27.1 C
Bhubaneswar
Thursday, May 7, 2026
Homeଦେଶ ବିଦେଶଇସ୍ରାଏଲରେ ୪୮ ଘଣ୍ଟିଆ ଜରୁରୀକାଳୀନ ସ୍ଥିତି ଘୋଷଣା

ଇସ୍ରାଏଲରେ ୪୮ ଘଣ୍ଟିଆ ଜରୁରୀକାଳୀନ ସ୍ଥିତି ଘୋଷଣା

ଜେରୁଜେଲମ୍: ଲେବାନନର ହିଜବୁଲ ଇସ୍ରାଏଲ ଉପରେ ବଡ଼ ଧରଣର ରକେଟ୍ ଆକ୍ରମଣ ଆରମ୍ଭ କରିଛି। ଏହା ସହିତ ହିଜବୁଲ ମଧ୍ୟ ଏକ ବଡ଼ ଧରଣର ସାମରିକ ଅପରେସନ ପାଇଁ ଘୋଷଣା କରିଛି। ହିଜବୁଲ ଦ୍ବାରା ଜାରି ଏକ ବିବୃତିରେ କୁହାଯାଇଛି ଯେ ଇସ୍ରାଏଲର ଗୁରୁତ୍ୱପୂର୍ଣ୍ଣ ସାମରିକ ଶିବିରକୁ ଟାର୍ଗେଟ କରିବା ପାଇଁ ବିସ୍ଫୋରକ ଲୋଡ୍ ଡ୍ରୋନ୍ ଆକ୍ରମଣ ଆରମ୍ଭ କରାଯାଇଛି।

ହିଜବୁଲ ଇସ୍ରାଏଲ ଉପରେ ୩୨୦ରୁ ଅଧିକ କାତ୍ୟୁଷା ରକେଟ୍ ମାଡ଼ କରିଥିବା ଦାବି କରିଛି। ଜେରୁଜେଲମ୍ ପୋଷ୍ଟରେ ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀର ମୁଖପାତ୍ର ଡାନିଏଲ୍ ହଗାରୀ କହିଛିନ୍ତି ଯେ ହିଜବୁଲଙ୍କ ଆକ୍ରମଣ ସମୟରେ ଇସ୍ରାଏଲ୍ ଲେବାନନରେ ଆତଙ୍କବାଦୀ ବେସକୁ ଟାର୍ଗେଟ କରୁଥିଲା। ହିଜବୁଲର ଏହି ଆକ୍ରମଣ ଇସ୍ରାଏଲ୍ ସେନା ଦ୍ୱାରା ହୋଇଥିବା ଆକ୍ରମଣର ଜବାବରେ କରାଯାଇଛି। ଇସ୍ରାଏଲ୍ ସୈନ୍ୟବାହିନୀ ଲିବାନନରେ ହିଜବୁଲ ବିଦ୍ରୋହୀଙ୍କ ସ୍ଥିତିକୁ ଟାର୍ଗେଟ କରୁଥିବା ଦାବି କରିଛି। ଏହା ଦ୍ବାରା ତୃତୀୟ ବିଶ୍ବଯୁଦ୍ଧର ପଦଧ୍ବନୀ ଶୁଣାଯାଉଥିବା ସମୀକ୍ଷକ ମତପୋଷଣ କରିଛନ୍ତି।

ହିଜବୁଲ ଏହି ଆକ୍ରମଣ ପରଠାରୁ ଲେବାନନ୍ ସୀମାନ୍ତରେ ଥିବା ଇସ୍ରାଏଲ୍ ଅଞ୍ଚଳରେ କ୍ରମାଗତ ଭାବରେ ସାଇରନ୍ ଶବ୍ଦ ଶୁଣିବାକୁ ମିଳୁଛି। ଏହି ଆକ୍ରମଣ ପରେ ଇସ୍ରାଏଲ୍ ସେନା ସମଗ୍ର ଇସ୍ରାଏଲରେ ୪୮ ଘଣ୍ଟିଆ ଜରୁରୀକାଳୀନ ପରିସ୍ଥିତି ଲଗାଇଛି। ଏହାପୂର୍ବରୁ ରବିବାର ସକାଳେ ଇସ୍ରାଏଲ ଲେବାନନ ସୀମାରେ ପ୍ରବେଶ କରି ହିଜବୁଲ ଶିବିରକୁ ଟାର୍ଗେଟ କରିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking