27.1 C
Bhubaneswar
Saturday, July 27, 2024
Homeଆଇପିଏଲ୍‌-୨୦୨୩ଆଇପିଏଲ୍‌: ପ୍ଲେଅଫ୍‌ରେ ଲକ୍ଷ୍ନୌ ତୃତୀୟ ଦଳ

ଆଇପିଏଲ୍‌: ପ୍ଲେଅଫ୍‌ରେ ଲକ୍ଷ୍ନୌ ତୃତୀୟ ଦଳ

କୋଲ୍‌କାତା: ଚଳିତ ଆଇପିଏଲ୍‌ରେ ରବିବାର ଏଠାରେ ସଂସ୍କରଣର ୬୮ତମ ମ୍ୟାଚ୍ ଖେଳାଯାଇଥିବା ବେଳେ ଏଥିରେ ଭ୍ରମଣକାରୀ ଲକ୍ଷ୍ନୌ ସୁପର୍ ଜାଏଣ୍ଟ୍‌ସ ମାତ୍ର ୧ ରନ୍‌ରେ ବିଜୟୀ ହୋଇଛି । ଏଥିସହ ଦଳ ତା’ର ଚତୁର୍ଦ୍ଦଶ ମ୍ୟାଚ୍‌ରେ ଅଷ୍ଟମ ବିଜୟ ସହ ମୋଟ ୧୭ ପଏଣ୍ଟ୍ ପାଇ ତୃତୀୟ ଦଳ ଭାବେ ପ୍ଲେଅଫ୍‌ରେ ସ୍ଥାନ ପକ୍କା କରିଛି । ପ୍ରଥମେ ବ୍ୟାଟିଂ ପାଇ ଲକ୍ଷ୍ନୌ ୮ ୱିକେଟ୍‌ରେ ୧୭୬ ରନ୍ କରିଥିଲା । ଦଳ ପକ୍ଷରୁ ନିକୋଲାସ୍ ପୂରନ୍ ମାତ୍ର ୩୦ ବଲ୍‌ରେ ୪ଟି ଚୌକା ଓ ୫ଟି ଛକା ସହ ସର୍ବାଧିକ ୫୮ ରନ୍ କରିଥିବା ବେଳେ ଓପନର କ୍ୱିଣ୍ଟନ୍ ଡି’କକ୍ ୨ଟି ଛକା ସହ ୨୮, ପ୍ରେରକ୍ ମଙ୍କଡ଼ ୫ଟି ଚୌକା ସହ ୨୬ ଏବଂ ଆୟୁଷ ବଦୋନୀ ୨ଟି ଚୌକା ଓ ଗୋଟିଏ ଛକା ସହ ୨୫ ରନ୍ କରିଥିଲେ । ଘରୋଇ କୋଲ୍‌କାତା ନାଇଟ୍ ରାଇଡର୍ସ ପକ୍ଷରୁ ବୈଭବ ଅରୋରା, ଶାର୍ଦ୍ଦୁଲ୍ ଠାକୁର ଓ ସୁନୀଲ ନରିନ୍ ୨ଟି ଲେଖାଏଁ ଏବଂ ହର୍ଷିତ ରାଣା ଓ ବରୁନ୍ ଚକ୍ରବର୍ତ୍ତୀ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।

ରିଙ୍କୁ ସିଂହଙ୍କ ୩୩ ବଲ୍‌ରେ ୬ଟି ଚୌକା ଓ ୪ଟି ଛକା ସମ୍ବଳିତ ୬୭ ରନ୍‌ର ବଳିଷ୍ଠ ଇନିଂସ ସତ୍ତ୍ୱେ କୋଲ୍‌କାତା ମାତ୍ର ୧ ରନ୍ ଯୋଗୁଁ ବିଜୟରୁ ବଞ୍ଚିତ ହୋଇଥିଲା । ଅନ୍ତିମ ଓଭର୍‌ରେ ବିଜୟ ପାଇଁ ୨୧ ରନ୍ ଥିବା ବେଳେ ଅନ୍ତିମ ୩ ବଲ୍‌ରେ ୧୮ ରନ୍ ଆବଶ୍ୟକ ହେଉଥିଲା । ଚତୁର୍ଥ ବଲ୍‌କୁ ରିଙ୍କୁ ଛକା ମାରିବା ପରେ ପଞ୍ଚମ ବଲ୍‌କୁ ଚୌକା ଲଗାଇଥିଲେ । ଶେଷ ବଲ୍‌ରେ ସେ ଛକା ଲଗାଇଥିଲେ ମଧ୍ୟ ଲକ୍ଷ୍ନୌ ବିଜୟୀ ହୋଇଥିଲା । ରିଙ୍କୁଙ୍କ ବ୍ୟତୀତ ଓପନର ଜେସନ୍ ରୟ ୭ଟି ଚୌକା ଓ ଗୋଟିଏ ଛକା ସହ ୪୫ ଏବଂ ତାଙ୍କ ଯୋଡ଼ିଦାର ଭେଙ୍କଟେଶ ଆୟର୍ ୩ଟି ଚୌକା ଓ ଗୋଟିଏ ଛକା ସହ ୨୪ ରନ୍ କରିଥିଲେ । ଲକ୍ଷ୍ନୌ ପକ୍ଷରୁ ରବି ବିଷ୍ଣୋଇ ଓ ୟଶ୍ ଠାକୁର ୨ଟି ଲେଖାଏଁ ଏବଂ ଅଧିନାୟକ କୃନାଲ୍ ପାଣ୍ଡ୍ୟା ଓ କ୍ରିଷ୍ଣାପ୍ପା ଗୌତମଙ୍କୁ ଗୋଟିଏ ଲେଖାଏଁ ୱିକେଟ୍ ମିଳିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking