28.1 C
Bhubaneswar
Wednesday, April 29, 2026
Homeଦେଶ ବିଦେଶଯୌତୁକ ପାଇଁ ବିବାହିତ ମହିଳାଙ୍କୁ ହତ୍ୟା

ଯୌତୁକ ପାଇଁ ବିବାହିତ ମହିଳାଙ୍କୁ ହତ୍ୟା

ନୂଆଦିଲ୍ଲୀ: ହାରର ନୱାଡାରେ ଜଣେ ବିବାହିତ ମହିଳାଙ୍କ ସନ୍ଦେହଜନକ ପରିସ୍ଥିତିରେ ମୃତ୍ୟୁ ଘଟିଛି  । ମୃତକଙ୍କ ନାମ ହିସୁଆର ପାକାଡିଆ ଗାଁର 22 ବର୍ଷୀୟା ପୁନମ କୁମାରୀ ବୋଲି ଚିହ୍ନଟ କରାଯାଇଛି। ପୁନମ 2022 ମସିହାରେ ନାର୍ଡିଗଞ୍ଜ ବ୍ଲକର ନାନୌରା ଗାଁର ରାଜେନ୍ଦ୍ର ଚୌଧୁରୀଙ୍କ ପୁଅ ସୋନୁ କୁମାରଙ୍କ ସହିତ ବିବାହ କରିଥିଲେ। ମୃତକଙ୍କ ଭାଇ ରାମ ନନ୍ଦନ କୁମାର କହିଛନ୍ତି ଯେ ବିବାହର 6 ମାସ ପରେ ଶ୍ୱଶୁର ଘର ଲୋକେ ଯୌତୁକ ଦାବି କରୁଥିଲେ। କେତେବେଳେ 2 ଲକ୍ଷ ତ କେତେବେଳେ 3 ଲକ୍ଷ ଦାବି କରାଯାଉଥିଲା। ପରିବାର ସେମାନଙ୍କୁ ଅନେକ ଥର ବୁଝାଇବାକୁ ଚେଷ୍ଟା କରିଥିଲେ। ସେ ଅଭିଯୋଗ କରିଛନ୍ତି ଯେ ତାଙ୍କ ଭଉଣୀଙ୍କୁ ଯୌତୁକ ପାଇଁ ନିର୍ଯାତନା ଦିଆଯାଇଥିଲା ଏବଂ ଶେଷରେ ତାଙ୍କୁ ହତ୍ୟା କରି ଫାଶୀ ଦିଆଯାଇଥିଲା। ଘଟଣା ପରେ ଅଭିଯୁକ୍ତ ପରିବାରର ସମସ୍ତ ସଦସ୍ୟ ଘରୁ ପଳାଇ ଯାଇଥିଲେ।  ପୋଲିସ ଅଭିଯୁକ୍ତକୁ ଗିରଫ କରିବା ପାଇଁ ତଦନ୍ତ ଜାରି ରଖିଛି। 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking