27.1 C
Bhubaneswar
Thursday, April 25, 2024
Homeଅପରାଧନିଛାଟିଆ ସ୍ଥାନରୁ ଟେକିନେଇ ଗଣଦୁଷ୍କର୍ମ କଲେ ଦୁର୍ବୃତ୍ତ

ନିଛାଟିଆ ସ୍ଥାନରୁ ଟେକିନେଇ ଗଣଦୁଷ୍କର୍ମ କଲେ ଦୁର୍ବୃତ୍ତ

ଲହୁଣିପଡ଼ା: ସୁନ୍ଦରଗଡ଼ ଜିଲ୍ଲା ଲହୁଣିପଡ଼ା ଥାନା ଅନ୍ତର୍ଗତ ଦର୍ଜିଂ ପଞ୍ଚାୟତ ଅଞ୍ଚଳରେ ଜଣେ ନାବାଳିକା ଗଣଦୁଷ୍କର୍ମ ଶିକାର ହୋଇଛନ୍ତି । ଏ ନେଇ ପୀଡ଼ିତା ଓ ତାଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯିବା ପରେ ପୁଲିସ୍‌ ଏକ ମାମଲା ରୁଜୁ କରି ୫ ଜଣକୁ ଅଟକ ରଖିଛି । ଅଟକ ୫ ଜଣଙ୍କ ମଧ୍ୟରୁ ୩ ଜଣ ନାବାଳକ ଥିବା ଜଣାପଡ଼ିଛି ।

ସାଲେଇପାଲି ଛକରେ ଥିବା ଏକ ଟେଲର ଦୋକାନରେ ନାବାଳିକା କାମ କରନ୍ତି । ପ୍ରତିଦିନ ଭଳି ଗତକାଲି ସଂଧ୍ୟାରେ ନାବାଳିକା ଜଣକ ସାଇକେଲରେ ଏକୁଟିଆ ନିଜ ଘରକୁ ଫେରୁଥିଲେ । ନିଛାଟିଆ ସ୍ଥାନରେ ପହଞ୍ଚିବା ପୂର୍ବରୁ ସେଠାରେ ଲୁଚି ରହିଥିବା ୫ ଜଣ ତାଙ୍କୁ ଅଟକାଇ ଜୋରଜବରଦସ୍ତ ଟେକି ନେଇ ରାସ୍ତା ପାଶ୍ୱର୍ରେ ଥିବା ବୁଦା ନିକଟରେ ଗଣଦୁଷ୍କର୍ମ କରିଥିଲେ । ଏ କଥା କାହାକୁ କହିଲେ ଜୀବନରୁ ମାରି ଦେବାକୁ ସେମାନେ ପୀଡ଼ିତାଙ୍କୁ ଧମକଚମକ ଦେଇଥିଲେ । ଘରକୁ ଫେରି ନାବାଳିକା ସମସ୍ତ କଥା ପରିବାର ଲୋକଙ୍କୁ କହିଥିଲେ । ତୁରନ୍ତ ପରିବାର ଲୋକେ ପୀଡ଼ିତାଙ୍କ ସହ ଥାନାକୁ ଆସି ଲିଖିତ ଅଭିଯୋଗ କରିଥିଲେ । ପୁଲିସ ଏ ନେଇ ମାମଲା ରୁଜୁ କରିବା ପରେ ୫ ଜଣଙ୍କୁ ଥାନାରେ ଅଟକ ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking