32.1 C
Bhubaneswar
Thursday, March 28, 2024
Homeଓଡିଶାରାଉରକେଲାର ସବୁ ପେଣ୍ଡାଲରେ କୋଭିଡ଼ ନିୟମ: ନିରାଡମ୍ବର ଦୁର୍ଗାପୂଜା, ବାଦ ପଡ଼ିପାରେ ରାବଣ ପୋଡ଼ି

ରାଉରକେଲାର ସବୁ ପେଣ୍ଡାଲରେ କୋଭିଡ଼ ନିୟମ: ନିରାଡମ୍ବର ଦୁର୍ଗାପୂଜା, ବାଦ ପଡ଼ିପାରେ ରାବଣ ପୋଡ଼ି

ରାଉରକେଲା: ମା’ଧରାପୃଷ୍ଠକୁ ଅବତରଣ କରିବା ନିକଟ ପ୍ରାୟ । ପ୍ରତିବର୍ଷ ପରି ଦୁର୍ଗତନାଶୀନୀଙ୍କ ହାତରେ ମୋକ୍ଷପ୍ରାପ୍ତି ଅପେକ୍ଷାରେ ମହିଷାସୂର । କରୋନା କାଳରେ ମା’ ଜଗତଜନନୀ ବିଜେ କରି ଏହି ମହାମାରୀ କବଳରୁ ଧରାବାସୀଙ୍କୁ ଉଦ୍ଧାର କରିବେ! ଏହି ଆଶା ଓ ବିଶ୍ୱାସ ଏବେ ଶ୍ରଦ୍ଧାଳୁଙ୍କ ମନରେ ଉଙ୍କି ମାରିଲାଣି । ଶ୍ରଦ୍ଧାଳୁ ମାନେ ମାନେ ଚାତକ ପରି ଚାହିଁ ରହିଛନ୍ତି ମା’ଙ୍କ ଆଗମନକୁ । ଚଳିତ ବର୍ଷ ଶାରଦୀୟ ଦୁର୍ଗାପୂଜାକୁ ନେଇ କ୍ସକ୍ଷିଣ ରାଉରକେଲାର ବିଭିନ୍ନ ଶକ୍ତିପୀଠ ସମେତ ପୂଜା କମିଟି ଗୁଡିକ ପକ୍ଷରୁ ଦୁର୍ଗାପୂଜାର ପ୍ରସ୍ତୁତି କରୋନା ଯୋଗୁ ଫିକା ପଡ଼ି ଯାଇଥିବା ବେଳେ, କୋଭିଡ଼ କଟକଣା ଅନୁଯାୟୀ ମା’ଙ୍କ ପୂଜାର୍ଚ୍ଚନା କରାଯିବ । କୋଭିଡ଼ କଟକଣା ଅନୁଯାୟୀ, କର୍ତା, ପୂଜାରୀ ଓ ପୂଜା କମିଟି ସଦସ୍ୟଙ୍କ ସହ ୭ ଜଣ ଦୁର୍ଗାପୂଜା ପେଣ୍ଡାଲରେ ଉପସ୍ଥିତ ରହିବେ । ମନରେ ଯଦିଓ ଏତେଟା ଉତ୍ସାହ ନାହିଁ, ତଥାପି ଦୃଦୟରେ ଶ୍ରଦ୍ଧା ଓ ଭକ୍ତି ରଖି ମା’ଙ୍କ ଆରାଧନା ନିରାଡମ୍ବର ଭାବେ ଦକ୍ଷିଣ ରାଉରକେଲାର ପୂଜା କମିଟି ମାନଙ୍କ ପକ୍ଷରୁ ଆୟୋଜନ କରା ଯାଉଥିବା ସୂଚନା ମିଳିଛି । ସବୁଠି ଶୋଭାପାଇବ ମା’ସିଂହବାହିନୀଙ୍କ ମୁଣ୍ମୟୀ ମୂର୍ତି, ମାତ୍ର ଶୋଭା ପାଇବନି ଆକର୍ଷଣୀୟ ତୋରଣ ଓ ଆଲୋକସଜ୍ଜା । ଏଥର ଶୁଭିବନି ଭଜନର ସ୍ୱର । ଏଥର କୋଭିଡ଼ କଟକଣା ନିୟମକୁ ମାନି ଦକ୍ଷିଣ ରାଉରକେଲାର ପୂଜା କମିଟି ମାନେ ଦୁର୍ଗାପୂଜା ପାଳନ କରିବାକୁ ସଜବାଜ ହେଉଛନ୍ତି । କିଛି ପୂଜା କମିଟି ପକ୍ଷରୁ ଦୁର୍ଗାଙ୍କ ଛୋଟ ମୁଣ୍ମୟୀ ମୂର୍ତି ରଖି ପୂଜା କରିବାକୁ ଯୋଜନା ହୋଇଥିବା ବେଳେ, ଆଉ କିଛି ପୂଜା କମିଟି ମା’ ଦୁର୍ଗାଙ୍କ ଫଟୋ, ଘଟ ରଖି ପୂଜାର୍ଚ୍ଚନା କରିବେ । ରାଉରକେଲାରେ କରୋନା କାଳର ନିରାଡମ୍ବର ଦୁର୍ଗାପୂଜା ପ୍ରସ୍ତୁତିକୁ ନେଇ ଏକ ଉପସ୍ଥାପନା….

ପ୍ରତିବର୍ଷ ପରି ଚଳିତ ବର୍ଷ ରାଉରକେଲାର ସେକ୍ଟର-୨, ସେକ୍ଟର-୧୯, ସେକ୍ଟର-୪, ଟେଲିଫୋନ ଭବନ, ବାସନ୍ତୀ କଲୋନୀ, ନୟାବଜାର ସମେତ ସାରନଗରୀ କମ୍ୟୁନିଟି ସେଂଟର ଠାରେ ଦୁର୍ଗାପୂଜା ନିରାଡମ୍ବର ଭାବେ କୋଭିଡ଼ ନିୟମ ଅନୁଯାୟୀ ପାଳନ କରାଯିବ । ସାରନଗରୀରେ ୬୧ ବର୍ଷ ଧରି ଏହି ପୂଜାର ଆୟୋଜନ କରାଯାଉଛି । ଏହି ବର୍ଷ କରୋନା ଯୋଗୁ ସାରନଗରୀ କମ୍ୟୁନିଟି ସେଂଟରରେ ମା’ ଦୁର୍ଗାଙ୍କ ଫଟୋ ରଖି ନିରାଡମ୍ବର ଭାବେ ପୂଜା କରିବାର ଯୋଜନା ରହିଛି ବୋଲି ପୂଜା କମିଟି ପକ୍ଷରୁ କୁହାଯାଇଛି । ଏହି ପୂଜାକୁ ପାଳନ କରିବାରେ କମିଟି ପକ୍ଷରୁ ସମସ୍ତ ସଦସ୍ୟ ସକ୍ରୀୟ ସହଯୋଗ କରୁଛନ୍ତି ।ଚଳିତ ବର୍ଷ ବାଲିଯୋଡି ପୂଜା କମିଟି ପକ୍ଷରୁ ମା’ ଜଗତଜନନୀଙ୍କ ନିରାଡମ୍ବର ଭାବେ ପାଳନ କରାଯିବାକୁ ନିଷ୍ପତି ହୋଇଛି । ଏହି ପୂଜା ଚଳିତ ବର୍ଷ ୩୭ ବର୍ଷରେ ପଦାର୍ପଣ କରିଛି ଚଳିତ ବର୍ଷ ୪ ଫୁଟର ମୁଣ୍ମୟୀ ମୂର୍ତିରେ ଦେବୀଙ୍କ ଆବାହନ କରାଯିବ । ଏହି ପୂଜା କମିଟି ସିପିସି ତରଫରୁ ୨୦ରୁଉର୍ଦ୍ଧ୍ୱ ପୁରସ୍କୃତ ହୋଇଛି । ଏହି ପୂଜାକୁ ପାଳନ କରିବାରେ କମିଟିର ସମସ୍ତ ସଦସ୍ୟ ସହଯୋଗ କରୁଛନ୍ତି ।ଏହି ବର୍ଷ ଆଇଡିଏଲ ପୂଜା କମିଟି ପକ୍ଷରୁ ଦୁର୍ଗାପୂଜା ପାଳନ କରାଯିବାର କାର୍ଯ୍ୟକ୍ରମ ରହିଛି । ଏହି ପୂଜା ୫୦ ବର୍ଷ ଧରି ଆୟୋଜନ କରାଯାଉଅଛି । ଚଳିତ ବର୍ଷ କରୋନା ମହାମାରୀର ପ୍ରକୋପ ଯୋଗୁ ମା’ଙ୍କ ମୁଣ୍ମୟୀ ମୂର୍ତି ବଦଳରେ ଫଟୋ ପୂଜାର ଆୟୋଜନ କରାଯିବ । ଏହି ପୂଜାକୁ ପାଳନ କରିବାରେ କମିଟିର ସମସ୍ତ ସଦସ୍ୟ ସହଯୋଗ କରୁଛନ୍ତି । କରୋନା ମହାମାରୀ ଯୋଗୁ ଚଳିତ ବର୍ଷ ବିନା ତୋରଣ, ଆଲୋକ ସଜ୍ଜା ବିନା ଦକ୍ଷିଣ ରାଉରକେଲାର ପୂଜା ପେଣ୍ଡାଲ ଗୁଡ଼ିକରେ ମା’ ଦଶଭୂଜାଙ୍କ ପୂଜାର୍ଚ୍ଚନା କରାଯିବ । ଗୋଟିଏ ପଟେ ପୂଜା ଜାକଯମକରେ ଆୟୋଜନ କରାଯାଉ ନଥିବା ବେଳେ, ଏହାର ସିଧାସଳଖ ପ୍ରଭାବ ସ୍ଥାନୀୟ ଅଂଚଳର ଡେକୋରେଟେର ସଂସ୍ଥାର ସତ୍ୱାଧିକାରୀଙ୍କ ଉପରେ ପଡ଼ିଛି । ପାର୍ବଣ ରୁତୁରେ ପୂଜା ପେଣ୍ଡାଲ ଗୁଡ଼ିକରୁ ଆୟ କରୁଥିବା ଏଭଳି ଡେକୋରେଟର ମାନେ ଏବେ ହାତ ବାନ୍ଧି ବସିଛନ୍ତି । କରୋନା ମହାମାରୀ କିପରି ଦୂରେଇ ଯିବ ଏହାକୁ ନେଇ ମା’ ଠାରେ ଗୁହାରି ଜଣାଇଛନ୍ତି । ସେହିପରି ବିଜୟା ଦଶମୀ ଦିନ ରାଉରକେଲାର ସେକ୍ଟର-୧୩ ମେଲଣ ପଡ଼ିଆରେ ପ୍ରତିବର୍ଷ ପାଳନ ହେଉଥିବା ରାବଣ ପୋଡ଼ି ଉତ୍ସବକୁ ଚଳିତ ବର୍ଷ ପ୍ରଶାସନ ପକ୍ଷରୁ ବାଦ ଦିଆଯାଇ ପାରେ ବୋଲି ସାଧାରଣରେ ଆଲୋଚନା ଜୋର ଧରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking