ଦୁବାଇ : ଦୁବାଇରେ ପୁଣି ବର୍ଷାର ତାଣ୍ଡବ । ଗତ କିଛି ଦିନ ତଳେ ଦୁବାଇରେ ଭୟଙ୍କର ବର୍ଷା ହୋଇଥିଲା । ପ୍ରବଳ ବର୍ଷା କାରଣରୁ ଅନେକ ଧନଜୀବନ ନଷ୍ଟ ହୋଇଥିଲା । ବର୍ଷା ପାଣିରେ ରାସ୍ତାଘାଟ ସବୁ ବୁଡିଯାଇଥିଲା । କାର୍, ଗାଡି ସବୁ ଭାସୁଥିବାର ନଜର ଆସିଥିଲା । ଘରେ ପାଣି ପଶି ଅନେକ ଧନସମ୍ପତି ନଷ୍ଟା ହୋଇଥିଲା । ଏହି ଘଟଣାକୁ ଦିନ କେଇଟା ବିତିନଥିବା ବେଳେ ପୁଣି ଦୁବାଇରେ ବର୍ଷା ତାଣ୍ଡବ ରଚିଛି । ପାଣିପାଗ ବିଭାଗର ସୂଚନା ମୁତାବକ, ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଦୁବାଇରେ ପ୍ରବଳ ବର୍ଷା ସହ ଝଡ଼ ତୋଫାନ ହେବା ଆଶଙ୍କା ରହିଛି। ଏଥିପାଇଁ ସମସ୍ତ ଅଞ୍ଚଳରେ ସତର୍କ ସୂଚନା ଜାରି କରାଯାଇଛି। ପାର୍କ ଓ ସମୁଦ୍ରକୂଳକୁ ବନ୍ଦ କରିଦିଆଯାଇଛି। ଅନେକ ବିମାନ ଉଡାଣ ବାତିଲ କରାଯିବା ସହ କିଛି ବିମାନ ଗତିକୁ ବଦଳାଇ ଦିଆଯାଇଛି। ସ୍ଥାନୀୟ ରିପୋର୍ଟର ସୂଚନା ମୁତାବକ, ଅବୁଧାବିର କିଛି ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁ ରାସ୍ତାଘାଟରେ ପାଣି ଜମିଯାଇଛି। ସେହିପରି ଜେବେଲ ଅଲି, ଅଲ ମକତୁମ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ, ଦୁବାଇ ଇଣ୍ଡଷ୍ଟ୍ରିଆଲ୍ ସିଟି, ଦୁବାଇ ଇନ୍ଭେଷ୍ଟମେଣ୍ଟ ପାର୍କ ଓ ଜୁମେରା ଭିଲେଜ ଟ୍ରାଏଙ୍ଗଲରେ ଘଡଘଡି ସହ ବର୍ଷା ସାଙ୍ଗକୁ ପ୍ରବଳ ପବନ ବହିବା ଜାରି ରହିଛି। ତେଣୁ ଲୋତଙ୍କୁ ସତର୍କ ରହିବାକୁ ଚେତାବନୀ ଜାରି କରାଯାଇଛି।