28.9 C
Bhubaneswar
Wednesday, April 17, 2024
HomeUncategorizedରାଜସ୍ଥାନକୁ ରୋକିଲା ମୁମ୍ବାଇ, ଚତୁର୍ଥ ବିଜୟ ସହ ଶୀର୍ଷକୁ ଉଠିଲା ଖେଳ

ରାଜସ୍ଥାନକୁ ରୋକିଲା ମୁମ୍ବାଇ, ଚତୁର୍ଥ ବିଜୟ ସହ ଶୀର୍ଷକୁ ଉଠିଲା ଖେଳ

ଦୁବାଇ: ଚଳିତ ବର୍ଷ ଆଇପିଏଲ୍‌ ୨୦୨୦ରେ ଗତ କାଲି ରୋହିତ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍‌ସ ଏବଂ ଷ୍ଟିଭ୍‌ ସ୍ମିଥ୍‌ଙ୍କ ରାଜସ୍ଥାନ ରୟାଲ୍‌ସ ମଧ୍ୟରେ ଖେଳାଯାଇଥିଲା। ଉଭୟଙ୍କ ପ୍ରଥମ ମୁକାବିଲାରେ ମୁମ୍ବାଇ ବାଜି ମାରିଥିଲା। ଏଥି ସହିତ ରାଜସ୍ଥାନର ବିଜୟ ଧାରାକୁ ରୋକି ଦେଇଥିଲା ମୁମ୍ବାଇ। ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ସୂର୍ଯ୍ୟ କୁମାର ଯାଦବଙ୍କ ଦମ୍‌ଦାର ଅର୍ଧଶତକ ସାଙ୍ଗକୁ ହାର୍ଦିକ୍‌ ପାଣ୍ଡ୍ୟାଙ୍କ ଦ୍ରୁତ ରନ୍‌ ବଳରେ ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ୧୯୩/୪ କରିଥିଲା ବେଳେ ବୋଲରମାନେ ରାଜସ୍ଥାନ ପାଳିକୁ ୧୮.୧ ଓଭରରେ ୧୩୬ ରନ୍‌ରେ ସଫା କରି ଦେଇଥିଲେ। ଫଳରେ ମୁମ୍ବାଇ ୫୭ ରନ୍‌ର ବଡ଼ ବ୍ୟବଧାନରେ ମ୍ୟାଚ୍‌ ଜିତି ନେଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking