ରାଜସ୍ଥାନ ରୟାଲ୍ସକୁ ୮ ଉଇକେଟରେ ପରାସ୍ତ କଲା ସନରାଇଜର୍ସ ହାଇଦ୍ରାବାଦ୍

ଦୁବାଇ : ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମଠାରେ ଚାଲିଥିବା ଚଳିତ ଆଇପିଏଲର ୪୦ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ୮ ଉଇକେଟରେ ପରାସ୍ତ କରିଛି ସନରାଇଜର୍ସ ହାଇଦ୍ରାବାଦ୍। ଏହାଫଳରେ ଆଇପିଏଲ-୧୩ର ପରବର୍ତ୍ତୀ ପର୍ଯ୍ୟାୟକୁ ହାଇଦ୍ରାବାଦର ଯିବାର ଆଶା ଉଜ୍ଜୀବିତ ରହିଛି। ୧୦ଟି ମ୍ୟାଚରୁ ୮ ପଏଣ୍ଟ ସଂଗ୍ରହ କରି ପଏଣ୍ଟ ଟେବୁଲର ୫ମ ସ୍ଥାନରେ ରହିଛି ହାଇଦ୍ରାବାଦ୍। ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ରୟାଲ୍ସ ହାଇଦ୍ରାବାଦ ଆଗରେ ୧୫୫ ରନର ବିଜୟ ଲକ୍ଷ୍ୟ ରଖିଥିଲା । ଏହାପରେ ସନରାଇଜର୍ସ ହାଇଦ୍ରାବାଦ୍ ବ୍ୟାଟିଂ କରି ମାତ୍ର ୨ଟି ଉଇକେଟ୍ ହରାଇ ୧୫୬ ରନ୍ କରି ସହଜ ବିଜୟ ହାସଲ କରିଥିଲା। ମନୀଷ ପାଣ୍ଡେଙ୍କ ଅପରାଜିତ ୮୩ (୪୭) ଓ ବିଜୟ ଶଙ୍କରଙ୍କ ଅପରାଜିତ ୫୨( ୫୧) ରନ୍ ବଳରେ ହାଇଦ୍ରାବାଦ୍ ଏହି ବିଜୟର ହକଦାର ହୋଇଛି।

LEAVE A REPLY

Please enter your comment!
Please enter your name here