35.1 C
Bhubaneswar
Friday, May 10, 2024
Homeଓଡିଶାଯାଜପୁର ଜିଲ୍ଲା ରେ କରୋନା ପୋଜେଟୀଭି କ୍ରମଶଃ ହ୍ରlସ ପାଉଛି 

ଯାଜପୁର ଜିଲ୍ଲା ରେ କରୋନା ପୋଜେଟୀଭି କ୍ରମଶଃ ହ୍ରlସ ପାଉଛି 

 

ଯାଜପୁର  : ଯାଜପୁର ଜିଲ୍ଲା ରେ ଦୁଇ ଦିନ ହେଲା କରୋନା ପୋଜେଟୀଭି ସଂଖ୍ୟା ଧୀରେ ଧୀର ହ୍ରlସ ପାଉଥିବା ଲକ୍ଷ କରାଯାଇଛି l ଜିଲ୍ଲା ପ୍ରଶାସନ ଓ ପୋଲିସ ର କଡା ଆଭିମୂଖ୍ୟ ଅମାନିଆ ଙ୍କ ପ୍ରତି ଆକ୍ସନ ମୁଡ଼ ଓ ଜନସାଧାରଣ ଙ୍କ କୋବିଦ ଗାଇଡ଼ ଲାଇନ କୁ ପାଳନ କରୁ ଥିବା ରୁ ପୋଜେଟୀଭି ଙ୍କ ସଂଖ୍ୟା ହ୍ରlସ ପାଉଛି ବୋଲି କୁହାଯାଉଛି l ଗ୍ରାମ୍ୟl ଅଂଚଳ ରେ କେତକ ଅମାନିଆ କୋବିଦ ଗାଇଡ଼ ଲାଇନି କୁ ଖୋଲାମ ଖୋଲା ମାନୁ ନାହାନ୍ତି ଗ୍ରାମାଞ୍ଚକ ର ଲୋକ ମାନେ କରୋନା ପୋଜେଟୀଭି ପରୀକ୍ଷା ପାଇଁ ବିଶେଷ ଭାବରେ ଆସୁ ନାହାନ୍ତି ଟୀକା ନେବା ପାଇଁ ଆସୁ ଛନ୍ତି ଜ୍ୱର ରେ ମୃତ୍ୟୁ ହେଲେ ନୁଚେଇ ଦାହ କରୁଛନ୍ତି 14, 15, 16, ତାରିଖ ରିପୋର୍ଟ କୁ ବିଚାର କଲେ କରୋନା ପୋଜେଟୀଭି ସଂଖ୍ୟା କମୁଚି 14ରେ 392, 15, 383, 16, 281ପୋଜେଟୀଭି ଚିହ୍ନଟ କରାଯାଇଛି l.ଏବେ ପଶ୍ଚିମ ବଙ୍ଗ ରୁ ଆସୁ ଥିବା ଲୋକ ପ୍ରଶାସନ ର ମୁଣ୍ଡ ବ୍ୟଥା କାରଣ ସାଜିଛି l.

– ପଶ୍ଚିମବଙ୍ଗ ସରକାର ସମସ୍ତ ସରକାରୀ ଓ ବେସରକାରୀ ଅଫିସ ଓ ଅନୁଷ୍ଠାନ ଗୁଡିକୁ ଛୁଟି ଓ ବନ୍ଦ ଘୋଷଣା କରିଥିବାରୁ ସେଠାରେ ବିଭିନ୍ନ ସଂସ୍ଥାରେ କାର୍ଯ୍ୟ କରୁଥିବା ଯାଜପୁର ଜିଲ୍ଲାର ବହୁ ଲୋକ ଆଜି ବିଭିନ୍ନ ରାତି ଟ୍ରେନରେ ଆସୁଥିବା ବିଶ୍ଵସ୍ଥ ସୂତ୍ରରୁ ଖବର l

ଗତ ବର୍ଷ ଯାଜପୁରରେ ପ୍ରଥମେ କଲିକତା ରୁ ଆସି କଟିକଟାରେ 4ଜଣ ପହଁଚି ଥିଲେ l ବ୍ଲକ ପ୍ରଶାସନ ର ଖାମଖିଆଲି ପାଇଁ ସଂକ୍ରମିତ ବ୍ୟାପିଥିଲା l ଏବେଠାରୁ ଯଦି ଜିଲ୍ଲା ପ୍ରଶାସନ ସତର୍କତା ନ ରହେ ନେଡି ଗୁଡ଼ କୋହୁଣିକୁ ବୋହିଯିବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଧରିଛି ଟ୍ରେନ ଆସୁ ଥିବା ପ୍ରବାସୀ ମାନଂକୁ ରେଳ ଷ୍ଟେସନ ମାନଙ୍କରେ ସ୍ଲାବେ ପରୀକ୍ଷା କରାଯିବା ସଂଗେ ଗାଁ ନ ଛାଡି ପ୍ରଶାସନ ପକ୍ଷରୁ ଅନ୍ୟ ଏକ ସ୍ଥାନ ସଂଗ ରୋଧ ରଖି ବା ପାଇଁ ବୁଦ୍ଧି ଜୀବି ମହଲ ଦାବି ହେଉଛି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking