33.1 C
Bhubaneswar
Friday, April 26, 2024
Homeଖେଳଆଇପିଏଲ୍‌-୧୩: ୫ ୱିକେଟରେ ହାରିଲା ଚେନ୍ନାଇ ସୁପରକିଙ୍ଗସ

ଆଇପିଏଲ୍‌-୧୩: ୫ ୱିକେଟରେ ହାରିଲା ଚେନ୍ନାଇ ସୁପରକିଙ୍ଗସ

ସାରଜା: ସାରଜା କ୍ରିକେଟ ଷ୍ଟାଡିୟମଠାରେ ଖେଳାଯାଉଥିବା ଚଳିତ ଆଇପିଏଲର ୩୪ ତମ ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗସକୁ ୫ ୱିକେଟରେ ପରାସ୍ତ କରିଛି ଦିଲ୍ଲୀ କ୍ୟାପିଟାଲ୍ସ । ଦ୍ବିତୀୟ ପାଳିରେ ଦିଲ୍ଲୀ ୧୮୦ ରନ୍‌ର ଲକ୍ଷ୍ୟକୁ ପିଛା କରି ୨୦ ଓଭରରେ ୫ ୱିକେଟ ହରାଇ ୧୮୫ ରନ୍‌ କରି ବିଜୟ ହାସଲ କରିଛି । ଦିଲ୍ଲୀ ପକ୍ଷରୁ ଶିଖର ଧାୱନ ସର୍ବାଧିକ ୧୦୧ ରନ୍‌ କରିଥିବା ବେଳେ ଶ୍ରେୟସ୍ ଆୟର ୨୩ ବଲରେ ୨୩ ରନ୍‌ ଓ ମାର୍କସ୍ ଷ୍ଟୋଇନିସ୍ ୧୪ ବଲରେ ୨୪ ରନ୍‌ କରିଥିଲେ। ଶେଷ ଓଭରରେ ଅକ୍ଷର ପଟେଲ ୩ଟି ଛକା ମାରି ଦିଲ୍ଲୀକୁ ବିଜୟ ଦେଇଥିଲେ । ଅନ୍ୟପଟେ ଚେନ୍ନାଇ ପକ୍ଷରୁ ଦୀପକ ଚହର ୨ଟି ୱିକେଟ ନେଇଥିବା ବେଳେ ଶାର୍ଦ୍ଦୁଲ ଠାକୁର, ଡୱେନ ବ୍ରାଭୋ, ସାମ୍ କରନ୍ ୧-୧ ୱିକେଟ ନେଇଥିଲେ । ଏହି ବିଜୟ ସହ ଦିଲ୍ଲୀ କ୍ୟାପିଟାଲ୍ସ ୧୪ ଅଙ୍କ ସଂଗ୍ରହ କରି ଦଳ ତାଲିକାରେ ପ୍ରଥମରେ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking