36.1 C
Bhubaneswar
Saturday, May 4, 2024
Homeଅପରାଧନାବାଳିକା ସହ ହେଲା କିଛି ଏପରି ଜାଣିଲେ ଉଡିଯିବ ହୋଶ

ନାବାଳିକା ସହ ହେଲା କିଛି ଏପରି ଜାଣିଲେ ଉଡିଯିବ ହୋଶ

ବ୍ରାହ୍ମଣୀଗାଁ: କନ୍ଧମାଳରେ ଗୋଟିଏ ପରେ ଗୋଟିଏ ଲଜ୍ଜା ଘଟଣା ଘଟିବାରେ ଲାଗିଛି । କେତେ ବେଳେ ନାବାଳିକା ବଳାତ୍କାର ଶିକାର ହେଉଛି ତ ଆଉ କେତେ ବେଳେ ନାବାଳିକା ମାତୃତ୍ୱ ପାଉଛି । ନାବାଳିକା ତଥା ମହିଳାଙ୍କ ସୁରକ୍ଷା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି । ଆଜି ପୁଣି ଆଉ ଏକ ଲଜ୍ଜାଜନକ ଘଟଣା ଘଟିଥିବା ଦାରିଙ୍ଗବାଡ଼ି ବ୍ରାହ୍ମଣୀଗାଁ ଥାନାରେ ଦିଆଯାଇଥିବା ଏତଲାରୁ ଜଣାପଡ଼ିଛି । ମୁଣ୍ଡିଗାଁ ଗ୍ରାମର ଜଣେ ନାବାଳିକା ୬ମାସ ଗର୍ଭବତୀ ହୋଇଛନ୍ତି । ଏନେଇ ନାବାଳିକାଙ୍କ ବାପା ଅଭିଯୁକ୍ତଙ୍କ ଗିରଫ ଦାବି କରିଛନ୍ତି । ଅଭିଯୁକ୍ତ ଆଉ କେହି ନୁହେଁ ଝିଅର ନିଜ ମଉସାଙ୍କ ଭାଇ । କିଛି ଦିନ ତଳେ ଦାରିଙ୍ଗବାଡ଼ି ବ୍ଲକ ଗ୍ରୀନବାଡ଼ି ସ୍ଥିତ ଅନୁସୂଚିତ ଜାତି ଓ ଜନଜାତି ସେବାଶ୍ରମରେ ଜଣେ ନାବାଳିକା ମାତୃତ୍ୱ ପାଇଥିଲେ । ଏହାକୁ ନେଇ ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଥିଲା ।
ଅଭିଯୋଗ ଅନୁଯାୟୀ, ମୁଣ୍ଡିଗାଁର ଜଣେ ନାବାଳିକା ଅସୁସ୍ଥ ଅନୁଭବ କରିବାରୁ ପରିବାର ଲୋକଙ୍କ ସହ ଗଜପତି ଜିଲ୍ଲା ମୋହନା ଡାକ୍ତରଖାନାକୁ ଯାଇଥିଲେ । ଡାକ୍ତର ସେଠାରେ ପରୀକ୍ଷା କରିବା ପରେ ନାବାଳିକା ଜଣଙ୍କ ଗର୍ଭବତୀ ଥିବା ଜାଣିବାକୁ ପାଇଥିଲେ । ଏନେଇ ପରିବାର ଲୋକେ ବ୍ରାହ୍ମଣୀଗାଁ ଥାନାରେ ଏତଲା ଦେଇଛନ୍ତି । ସେଥିରେ ଦର୍ଶାଇଛନ୍ତି ଯେ, ମୋ ଝିଅ ଝାରସୁଗୁଡ଼ାସ୍ଥିତ ଏକ ଇଂରାଜୀ ମିଡିୟମ୍ ସ୍କୁଲରେ ପାଠ ପଢ଼ୁଥିଲା । ଖରା ଛୁଟିରେ ଘରକୁ ଆସିଥିଲା । ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ସାଂସଦ ପଞ୍ଚାୟତର କଡ଼ାବାଡ଼ି ଗ୍ରାମ ନିଜ ମଉସା ଘରକୁ ବୁଲିବାକୁ ଯାଇଥିଲା । ସେଠାରେ ମଉସାଙ୍କ ଭାଇ ଯେ କି ବିବାହିତ ଝିଅ ସହ ବଳାତ୍କାର କରିଛି । ଏନେଇ ଅଭିଯୁକ୍ତକୁ ଗିରଫ କରିବାକୁ ଜଣାଇଛନ୍ତି । ଏନେଇ ଥାନାରେ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଥିବା ଏସ୍‌ଆଇ ପ୍ରମୋଦ ବାଗ୍‌, ସଂଗ୍ରାମ କେଶରୀ ଜେନା କହିଛନ୍ତି ।
ସୂଚନା ଥାଉ କି, ଗତମାସ ୧୨ ତାରିଖରେ ଦାରିଙ୍ଗବାଡ଼ି ଗ୍ରୀନବାଡ଼ି ସ୍ଥିତ ଏକ ସେବାଶ୍ରମରେ ଅଷ୍ଟମ ଶ୍ରେଣୀ ଛାତ୍ରୀ ମାତୃତ୍ୱ ପାଇଛି । ଶୌଚାଳୟ ଭିତରେ ପ୍ରସବ କରିଥିଲା ନାବାଳିକା । ସେହିପରି ସେହିଦିନ ଆଉ ଏକ ଘଟଣା ଜି.ଉଦୟଗିରିରେ ଘଟିଥିଲା । ନୂଆସାହିର ଜଣେ ଯୁବକ ନାବାଳିକାଙ୍କ ସହ ପ୍ରେମ ସମ୍ପର୍କ ରହିଥିଲା । ବିବାହର ପ୍ରଲୋଭନ ଦେଖାଇ ନାବାଳିକାଙ୍କ ସହ ଶାରୀରିକ ସମ୍ପର୍କ ରଖି ଆସିଥିଲେ । ନାବାଳିକା ଜଣକ ଗର୍ଭବତୀ ରହିଥିବା ଜଣାପଡ଼ିଥିଲା । ଏନେଇ ଥାନାରେ ଅଭିଯୋଗ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking