40.1 C
Bhubaneswar
Saturday, April 27, 2024
Homeଅପରାଧନାବାଳିକାଙ୍କୁ ବିବାହ କରି ଛାଡିଦେବା ଯୁବକଙ୍କୁ ପଡ଼ିଲା ମହଙ୍ଗା

ନାବାଳିକାଙ୍କୁ ବିବାହ କରି ଛାଡିଦେବା ଯୁବକଙ୍କୁ ପଡ଼ିଲା ମହଙ୍ଗା

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଖଗେଶ୍ୱର ମାଝୀ ନାମକ ଜଣେ ଯୁବକ ଗତ ୩ ବର୍ଷ ତଳେ ବିବାହ ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖିଥିଲା । ନାବାଳିକାଙ୍କୁ ଖଗେଶ୍ୱର ପରିବାର ଗ୍ରହଣ କରି ନଥିବା ଯୋଗୁଁ ନିଜ ଗାଁରେ ଏକ ଭଡା ଘରେ ରଖିଥିଲା । ଏହାପରେ ଖଗେଶ୍ୱର ୬ ମାସ ତଳେ ଦାଦନ ଖଟିବାକୁ ତାମିଲନାଡୁ ରାଜ୍ୟକୁ ଯାଇ ବର୍ତ୍ତମାନ ସ୍ତ୍ରୀଙ୍କୁ ଆଉ ଗ୍ରହଣ କରିବ ନାହିଁ କହିବାରୁ ନାବାଳିକା ଜଣକ ଥାନାରେ ଅଭିଯୋଗ କରିଥିଲେ ।

ଫଳରେ ଅଭିଯୁକ୍ତ ଖଗେଶ୍ୱରକୁ ତାମିଲନାଡୁରୁ ଡକାଇ ଗିରଫ କରି ଲାଞ୍ଜିଗଡ଼ ଥାନାରୁ ପୁଲିସ କୋର୍ଟ ଚାଲାଣ କରିଛି । ସୂଚନା ଅନୁସାରେ ଲାଞ୍ଜିଗଡ଼ ଥାନା ଅଞ୍ଚଳର ଜଣେ ନାବାଳିକା ଗତ ୩ ବର୍ଷ ତଳେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ବେଳେ ଲାଞ୍ଜିଗଡ଼ ବ୍ଳକ ବାତେଲିମା ପଞ୍ଚାୟତ କପାଗୁଡା ଗାଁର ଲୋକୁ ମାଝୀଙ୍କ ପୁତ୍ର ଖଗେଶ୍ୱର ମାଝୀ ବିବାହର ପ୍ରଲୋଭନ ଦେଖାଇ ତାଙ୍କୁ ନିଜ ଗାଁ କପାଗୁଡାକୁ ନେଇଥିଲା । କିନ୍ତୁ ପୁଅ ଘର ଲୋକେ ଝିଅକୁ ଗ୍ରହଣ ନ କରିବା ପରେ ଖଗେଶ୍ୱର ଗାଁର ଏକ ଭଡାଘରେ ତାଙ୍କୁ ରଖିଥିଲା ।

ଏହାପରେ ବିବାହ କରିବ କହି ଶାରୀରିକ ସମ୍ପର୍କ ରଖିଥିଲା । ପ୍ରାୟ ୨ ବର୍ଷ ପରେ ତାଙ୍କର ଏକ ସନ୍ତାନ ହୋଇଥିଲା । ସନ୍ତାନ ଜନ୍ମର ମାସେ ପରେ ଖଗେଶ୍ୱର ଦାଦନ ଖଟିବାକୁ ତାମିଲନାଡୁ ଯାଇଥିଲା । ଇତି ମଧ୍ୟରେ ପ୍ରାୟ ୬ ମାସ ବିତି ଯାଇଥିଲା । ଏପଟେ ଖଗେଶ୍ୱର ସ୍ତ୍ରୀ ଓ ସନ୍ତାନ ଏକୁଟିଆ ରହିଥିବା ବେଳେ କିଛିଦିନ ତଳେ ଖଗେଶ୍ୱର ମୁଁ ଆଉ ତତେ ଗ୍ରହଣ କରିବି ନାହିଁ ବୋଲି ସ୍ତ୍ରୀକୁ ଜଣାଇଥିଲା ।

ଏହି ଖବର ପାଇ ସଂପୃକ୍ତ ନାବାଳିକା ଜଣକ ଲାଞ୍ଜିଗଡ଼ ଥାନାର ଦ୍ୱାରସ୍ତ ହୋଇ ଲିଖିତ ଅଭିଯୋଗ କରିଥିଲେ । ଥାନାଧିକାରୀ ବିଜୟଲକ୍ଷ୍ମୀ ହିକକା ଘଟଣାଟି ଗୁରୁତର ସହ ନେଇ ଖଗେଶ୍ୱରକୁ ଥାନାକୁ ଆଣି ଥାନାରେ ପଚରାଉଚରା କରିଥିଲେ । ଥାନାରେ ମଧ୍ୟ ଖଗେଶ୍ୱର ସମ୍ପୃକ୍ତ ନାବାଳିକାଙ୍କୁ ଗ୍ରହଣ କରିବାକୁ ରୋକଠୋକ୍ ମନା କରିଦେଇଥିଲା । ଏହାପରେ ଦୁହିଁଙ୍କ ଡାକ୍ତରୀ ମାଇନା କରି ଖଗେଶ୍ୱରକୁ ଗିରଫ କରି ମଙ୍ଗଳବାର କୋର୍ଟଚାଲାଣ କରିଥିବା ଥାନାଧିକାରୀ ବିଜୟଲକ୍ଷ୍ମୀ ହିକକା ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking