28.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶପୁଣି ବଡ଼ ଧରଣର ଛଟେଇ କରିବାକୁ ଯାଉଛି ବିଶ୍ୱର ପ୍ରମୁଖ କମ୍ପାନି ମେଟା

ପୁଣି ବଡ଼ ଧରଣର ଛଟେଇ କରିବାକୁ ଯାଉଛି ବିଶ୍ୱର ପ୍ରମୁଖ କମ୍ପାନି ମେଟା

ନୂଆଦିଲ୍ଲୀ: ବଡ଼ ଧରଣର ଛଟେଇ କରିବାକୁ ଯାଉଛି ବିଶ୍ୱର ପ୍ରମୁଖ କମ୍ପାନି ମେଟା । ଆସନ୍ତା ସପ୍ତାହରେ ୬ ହଜାର କର୍ମଚାରୀଙ୍କୁ ଛଟେଇ କରିବ ମେଟା । ଚଳିତ ମେ ରେ କର୍ମଚାରୀଙ୍କୁ ଛଟେଇ କରିବା ପାଇଁ ମେଟା ସିଇଓ ମାର୍କ ଜୁକରବର୍ଗ କିଛି ଦିନ ତଳେ ଘୋଷଣା କରିଥିଲେ । ତେବେ କମ୍ପାନି ପକ୍ଷରୁ ବସିଥିବା ମିଟିଂରେ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି । ତେବେ ବିଧିବଦ୍ଧ ଭାବେ ଘୋଷଣା ହୋଇନଥିଲେ ବି ଏହି ନିଷ୍ପତ୍ତି ନିଆଯାଇଥିବା ବିଶେଷ ସୂତ୍ରରୁ ଜଣାପଡିଛି । ସୂଚନା ଅନୁଯାୟୀ, ଆସନ୍ତା ସପ୍ତାହରୁ ପାଖାପାଖି ୬ ହଜାର କର୍ମଚାରୀଙ୍କୁ ଛଟେଇ କରିବା ଆରମ୍ଭ ହୋଇଯିବ । କମ୍ପାନୀ ଗତ ନଭେମ୍ବରରେ ୧୧ ହଜାର କର୍ମଚାରୀଙ୍କୁ ଛଟେଇ କରିଥିଲା ଓ ୧୦ ହଜାର କର୍ମଚାରୀଙ୍କୁ ଗତ ମାର୍ଚ୍ଚରେ ବାହାର କରିଦେଇଥିଲା ।

ମେଟା ହେଉଛି ଫେସବୁକ୍‌ର ପ୍ୟାରେଣ୍ଟ କମ୍ପାନି ଯିଏକି ପ୍ରାରମ୍ଭିକ ପର୍ଯ୍ୟାୟରେ ୪ ହଜାର କର୍ମଚାରୀଙ୍କୁ ବାହାର କରିଥିବା ବେଳେ ତାଲିକାରେ ଆଉ ୬ ହଜାର ଅଛନ୍ତି, ଯିଏ ମେ ସୁଦ୍ଧା ବିଦା ହେବେ । ଏନେଇ କମ୍ପାନିର ଗ୍ଲୋବାଲ୍ ଆଫାୟାର୍ସ ସଭାପତି ନିକ୍ କ୍ଲେଗ୍‌, କହିଛନ୍ତି ଯେ ଆସନ୍ତା ସପ୍ତାହରେ ଛଟେଇର ଥାର୍ଡ ୱେଭ୍ ଆସିବାକୁ ଯାଉଛି । ଏହା କମ୍ପାନି ସମେତ ପ୍ରତ୍ୟେକଙ୍କୁ ପ୍ରଭାବିତ କରିବ । ଏହା ଆମ ପାଇଁ ଚିନ୍ତା ଓ ଅନିଶ୍ଚିତତାର ସମୟ । ବିଶେଷ ସୂତ୍ରରୁ ଜଣାପଡିଛି ଯେ, ମେଟା ପକ୍ଷରୁ ତାଲିକାଭୁକ୍ତ କର୍ମଚାରୀଙ୍କୁ ନୋଟିସ୍ ପଠାଯିବ ।

ଏହାପରେ ଛଟେଇ କରିବା ପ୍ରକ୍ରିୟା ଆରମ୍ଭ ହୋଇଯିବ । ଇମେଲ୍ ମାଧ୍ୟମରେ ଚିଠି ପାଇବା ପରେ କର୍ମଚାରୀଙ୍କୁ ନିଶ୍ଚିତ ପ୍ରଭାବିତ କରିବ । ତେବେ କର୍ମଚାରୀଙ୍କ ଭବିଷ୍ୟତକୁ ନେଇ ମେଟା ଉଞଙ କହିଛନ୍ତି ଯେ ଆମର ସେମିତି କିଛି ଯୋଜନା ନାହିଁ । କେବଳ କମ୍ପାନୀକୁ ଦୀର୍ଘଜୀବୀ ଓ ଆଗକୁ ବଢାଇବା ଆମର ଲକ୍ଷ୍ୟ, ସେଥିପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି । ଅପରପଟେ ଏତେ ବଡ଼ଧରଣର ଛଟେଇ କରାଯିବାକୁ ନେଇ ଉତ୍ତରରେ କମ୍ପାନିର ସିଇଓ ଜୁକରବର୍ଗ କହିଛନ୍ତି ଯେ ଆର୍ôଥକ ମାନ୍ଦାବସ୍ଥା କାରଣରୁ ମେଟାର ବ୍ୟବସାୟରେ ଅଗ୍ରଗତି କମିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking