ଦେଶରେ କରୋନା ମୃତ୍ୟୁ ୯୧, ୧୪୯

ନୂଆଦିଲ୍ଲୀ: ଭାରତରେ ମହାମାରୀ କରୋନା ଭାଇରସ ସଂକ୍ରମଣରେ ଏ ପର୍ଯ୍ୟନ୍ତ ୫୬ ଲକ୍ଷରୁ ଅଧିକ ଲୋକ ଆକ୍ରାନ୍ତ ହୋଇସାରିଲେଣି । ଫଳରେ ଏହି ସଂକ୍ରମଣ ଯୋଗୁଁ ୯୦ ହଜାରରୁ ବି ଅଧିକ ଲୋକ ଙ୍କ ଜୀବନ ନେଇସାରିଲାଣି କରୋନା । ବିଶ୍ୱରେ କରୋନା ଜନିତ ସଂକ୍ରମଣ ମାମଲାରେ ଆମେରିକା ପରେ ଭାରତ ରହିଛି । ହେଲେ ଏହା ପରେ ବି ଭାରତ ପାଇଁ ଆଶ୍ୱସ୍ତିକର ଖବର ହେଲା ଯେ, ଭାରତରେ ରିକଭରି ରେଟ୍ ଅଧିକ ରହିଛି । ଅନ୍ୟପଟେ କେନ୍ଦ୍ର ମନ୍ତ୍ରୀ ସୁରେଶ ଅଂଗଡୀଙ୍କ ବୁଧବାର ନିଧନ ମଧ୍ୟ ହୋଇଯାଇଛି । ତେବେ ଏ ହେଉଛନ୍ତି ପ୍ରଥମ କେନ୍ଦ୍ରମନ୍ତ୍ରୀ ଯିଏ, କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଛନ୍ତି । ଦେଶରେ ଏବେ କରୋନାଜନିତ ମୃତ୍ୟୁ ସଂଖ୍ୟା ୯୧,୧୪୯ କୁ ବୃଦ୍ଧି ପାଇଛି । ଦିନକରେ ୮୬ ହଜାର ୫୦୮ ଆକ୍ରାନ୍ତ ହୋଇଥିବା ବେଳେ ୧ ହଜାର ୧୨୯ ଜମଙ୍କ ମୃତ୍ୟୁ ଘଟିଛି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୭ ଲକ୍ଷ ୩୨ ହଜାର ୫୧୯କୁ ବୃଦ୍ଧି ପାଇଛି । ମୋଟ ଆକ୍ଟିଭ କେସ ୯୬୬୩୮୨ ରହିଥିବା ବେଳେ ସୁସ୍ଥଙ୍କ ସଂଖ୍ୟା ୪୬,୭୪,୯୮୭ ରହିଛି । ଏନେି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

LEAVE A REPLY

Please enter your comment!
Please enter your name here