29.1 C
Bhubaneswar
Wednesday, April 24, 2024
Homeଅପରାଧଅନ୍ଧାରରେ ପ୍ରେମ କରିବା ପଡିଲା ମହଙ୍ଗା

ଅନ୍ଧାରରେ ପ୍ରେମ କରିବା ପଡିଲା ମହଙ୍ଗା

ବିହାର: ଅନ୍ଧାରରେ ପ୍ରେମ ପଡିଲା ମହଙ୍ଗା । ବିଦ୍ୟୁତ୍ କାଟି ଧରା ପଡିଲା ରସିକିଆ ପ୍ରେମିକ । ପ୍ରେମୀଯୁଗଳଙ୍କୁ ଆପତ୍ତିଜନକ ଅବସ୍ଥାରେ ଧରିଲେ ଲୋକେ । ଦୁହିଁଙ୍କୁ ଲଣ୍ଡା କରି ଚପଲ ପିନ୍ଧାଇ ଗାଁରେ ବୁଲାଇଲେ ଗ୍ରାମବାସୀ । ବିହାରର ପୁର୍ନିଆରେ ଘଟିଛି ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ।

କୃତ୍ୟାନନ୍ଦ ନଗର ଥାନାର ଗଣେଶପୁର ପଞ୍ଚାୟତର ଆଦିବାସୀ ଅଞ୍ଚଳର ଜଣେ ଇଲେକ୍ଟ୍ରିସିଆନଙ୍କ ସ୍ଥାନୀୟ ମହିଳାଙ୍କ ସହ ପ୍ରେମ ସମ୍ପର୍କ ଥିଲା । ଯେତେବେଳେ ରସିକିଆ ପ୍ରେମିକ ଜଣକ ନିଜ ପ୍ରେମିକାକୁ ଭେଟିବାକୁ ଯାଉଥିଲା ସେତେବେଳେ ସେ ସମଗ୍ର ଅଞ୍ଚଳରେ ବିଦ୍ୟୁତ୍ କାଟି ଦେଉଥିଲେ । ସୂଚନା ଅନୁଯାୟୀ, ଗତ ୫ ବର୍ଷ ଧରି ଇଲେକ୍ଟ୍ରିସିଆନ ଜଣେ ଆଦିବାସୀ ଝିଅ ସହିତ ଅନୈତିକ ସମ୍ପର୍କ ରଖିଥିଲେ। ଯେତେବେଳେ ସେ ରାତିର ଅନ୍ଧାରରେ ତାଙ୍କୁ ଭେଟିବାକୁ ଯାଉଥିଲେ, ସେ ଗାଁର ବିଦ୍ୟୁତକୁ ୩ ଘଣ୍ଟା ପାଇଁ କାଟି ଦେଉଥିଲେ। ବାରମ୍ବାର ଏକ ସମୟରେ ବିଦ୍ୟୁତ କାଟ ଯୋଗୁଁ ଗ୍ରାମବାସୀ ଅତ୍ୟନ୍ତ ଅସନ୍ତୋଷ ପ୍ରକାଶ କରୁଥିଲେ।

ଶେଷରେ ବିରକ୍ତି ହୋଇ ଗ୍ରାମବାସୀ ଇଲେକ୍ଟ୍ରିସିଆନଙ୍କୁ ଏକ ଶିକ୍ଷା ଦେବାକୁ ଚିନ୍ତା କରିଥିଲେ। ତେବେ ସେମାନେ ଜାଣିନଥିଲେ ଯେ ତାଙ୍କର ଜଣେ ଆଦିବାସୀ ଝିଅ ସହିତ ତାର ସମ୍ପର୍କ ଅଛି। ବାରମ୍ବାର ବିଦ୍ୟୁତ୍ କାଟର ଉତ୍ତର ଚାହୁଁଥିଲେ ଗ୍ରାମବାସୀ। ତେଣୁ ଦିନେ ଗାଁରେ ବିଦ୍ୟୁତ କାଟ ହେବା ମାତ୍ରେ ଗ୍ରାମବାସୀ ଇଲେକ୍ଟ୍ରିସିଆନଙ୍କୁ ଖୋଜିବା ଆରମ୍ଭ କରିଥିଲେ।

କିଛି ସମୟ ଖୋଜିବା ପରେ ଗ୍ରାମବାସୀ ଏକ ଯୁବତୀଙ୍କ ସହ ଇଲେକ୍ଟ୍ରିସିଆନଙ୍କୁ ଗାଁ ବାହାରେ ଆପତ୍ତିଜନକ ଅବସ୍ଥାରେ ଧରିଥିଲେ। ଏହାପରେ ଗ୍ରାମବାସୀ ରାଗିଯାଇ ଦୁହିଁଙ୍କୁ ଖୁବ୍ ପିଟିଥିଲେ। ତା’ପରେ ଦୁହିଁକୁ ଲଣ୍ଡା କରି ଚପଲ ପିନ୍ଧାଇ ଗାଁରେ ବୁଲାଇଥିଲେ। ଶେଷରେ ଗ୍ରାମବାସୀ ଉଭୟଙ୍କୁ ବିବାହ କରାଇଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking