43.9 C
Bhubaneswar
Friday, April 19, 2024
Homeବ୍ରେକୀଙ୍ଗଜୟପୁର ଜୋନ ବନ୍ଦର ପ୍ରତିବାଦରେ ଆନ୍ଦୋଳନ

ଜୟପୁର ଜୋନ ବନ୍ଦର ପ୍ରତିବାଦରେ ଆନ୍ଦୋଳନ

କୋରାପୁଟ: କୋରାପୁଟ ଜିଲ୍ଲା ଜୟପୁରରେ ରାଜ୍ୟ ସଡ଼କ ପରିବହ ନିଗମ ର ଜୟପୁର ୟୁନିଟ କୁ ବନ୍ଦ କରିବା ପାଇଁ ରାଜ୍ୟ ସରକାର ନିଷ୍ପତି ନେଇଥିବା ଖବର ପାଇ ଜୋନ୍ ର କର୍ମଚାରୀ ମାନେ ଅସନ୍ତୋଷ ପ୍ରକୋଠ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏନେଇ ଆଜି ଡ଼ିପ ପରିସର ରେ ସମସ୍ତ କର୍ମଚାରୀ ଏକତ୍ରିତ ହୋଇ ସ୍ଲୋଗାନ ଦେଇଥିଲେ।
ଜୟପୁର ଜୋନ୍ ଟି ରାଜ୍ୟ ର ଏକ ବଡ଼ ଜୋନ୍ ହୋଇଥିବା ବେଳେ 1958 ଏହି ଜୋନ୍ କୁ ପ୍ରତିଷ୍ଠା କରାଯାଇଥିଲା। ଏହି ଜୋନ୍ ଅଧୀନ ରେ 27ଟି ରୁଟ ରେ 50 ଟି ବସ ଚଳାଚଳ କରୁଥିଲା। ଏଠାରୁ ଅଭିବକ୍ତ କୋରାପୁଟ ଜିଲ୍ଲା ସମେତ ରାଜଧାନୀ ଭୁବନେଶ୍ବର, ବ୍ରହ୍ମପୁର, ଆନ୍ଧ୍ରପ୍ରଦେଶ, ଛତିଶଗଡ଼ ରୁଟ ରେ ବସ ଚଳାଚଳ କରୁଥିଲା । ସରକାର ଏହି ୟୁନିଟ କୁ ବନ୍ଦ କରିବା ପାଇଁ 8 ଟି ରେଗୁଲାର କର୍ମଚାରୀ ଙ୍କୁ ଅନ୍ୟତ୍ର ବଦଳି କରିଥିବା ବେଳେ ପରବର୍ତ୍ତୀ ନିର୍ଦ୍ଦେଶନାମ ପର୍ଯ୍ୟନ୍ତ ଡିଟିଏମ ଅଫିସ ଡିପ କାର୍ଜଳୟ ରେ ତାଲା ପକେଇବା ପାଇଁ ନିର୍ଦ୍ଦେଶ ଜାରିକରିଛନ୍ତି। ଏହି ଖବର ପାଇବା ପରେ ଜୀବନ ଜୀବିକା ସହିତ ଜଡିତ ହୋଇଥିବା 150 ରୁ ଅଧିକ driver ,condoctor ,ହେଲାପରେ ଓ କର୍ମଚାରୀ ଙ୍କ ମୁଣ୍ଡ ରେ ଚଡ଼କ ପଡିବା ସଦୃଶ୍ୟ ହୋଇଛି।

ଦୀର୍ଘ 6 ମାସ ହେବ ଦରମା ନ ପାଇ ବହୁ କଷ୍ଟ ପରିବାର ପ୍ରତିପୋଷଣ କରି କରନା ମହାମାରୀ ସମୟରେ ନିଜ ଜୀବନ କୁ ବାଜି ଲଗେଇ ସରକାର ନିର୍ଦ୍ଦେଶ ପାଇ କର୍ମଚାରୀ ମାନେ କାର୍ଯ୍ୟ ତୁଲାଇଥିଲେ। ଏହି ଘଡିସନ୍ଧି ମୁହୂର୍ତ୍ତରେ ସରକାର ଅନୁକମ୍ପା ବଦଳରେ ଜନ ବନ୍ଦ କରିବା ନିଶ୍ଚତି କୁ osrtc ର କର୍ମଚାରୀ ସଂଘ ତୀବ୍ର ବିରୋଧ କରିଛି। ତେଣୁ ରାଜ୍ୟ ସରକାର ତୁରନ୍ତ ନିଜ ନିଶ୍ଚତି ରୁ ଓହରି ବଦଳି କରିଥିବା 8ଜଣ କର୍ମଚାରୀ ଙ୍କୁ ବାତିଲ କରିବା ଓ ପୁନଃ ଜୟପୁର ଜୋନ୍ ରୁ ବସ ଚଳାଚଳ କରିବା l ସସପେଣ୍ଡ ହେଇଥିବା କର୍ମଚାରୀ ଙ୍କୁ ବାତିଲ କରିବା ଦାବି ରଖାଯାଇଛି। ତେଣୁ ତୁରନ୍ତ ସମସ୍ୟା ର ସମାଧାନ ନ କରିଲେ ନିଆଁ ଜଳିବ ବୋଲି ଚେତାବନୀ ଦେଇଥିବା ବେଳେ ଜୟପୁର ରେ ସୁନ୍ଦର ସରକାରି ବସ ଷ୍ଟାଣ୍ଡ 12 କୋଟି ଟଙ୍କା ବିନିମୟରେ ଜୋରସୋରରେ ନିର୍ମାଣ ଚାଲିଥିବା ବେଳେ ଜୋନ୍ ବନ୍ଦ କରିବା କେତେଦୂର ଯଥାର୍ଥ ବଲି ସଙ୍ଘ ପ୍ରଶ୍ନ କରିଛି।ଏହି ଆନ୍ଦଳନ କୁ ବିଜେଡି ନେତ୍ରୀ ଇନ୍ଦିରା ନନ୍ଦ ସମର୍ଥନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking