32.1 C
Bhubaneswar
Friday, October 18, 2024
Homeଦେଶ ବିଦେଶପୃଥିବୀ ଆଡକୁ ମାଡିଆସୁଛି ଇଆରଏସ୍ ସାଟେଲାଇଟ୍‌

ପୃଥିବୀ ଆଡକୁ ମାଡିଆସୁଛି ଇଆରଏସ୍ ସାଟେଲାଇଟ୍‌

ବ୍ୟୁରୋ : ପୃଥିବୀ ଆଡକୁ ମାଡିଆସୁଛି ଇଆରଏସ୍‌ସାଟେଲାଇଟ୍‌। ଆଉ କିଛି ଘଣ୍ଟା ମଧ୍ୟରେ ଆର୍ଥ ରିମୋଟ୍ ଇଆରଏସ୍ ସାଟେଲାଇଟ୍ ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରିବ। ମହାକାଶକୁ ପଠାଇବାର ପ୍ରାୟ ୩୦ ବର୍ଷ ପରେ ଏହା ତଳକୁ ଖସୁଛି। ତେବେ ଏହା ପୃଥିବୀ ପୃଷ୍ଠ ଛୁଉଁ ଛୁଁଉ ବାୟୁମଣ୍ଡଳରେ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବ ବୋଲି କୁହାଯାଉଛି। ତଥାପି କିଛି ମହାକାଶ ବିଜ୍ଞାନୀ ଭିନ୍ନ କିଛି ଆକଳନ କରିଛନ୍ତି। ପୃଥିବୀ ପୃଷ୍ଟରେ ଛୋଟ ଟୁକୁଡା ପଡିପାରେ ବୋଲି ଆଶଙ୍କା କରୁଛନ୍ତି। ଯଦି ବି ପୃଥିବୀ ପୃଷ୍ଠରେ ପଡିବ, ଏହାର ପ୍ରଭାବ କମ ରହିବ ବୋଲି କୁହାଯାଉଛି। ଋଜଝ-୨ ସାଟେଲାଇଟ୍ ୨୦୧୧ ମସିହା ପରଠୁ ମହାକାଶରେ ଅଚଳ ହୋଇଯାଇଛି। ୟୁରୋପିଆନ୍ ସ୍ପେଶ ଏଜେନ୍ସି ସୂଚନା ଅନୁଯାୟୀ, ପ୍ରାୟ ୨ ଟନ ଓଜନର ଏହି ସାଟେଲାଇଟ ପୃଥିବୀ ପୃଷ୍ଠ ଛୁଇଁବା ପୂର୍ବରୁ ପ୍ରାୟ ୮୦ କିଲୋମିଟର ଉଚ୍ଚତାରୁ ବିଭିନ୍ନ ଖଣ୍ଡରେ ପରିଣତ ହୋଇଯିବ। ଆଉ ସାଟେଲାଇଟର ଛୋଟ ଛୋଟ ଟୁକୁରା ବିକ୍ଷୀପ୍ତ ଭାବେ ଏଠିସେଠି ପଡିପାରେ। ପୂର୍ବ ଆଫ୍ରିକା, ୟୁରୋପ, ନର୍ଥ ଆମେରିକା କିମ୍ବା ଏସିଆ ମହାଦେଶ ଭାଗରେ ଖସିପାରେ ବୋଲି ଆକଳନ କରାଯାଉଛି । ୧୯୯୧ ମସିହାରେ ଆର୍ଥ ରିମୋଟ ସେନସିଂ ବା ଋଜଝ-୧ ସାଟେଲାଇଟ ମହାକାଶକୁ ଛଡାଯାଇଥିଲା। ବନ୍ୟା, ସମୁଦ୍ର ତାପମାତ୍ରା, ପୃଥିବୀ ପୃଷ୍ଠରେ ବରଫ ଆସ୍ତରଣର ଗତି, ଭୂସ୍ଖଳନ ଭଳି ପ୍ରାକୃତିକ ବିପର‌୍ୟ୍ୟୟ ଉପରେ ନଜର ରଖୁଥିଲା ଏହି ଋଜଝ-୧ ସାଟେଲାଇଟ୍‌। ହେଲେ ଋଜଝ-୨ ପୃଥିବୀ ଉପର ଭାଗରେ ଥିବା ଓଜନ ଲେୟାର ଉପରେ ଅନେକ ବୈଜ୍ଞାନିକ ତଥ୍ୟ ଯୋଗାଉଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking