28.1 C
Bhubaneswar
Thursday, May 2, 2024
Homeଓଡିଶାସ୍ୱାମୀ ବିବେକାନନ୍ଦ ମହାବିଦ୍ୟାଳୟରୁ ରାତି ଅଧିଆ ଲକ୍ଷାଧିକ ଟଙ୍କାର ଆଜବେଷ୍ଟସ, ଲୁହା,କାଠ ଚାଲାଣ

ସ୍ୱାମୀ ବିବେକାନନ୍ଦ ମହାବିଦ୍ୟାଳୟରୁ ରାତି ଅଧିଆ ଲକ୍ଷାଧିକ ଟଙ୍କାର ଆଜବେଷ୍ଟସ, ଲୁହା,କାଠ ଚାଲାଣ

ଜଗତସିଂହପୁର: ସ୍ଥାନୀୟ ଏସଭିଏମ କଲେଜ ପରିସରସ୍ଥ ସାଇନ୍ସ ବ୍ଲକ ଭିତରେ ଥିବା ଲାବୋରେଟୋରି ଘର ଭଙ୍ଗା ଯିବା ଫଳରେ ବାହାରିଥିବା ଲକ୍ଷାଧିକ ଟଙ୍କାର ଆଜବେଷ୍ଟସ,ଲୁହା ଓ ବହୁମୂଲ୍ୟ କାଠ ସରଞ୍ଜାମକୁ ବିକ୍ରି କରିଦିଆଯାଇଥିବା ଜନସାଧାରଣରେ ଅଭିଯୋଗ ହେଉଛି । ବର୍ତମାନ ସରକାରଙ୍କ କୋଭିଡ କଟକଣା ଅନୁଯାୟୀ ସରକାରୀ କାର୍ଯ୍ୟଳୟରେ ସାଧାରଣ ଜନତା ପ୍ରବେଶ ନିଷେଧ କିନ୍ତୁ ଯଦି ଏସବୁ ଜିନିଷ ନିଲାମ କରାଯାଇଛି ତେବେ କେମିତି କରାଗଲା ଓ ନିଲାମ ସଂକ୍ରାନ୍ତୀୟ ସ୍ଥାନୀୟ ଖବର ଜନସାଧାରଣଙ୍କୁ ମଧ୍ୟ ଅବଗତ କରାଯାଇ ନାହିଁ ବୋଲି ଅଭିଯୋଗ ହେଉଛି । ତାପରେ ମଧ୍ୟ ନିଲାମ ସଂକ୍ରାନ୍ତୀୟ କୌଣସି ଖବରକାଗଜରେ ମଧ୍ୟ ବିଜ୍ଞାପନ ଦିଆଯାଇନାହିଁ ବୋଲି ଅଭିଯୋଗ ହେଉଛି ।

ଏ ସଂକ୍ରାନ୍ତୀୟ ଘଟଣା ଜାଣିବାକୁ ଯୋଗାଯୋଗ ଅଭାବରୁ କଲେଜ କତ୍ତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ଦୀର୍ଘ ଦିନ ତଳୁ ଜରାକିର୍ଣ ଅବସ୍ଥାକୁ ଚାଲିଆସି ଆଜବେଷ୍ଟସରୁ ପାଣି ଗଳି ବିପଦ ସଂକୁଳ ଅବସ୍ଥାରେ ଥିବା ସାଇନ୍ସ ବ୍ଲକର ଲାବୋରେଟୋରି ଗୃହ ଭଙ୍ଗାଯାଇ ସରକାରୀ ଅନୁଦାନ ରେ ସେ ଗୃହକୁ ଛାତ କରାଯାଇଥିଲା । ଫଳରେ ସେଠାରୁ ଲକ୍ଷାଧିକ ଟଙ୍କାର ପୁରୁଣା ଆଜବେଷ୍ଟସ, ଲୁହା ,ଦାମୀକିଆ ଶାଳ,ପିଆଶାଳ କାଠ ସବୁ ବାହାରିଥିଲା । ଏ ସବୁ ଜିନିଷ ମଧ୍ୟ ସୁରକ୍ଷିତ ଭାବରେ ଗଛିତ ରଖାଯାଇଥିଲା କିନ୍ତୁ ଗତ ୯ ତାରିଖ ରାତ୍ରି ସମୟରେ ଏ ସବୁ ଗଛିତ ଜିନିଷ କଲେଜ ହତା ବାହାରକୁ ଚାଲାଣ କରାଯିବା ବର୍ତମାନ ଜନସାଧାରଣରେ ସଂନ୍ଦେହ ସୃଷ୍ଟି କରୁଛି । ଏହି ସବୁ ଜିନିଷ ନିଲାମ କରାଯାଇଛି କି ନାହିଁ ଯଦି ନିଲାମ କରାଯାଇଛି ତେବେ ତାହା ସଠିକ ପଦ୍ଧତିରେ ହୋଇଛି କି ନାହିଁ ତାହା ତଦନ୍ତ ସାପେକ୍ଷ ଓ ଏହି ଜିନିଷକୁ କଲେଜ କର୍ମଚାରୀ ନିଜ ନିଜ ଭିତରେ ନେଇଛନ୍ତି କି ବାହାର ଲୋକ ନେଇଛନ୍ତି ତାହା ମଧ୍ୟ ତଦନ୍ତ ପରିସରଭୁକ୍ତ ହେବା ଉଚିତ ବୋଲି ସ୍ଥାନୀୟ ଜନସାଧାରଣ ଦାବି କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking