29.1 C
Bhubaneswar
Monday, May 6, 2024
Homeଖେଳଚେନ୍ନାଇ ସୁପରକିଙ୍ଗସ୍‌କୁ ୭ ୱି୍କେଟରେ ପରାସ୍ତ କରିଛି ରାଜସ୍ଥାନ ରୟାଲ୍ସ

ଚେନ୍ନାଇ ସୁପରକିଙ୍ଗସ୍‌କୁ ୭ ୱି୍କେଟରେ ପରାସ୍ତ କରିଛି ରାଜସ୍ଥାନ ରୟାଲ୍ସ

ଦୁବାଇ: ସ୍ଥାନୀୟ ଶେଖ ଜାଏଦ ଷ୍ଟାଡିୟମଠାରେ ଚାଲିଥିବା ଚଳିତ ଆଇପିଏଲର ୩୭ତମ ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗସ୍‌କୁ ୭ ୱି୍କେଟରେ ପରାସ୍ତ କରିଛି ରାଜସ୍ଥାନ ରୟାଲ୍ସ । ଦ୍ବିତୀୟ ପାଳିରେ ରାଜସ୍ଥାନ ମାତ୍ର ୧୨୬ ରନ୍‌ର ଲକ୍ଷ୍ୟକୁ ପିଛା କରି ୧୭.୩ ଓଭରରେ ୩ ୱିକେଟ ହରାଇ ବିଜୟ ହାସଲ କରିଛି । ପ୍ରଥମରୁ ରାଜସ୍ଥାନର ଦୁର୍ବଳ ବ୍ୟାଟିଂ ଦେଖିବାକୁ ମିଳିଥିଲା, ଦଳ ମାତ୍ର ୨୮ ରନ୍‌ରେ ୩ଟି ୱିକେଟ ହରାଇଥିଲା । ଅନ୍ୟପକ୍ଷରେ ଷ୍ଟିଭେନ୍ ସ୍ମିଥ୍ ଓ ଜସ୍ ବଟଲର୍‌ଙ୍କ ଭଲ ଭାଗିଦାରୀ ଦେଖିବାକୁ ମିଳିଥିଲା। ସ୍ମିଥ୍ ୨୬ ରନ୍‌ କରିଥିବା ବେଳେ ବଟଲର୍ ୭୦ ରନ୍‌ କରିଥିଲେ । ଫଳରେ ରାଜସ୍ଥାନ ଏହି ମ୍ୟାଚକୁ ୭ ୱିକେଟରେ ଜିତି ନେଇଥିଲା । ଅନ୍ୟପଟେ ଚେନ୍ନାଇ ପକ୍ଷରୁ ଦୀପକ ଚହର ୨ଟି ୱିକେଟ, ଜୋସ୍ ହାଜେଲଉଡ୍ ଗୋଟିଏ ୱିକେଟ ନେଇଥିଲେ । ଏହି ବିଜୟ ସହ ରାଜସ୍ଥାନ ୮ ଅଙ୍କ ସଂଗ୍ରହ କରି ଦଳ ତାଲିକାରେ ୫ମ ସ୍ଥାନରେ ରହିଛି ।

ପୂର୍ବରୁ ଚେନ୍ନାଇ ଦଳ ଟସ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦଳ ଇନିଂସ ଆରମ୍ଭରୁ ଫାଫ ଡୁ ପ୍ଲେସିସଙ୍କ ଓ୍ବିକେଟ ହରାଇଥିଲା। ସେ ମାତ୍ର ୧୦ ରନ କରି ଜୋଫ୍ରା ଆର୍ଚରଙ୍କ ବଲରେ ଆଉଟ ହୋଇଥିଲେ । ତାଙ୍କ ପରେ ଆସିଥିବା ସେନ ଓ୍ବାଟସନ ମଧ୍ୟ ୮ ରନ କରି ଆଉଟ ହୋଇଥିଲେ । ଅନ୍ୟତମ ଓପନର ସାମ କରନ୍ ୨୨ ରନ କରି ଶ୍ରେୟସ ଗୋପାଲଙ୍କ ବଲରେ ଆଉଟ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking