31.1 C
Bhubaneswar
Friday, March 29, 2024
Homeଦେଶ ବିଦେଶପାକିସ୍ତାନରେ ଇଶାନିନ୍ଦା ହଙ୍ଗାମା : ସାମ୍‌ସଙ୍ଗ କମ୍ପାନୀର ୨୭ କର୍ମଚାରୀ ଗିରଫ

ପାକିସ୍ତାନରେ ଇଶାନିନ୍ଦା ହଙ୍ଗାମା : ସାମ୍‌ସଙ୍ଗ କମ୍ପାନୀର ୨୭ କର୍ମଚାରୀ ଗିରଫ

କରାଚି : ପାକିସ୍ତାନର କରାଚିରେ କଥିତ ଇଶାନିନ୍ଦାକୁ ନେଇ ହଙ୍ଗାମା ଦେଖିବାକୁ ମିଳିଛି । ହିଂସ୍ର ଭିଡ଼ ଶୁକ୍ରବାର ଏକ ମଲ୍‌ରେ ଭଙ୍ଗାରୁଜା ସହ ହଙ୍ଗାମା କରିଛନ୍ତି । ଏହି ମାମଲରେ ପାକିସ୍ତାନ ପୁଲିସ ସାମସଙ୍ଗ ମୋଇବାଲ୍ ଫୋନ୍ କମ୍ପାନୀର ୨୭ କର୍ମଚାରୀଙ୍କୁ ଗିରଫ କରିଛି । ମୋଇବାଲ୍ ଫୋନ୍ କମ୍ପାନୀର କର୍ମଚାରୀଙ୍କ ବିରୋଧ କଥିତ ଇଶାନିନ୍ଦା କରିଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ କରାଚିର ଷ୍ଟାର୍ ସିଟି ମଲ୍‌ରେ ଏକ ୱାଇଫାଇ ଡିଭାଇସ୍ ଇନ୍‌ଷ୍ଟଲ୍ କରାଯାଇଥିଲା । ଏଥିରେ କଥିତ ଭାବେ ଇଶାନିନ୍ଦା କରାଯାଇଥିବା ଅଭିଯୋଗ ହୋଇଛି ।

ଏହା ଜଣାପଡ଼ିବା ପରେ ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଜମିବା ସହ ହଙ୍ଗାବା ଆରମ୍ଭ ହୋଇଥିଲା। ପ୍ରଦର୍ଶନକାରୀ ମଲ୍‌ରେ ଲାଗିଥିବା କମ୍ପାନୀର ସାଇନ୍‌ବୋର୍ଡ ଭଙ୍ଗାରୁଜା କରିଥିଲେ । ଖବର ପାଇ ପୁଲିସ ପହଞ୍ଚି ଡିଭାଇସ୍‌କୁ ବନ୍ଦ କରିବା ସହ ଏହାକୁ ଜବତ କରିଥିଲା । ଡିଭାଇସ୍ ପ୍ରଦାନ କରିଥିବା କମ୍ପାନୀର ୨୭ କର୍ମଚାରୀଙ୍କୁ ପୁଲିସ ଗିରଫ କରି ଜେରା ଚଳାଇଛି । ଇତିମଧ୍ୟରେ ସାମସଙ୍ଗର ପାକିସ୍ତାନ ଅଫିସ୍ ପକ୍ଷରୁ ଏକ ବୟାନରେ କୁହାଯାଇଛି କମ୍ପାନୀ ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇ ନାହିଁ । କମ୍ପାନୀ ଧାର୍ମିକ ମହତ୍ତ୍ୱର ସମସ୍ତ ମାମଲାରେ ନିରପେକ୍ଷ ରହିବାକୁ ଉଦ୍ୟମ କରିଥାଏ । କମ୍ପାନୀ ସମସ୍ତ ଧାର୍ମିକ ଭାବନା ଏବଂ ବିଶ୍ୱାସର ସମ୍ମାନ କରେ । ମାମଲାର ତୁରନ୍ତ ତଦନ୍ତ ଆରମ୍ଭ କରାଯାଇଥିବା କମ୍ପାନୀ ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking