28 C
Bhubaneswar
Friday, May 16, 2025
Homeଦେଶ ବିଦେଶମେଲୋଡି ଦେଖିବା କାଳ ହେଲା: ଲାଇନ୍ ପାର୍ ବେଳେ ଟ୍ରେନ୍‌ ଧକ୍କାରେ ଜଣେ ମୃତ

ମେଲୋଡି ଦେଖିବା କାଳ ହେଲା: ଲାଇନ୍ ପାର୍ ବେଳେ ଟ୍ରେନ୍‌ ଧକ୍କାରେ ଜଣେ ମୃତ

ଚନ୍ଦ୍ରଶେଖରପୁର: ମେଲୋଡି ଦେଖିବା କାଳ ହେଲା । ଟ୍ରେନ୍‌ ଲାଇନ ପାର ହୋଇ ଯିବା ସମୟରେ ଟ୍ରେନ୍‌ ଧକ୍କା ଦେଲା । ଫଳରେ ଜଣେ ଯୁବକଙ୍କ ଜୀବନ ଯାଇଥିବା ବେଳେ ଜଣେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ଏମିତି ଅଭାବନୀୟ ଘଟଣା ଭିଏସଏସ୍‌ ନଗର ଟ୍ରେନ୍‌ ଲାଇନରେ ଘଟିଛି । ମୃତ ଯୁବକଙ୍କ ହେଲେ ପୁରୁଷୋତ୍ତମ ବସ୍ତିର ସୁରେଶ ରେଡ୍ଡି । ଗୁରୁତର ଆହତ ଯୁବକଙ୍କ ପରିଚୟ ମିଳିପାରିନି । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁଯାୟୀ ରବିବାର ସନ୍ଧ୍ୟାରେ ମଞ୍ଚେଶ୍ୱର ଶିଳ୍ପାଞ୍ଚଳ ଭିତରେ ମେଲୋଡି ହେଉଥିଲା । ଉକ୍ତ ବସ୍ତିର ୬ ଯୁବକ ମେଲୋଡି ଦେଖିବା ପାଇଁ ଟ୍ରେନ୍‌ ଲାଇନ୍‌ ପାର ହୋଇ ଯାଉଥିଲେ । ୫ ଯୁବକ ପାର ଲାଇନ୍‌ ହୋଇ ସାରିଥିଲେ । ସୁରେଶ ଲାଇନ୍‌ ପାର ହେଉଥିବା ସମୟରେ ଟ୍ରେନ୍‌ ଧକ୍କା ଦେବାରୁ ତାଙ୍କର ସେଠାରେ ମୃତ୍ୟୁ ହୋଇଥିଲା । ମୃତଦେହକୁ ଜିଆରପି ଥାନା ପୁଲିସ ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ସେହିପରି ୧୦ଟା ସମୟରେ ଆଉ ଜଣେ ଯୁବକ ଟ୍ରେନ୍‌ ଲାଇନରେ ଫୋନରେ କଥାବାର୍ତ୍ତା ହୋଇ ପାର ହେଉଥିବା ସମୟରେ ତାଙ୍କୁ ଟ୍ରେନ୍‌ ଧକ୍କା ଦେଇଥିଲା । ସେ ଗୁରୁତର ଆହତ ହୋଇପଡିଥିଲେ । ତାଙ୍କୁ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲ ପଠାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking