ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ଫ୍ରାନ୍ସର ସେର୍ଗୀରେ ତିରୁବଲ୍ଲୁବରଙ୍କ ପ୍ରତିମୂର୍ତ୍ତି ଆମର ମିଳିତ ସାଂସ୍କୃତିକ ସମ୍ପର୍କର ଏକ ସୁନ୍ଦର ସାକ୍ଷ୍ୟ । ତିରୁବଲ୍ଲୁବର ବୁଦ୍ଧି ଏବଂ ଜ୍ଞାନର ପ୍ରତୀକ । ତାଙ୍କର ଲେଖା ସମଗ୍ର ବିଶ୍ୱରେ ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରେରଣା ଯୋଗାଇଥାଏ ।
ରବିବାର ଦିନ ଫ୍ରାନ୍ସର ସେର୍ଗୀ ସହରରେ ଦକ୍ଷିଣ ଭାରତର ମହାନ ସାଧୁ ତିରୁବଲ୍ଲୁବରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଏହି ପ୍ରତିମୂର୍ତ୍ତି ଆମର ସହଭାଗୀ ସାଂସ୍କୃତିକ ସମ୍ପର୍କର ଏକ ସୁନ୍ଦର ପ୍ରମାଣ । ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି ଯେ ଜୁଲାଇରେ ବେଷ୍ଟିଲ ଦିବସ ପାଇଁ ପ୍ୟାରିସ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ଏ ସମ୍ପର୍କରେ ଘୋଷଣା କରିଥିଲେ ଏବଂ ଏହି ପ୍ରତିମୂର୍ତ୍ତିର ଉନ୍ମୋଚନ ହେଉଛି ତାହାର କାର୍ଯ୍ୟକାରିତା ।
ବେଷ୍ଟିଲ ଦିବସ ସମାରୋହରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫ୍ରାନ୍ସ ଗସ୍ତ ସମୟରେ ଏହି ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଘୋଷଣା କରିଥିଲେ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରୀ ଜୟଶଙ୍କର ଟ୍ୱିଟରରେ ପୋଷ୍ଟ କରିଛନ୍ତି । ଫ୍ରାନ୍ସର ସେର୍ଗୀରେ ତିରୁବଲ୍ଲୁବରଙ୍କ ପ୍ରତିମୂର୍ତ୍ତିର ଉଦଘାଟନ ହେଉଛି ସେହି ଘୋଷଣାର କାର୍ଯ୍ୟକାରିତା ।