34.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶଆଜି ଏପିଜେ ଅବଦୁଲ କଲାମଙ୍କ ଜନ୍ମ ଜୟନ୍ତୀ

ଆଜି ଏପିଜେ ଅବଦୁଲ କଲାମଙ୍କ ଜନ୍ମ ଜୟନ୍ତୀ

ନୂଆଦିଲ୍ଲୀ : ଆଜି ହେଉଛି ଦେଶର ୧୧ ତମ ରାଷ୍ଟ୍ରପତି ଏପିଜେ ଅବଦୁଲ୍‌ କଲାମଙ୍କ ଜନ୍ମ ଜୟନ୍ତୀ । ଜନ୍ମ ଦିନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍‌ ଯୋଗେ ଡକ୍ଟର କଲାମଙ୍କ ମନେପକାଇଛନ୍ତି । ୧୯୩୧ ମସିହା ଅକ୍ଟୋବର ୧୫ରେ ତାମିଲନାଡୁର ରଆମେଶ୍ୱରମ୍‌ରେ ଏକ ମୁସଲମାନ ସମ୍ପ୍ରଦାୟ ପରିବାରରେ ଡକ୍ଟର କଲାମ ଜନ୍ମ ଗ୍ରହଣ କରିଥିଲେ । ସାରା ବିଶ୍ୱ ତାଙ୍କଠାରୁ ଅଧିକ ତାଙ୍କ କାମକୁ ଜାଣିଥାଏ । ଭାରତରେ ଆଧୁନିକ ସ୍ୱଦେଶୀ କ୍ଷେପଣାସ୍ତ୍ର ନିର୍ମାଣରେ ସକ୍ଷମ ହୋଇଥିବାରୁ ତାଙ୍କୁ ମିସାଇଲ୍‌ ମ୍ୟାନ୍‌ ମଧ୍ୟ କୁହାଯାଉଥିଲା ଡକ୍ଟର କଲାମ ଏକ ପ୍ରେରଣାଦାୟକ ବ୍ୟକ୍ତିତ୍ୱ ଥିବାସହ ତାଙ୍କ ଜୀବନରେ ସେ ସାରା ଦେଶବାସୀଙ୍କ ପାଇଁ ଏକ ବଡ଼ ପ୍ରେରଣା ଥିଲେ। ଯାହା କାରଣରୁ ଏବେ ପର୍ଯ୍ୟନ୍ତ ମଧ୍ୟ ଡକ୍ଟର କଲାମଙ୍କୁ ସମଗ୍ର ଦେଶ ମନେ ରଖିଛି । ଭାରତକୁ ଶକ୍ତ, ସମୃଦ୍ଧିଶାଳୀ ଓ ସମର୍ଥ ବା ପାରଙ୍ଗମ କରିବାକୁ ମିଶାଇଲ ମ୍ୟାନ ତାଙ୍କ ଜୀବନକୁ ଉତ୍ସର୍ଗ କରି ଦେଇଥିଲେ । ଲୋକଙ୍କ ରାଷ୍ଟ୍ରପତି ଭାବେ ପରିଚିତ ଥିବା କଲାମ ଜଣେ ଏରୋସ୍ପେଶ ସାଇଣ୍ଟିଷ୍ଟ ହୋଇ ଦେଶର ଦୁଇଟି ମୁଖ୍ୟ ରିସର୍ଚ୍ଚ ଅର୍ଗାନାଇଜେଶନ ଡିଫେନ୍ସ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଅର୍ଗାନାଇଜେଶନ(ଡିଆର୍ ଡିଓ) ଓ ଇଣ୍ଡିଆନ୍ ସ୍ପେଶ ରିସର୍ଚ୍ଚ ଅର୍ଗାନାଇଜେଶନ(ଇସ୍ରୋ)ରେ କାମ କରିଛନ୍ତି । ମିଶାଇଲ କ୍ଷେତ୍ରରେ ଭାରତକୁ ତାଙ୍କର ଅବଦାନ ଅତୁଳନୀୟ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking