31.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗଆଇପିଏଲ ୨୦୨୦: ଚେନ୍ନାଇକୁ ୧୬ ରନରେ ହରାଇଲା ରାଜସ୍ଥାନ ରୟାଲସ୍

ଆଇପିଏଲ ୨୦୨୦: ଚେନ୍ନାଇକୁ ୧୬ ରନରେ ହରାଇଲା ରାଜସ୍ଥାନ ରୟାଲସ୍

ନୂଆଦିଲ୍ଲୀ : ଆଇପିଏଲ ୨୦୨୦. ଚତୁର୍ଥ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସକୁ ୧୬ ରନରେ ହରାଇଲା ରାଜସ୍ଥାନ ରୟାଲସ। ପ୍ରଥମେ ବ୍ୟାଟିଙ୍ଗ କରି ରାଜସ୍ଥାନ ରୟାଲସ ନିର୍ଧାରିତ ୨୦ ଓଭରରେ ୭ ୱିକେଟ ହରାଇ ୨୧୬ ରନ ସ୍କୋର କରିଥିଲେ। ଦଳ ପକ୍ଷରୁ ସଞ୍ଜୁ ସାମସନ ସର୍ବାଧିକ ୭୪ ରନ କରିଥିବାବେଳେ ଅଧିନାୟକ ଷ୍ଟିଭ ସ୍ମିଥ ୬୯ ରନ ସ୍କୋର କରିଥିଲେ। ଚେନ୍ନାଇ ପକ୍ଷରୁ ସାମ କରନ ୪ ଓଭରରେ ୩୩ ରନ ଦେଇ ୩ ଟି ୱିକେଟ ଅକ୍ତିଆର କରିଥିଲେ । ୨୧୭ ରନର ବିଶାଳ ଟାର୍ଗେଟକୁ ପିଛା କରୁଥିବା ଚେନ୍ନାଇ ନିର୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୨୦୦ ରନ କରିବାକୁ ସକ୍ଷମ ହୋଇଥିଲା। ଦଳ ପକ୍ଷରୁ ଫାଫ ଡୁପ୍ଲେସି ସର୍ବାଧିକ ୭୨ ରନ କରିଥିଲେ । ରାଜସ୍ଥାନ ପକ୍ଷରୁ ରାହୁଲ ତେୱାତୀୟା ୪ ଓଭରରେ ୩୭ ରନ ଦେଇ ୩ ଟି ୱିକେଟ ନେଇଥିଲେ। ଆସନ୍ତାକାଲି ଖେଳାଯିବାକୁ ଥିବା ପଞ୍ଚମ ମ୍ୟାଚରେ କୋଲକାତା ନାଇଟ ରାଇଡ଼ର୍ସକୁ ଭେଟିବାକୁ ଯାଉଛି ମୁମ୍ବାଇ ଇଣ୍ଡିଆନ୍ସ। ଏହି ମ୍ୟାଚ ଆବୁଧାବିର ଶେଖ ଯାୟେଦ ଷ୍ଟାଡିଅମରେ ଖେଳାଯିବ । ପୂର୍ବରୁ ଦୁଇ ଦଳ ମଧ୍ୟରେ ୨୫ ଥର ମୁକାବିଲା ହୋଇସାରିଥିବାବେଳେ ମୁମ୍ବାଇ ୧୯ ଥର ଏବଂ କୋଲକାତା ମାତ୍ର ୬ ଥର ଜିତିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking