ ଅଂଚଳ ଏହି କଂଟେନମେଂଟ ଜୋନ ଅଧିନରେ ରହିବ । ଏହି ଅଂଚଳର ସମସ୍ତ ପ୍ରବେଶ ଓ ପ୍ରସ୍ତାନ ପଥ ସଂପୁର୍ଣ୍ଣ ବନ୍ଦ ରହିବ । ସଂପୁର୍ଣ୍ଣ ଅଂଚଳକୁ ସାନିଟାଇଜ କରାଯିବା ସହିତ ଆକ୍ରାନ୍ତ ଜଣକ ଯାଇଥିବା ସ୍ଥାନକୁ ମଧ୍ୟ ସାନିଟାଇଜ କରାଯାଉଛି । ଆସନ୍ତା ଜୁନ ମାସ ୯ ତାରିଖ ପର୍ଯ୍ୟନ୍ତ ଏହି ଅଂଚଳରେ କଂଟେନମେଂଟ କଟକଣା ରହିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ଜିଲାର ୭ଟି ବ୍ଳକ ଏବଂ ଗୋଟିଏ ପୌରାଚଂଳରେ ୧୮ଟି କଂଟେମେଂଟ ଜୋନ ରହିଥିବା ଜଣାପଡିଛି । ଯଦି କୌଣସି ବ୍ୟକ୍ତି କ୍ୱାରେଂଟିନରେ ରହିଥିବା ବେଳେ କୋରୋନା ପଜିଟିଭ ଭାବେ ଚିହ୍ନଟ ହୁଅନ୍ତି ସେହି ଅଂଚଳରେ ୧୪୪ ଧାରା ଜାରି କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିିଳିଛି ।

ବରୀ ରୁ ପୁଣି ୨ଜଣ କରୋନା ପଜେଟିଭ ଚିହ୍ନଟ


ଯାଜପୁର :  ବରୀ ବ୍ଲକ ଅଧିନ ଚନ୍ଦନପୁର ପଂଚାୟତ ମିର୍ଜାପୁର  ଗ୍ରାମରୁ ଆଜି ୨ ଟି କରୋନା ପଜେଟିଭ  ଚିହ୍ନଟ ହୋଇଥିବା ଜଣାପଡିଛି, ମିଳିଥିବା ସୂଚନା ରୁ ଜଣାଯାଇଛିଯେ, ମିର୍ଜାପୁର ଗ୍ରାମର ବାପ ,ମା ଓ ଝିଅ କଲକତା ରୁଆସି ମିର୍ଜାପୁର ପ୍ରଥମିକ ବିଦ୍ୟାଳୟ ରେ ହୋଇଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରହୁଥିଲେ ,ଏମାନଙ୍କର ସ୍ୱାବ  ପରୀକ୍ଷା ପରେ ବାପା(, ୩୯),ଝିଅ (୧୨),ଙ୍କୁ କରୋନା ପଜେଟିଭ ଥିବା ଜଣାପଡିଛି ,ବାପା ଓ ଝିଅ ଙ୍କୁ ଆଜି ସନ୍ଧ୍ୟା ସୁଦ୍ଧା କୋଭିଡ଼ ହସ୍ପିଟାଲ କୁ ନିଆ ଯିବ ବୋଲି ଭାରପ୍ରାପ୍ତ ବିଡ଼ିଓ   ଶାଶ୍ୱତ ଜେନା କହିଛନ୍ତି |

 
– ରିପୋର୍ଟ : ଅଭିମନ୍ୟୁ ମିଶ୍ର

 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking