29.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶଯୁବତୀଙ୍କ ମଥାରେ ସିନ୍ଦୂର ଲଗାଇ ବାହାଘର ଭାଙ୍ଗିଦେଲା ପାଗଳ ପ୍ରେମିକ....

ଯୁବତୀଙ୍କ ମଥାରେ ସିନ୍ଦୂର ଲଗାଇ ବାହାଘର ଭାଙ୍ଗିଦେଲା ପାଗଳ ପ୍ରେମିକ….

ଲକ୍ଷ୍ନୌ: ପ୍ରେମରେ ସଫଳ ନହେବାରୁ ଜୋର ଜବରଦସ୍ତି ମହିଳାଙ୍କ ମଥାରେ ସିନ୍ଦୂର ଦେଲା ଯୁବକ । ତାହା ବି ପୁଣି ମହିଳାଙ୍କ ବାହାଘରରେ । ଆଉ ଭାଙ୍ଗିଗଲା ବାହାଘର । ଏଭଳି ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ଗାଜିପୁରରେ । ଜଣେ ଯୁବକ ସେହି ଗାଁର ଜଣେ ଯୁବତୀଙ୍କୁ ଭଲପାଉଥିଲେ। କିନ୍ତୁ ତାଙ୍କ ପ୍ରେମ ଏକତରଫା ଥିଲା । ଯୁବକ ଜଣକ ଅନେକ ଥର ପ୍ରେମ ନିବେଦନ କରି ବିଫଳ ହୋଇଥିଲା । ମହିଳାଙ୍କ ବିବାହ ଅନ୍ୟତ୍ର ଠିକ୍ ହୋଇଯାଇଥିବା ଜାଣିବା ପରେ ଏହାକୁ ଭାଙ୍ଗିବାକୁ ଚେଷ୍ଟା ଆରମ୍ଭ କରିଦେଇଥିଲା ଯୁବକ ଜଣକ । ବିବାହ ଦିନ ଅତିଥି ଭାବେ ମହିଳାଙ୍କ ଘରକୁ ଯାଇ ଠିକ୍ ବେଦୀ ଉପରେ ମଥାରେ ଜବରଦସ୍ତି ସିନ୍ଦୂର ଦେଇଥିଲା ।

ଯାହା ଫଳରେ ବିବାହ ବାତିଲ ହୋଇଥିଲା । ଏହାପରେ ଉପସ୍ଥିତ ଅତିଥି ମାନେ ସମ୍ପୃକ୍ତ ଯୁବକଙ୍କୁ କାବୁ କରି ବହେ ଛେଚି ପୋଲିସର ଜିମା ଦେଇଥିଲେ । ଗତ ୧୬ ତାରିଖରେ ଏହି ଘଟଣା ଘଟିଥିବା ଗାଜିପୁରର ଏସ୍‌ପି ଓମ୍‌ବୀର ସିଂହ କହିଛନ୍ତି । ଅଭିଯୁକ୍ତକୁ ଗିରଫ କରାଯାଇ ପଚରାଉଚୁରା କରାଯାଉଛି । ଅଭିଯୁକ୍ତର ନାଁ ରାମାଶିଷ ବୋଲି ଜଣାପଡିଛି । ଅଭିଯୁକ୍ତ ଓ ପୀଡିତା ଗୋଟିଏ ଗାଁର । ଘଟଣାକୁ ନେଇ ମହିଳାଙ୍କ ପରିବାର ଲୋକ ଥାନାରେ ଏତଲା ଦେଇଛନ୍ତି । ତାଙ୍କ ଅଭିଯୋଗ ଅନୁସାରେ ଅଭିଯୁକ୍ତ ଜଣକ ଝିଅକୁ ୭ ବର୍ଷ ଧରି ବଳାତ୍କାର କରିଛି । ଏପରିକି ଝିଅର ଅନ୍ତରଙ୍ଗ ମୁହୂର୍ତ୍ତର ଭିତିଓ ରଖିଥିବା ଅଭିଯୋଗରେ ଦର୍ଶାଇଛନ୍ତି ।ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଛି । ତେବେ ଅଭିଯୋଗ ଆସିଥିବା ଭିଡିଓ ସମ୍ପର୍କରେ କୌଣସି ପ୍ରମାଣ ମିଳିପାରିନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking