ଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା….

ମେଷ : ଘରେ ବନ୍ଧୁ ମିଳନ ସହିତ ଖୁସିର ଆସର ଜମିପାରେ । ଘଟଣାର ପରିବର୍ତନ ହୋଇପାରେ । ବାଣିଜ୍ୟ ବ୍ୟବସାୟ ତଥା ପରିବର୍ତନ କ୍ଷେତ୍ରରେ ଅଶାନୁରୂପ ଫଳ ପାଇବେ ।

ବୃଷ : ବନ୍ଧୁ ସ୍ୱାର୍ଥବାଦୀ ହୋଇପାରନ୍ତି । ଲକ୍ଷ୍ୟ ବିଚ୍ୟୁତ ହୋଇପାରନ୍ତି । ଦିନ ସାରା କଠିନ ପରିଶ୍ରମ ଦ୍ୱାରା ସାମାନ୍ୟ ଶାରୀରିକ ଆଶ୍ୱସ୍ତି ଅନୁଭବ କରିବେ । ଚଳଚ୍ଚିତ୍ର ଓ ରଚନାତ୍ମକ କାମରେ ଉଚ୍ଚ ପ୍ରଶଂସା ପାଇବେ ।

ମିଥୁନ : ଭୂଲ ବୁଝାମଣାର ଶୀକାର ହେବାକୁ ପଡ଼ିପାରେ । ଛୋଟ ଛୋଟ ଘଟଣାକୁ କେନ୍ଦ୍ର କରି ପ୍ରକୃତ ଘଟଣା ନବୁଝି ପଡ଼ୋଶୀ କ୍ରୋଧ ପ୍ରକାଶ କରିପାରନ୍ତି । ନିଜ ଲୋକମାନେ ବିଶ୍ୱାସଘାତକତା କରିପାରନ୍ତି ।

କର୍କଟ : ସନ୍ଦେହ ଓ ଭୂୂଲ୍ ବୁଝାମଣା କାରଣରୁ ପାରିବାରିକ କ୍ଷେତ୍ରରେ ଅଶାନ୍ତି ସୃଷ୍ଟି ହେବ । ଅସୁସ୍ଥତା କାରଣରୁ ଶରୀରରେ ଦୁର୍ବଳତା ଅନୁଭବ କରିବେ । ହଠାତ୍ ଜଣେ ବନ୍ଧୁଙ୍କ ଠାରୁ ଆଶା ଅନୁଯାୟୀ ଅର୍ଥ ପାଇପାରିବେ ।

ସିଂହ : ଆଜି ଅନ୍ୟମାନଙ୍କ କଥାରେ ଉତଫୁଲ୍ଲିତ ହୋଇ ନିଜ ପାଇଁ ସମସ୍ୟାକୁ ଡ଼ାକି ଆଣିବେ । ପାରିବାରିକ କ୍ଷେତ୍ରରେ ସ୍ନେହ ଶ୍ରଦ୍ଧା ଓ ଆଶାନୁରୂପ ଅବଶ୍ୟ ପାଇପାରିବେ । ଅଟକି ରହିଥିବା ହଠାତ୍ କୌଣସି ଖବର ପାଇ ଖୁସି ହେବେ ।

କନ୍ୟା : କେତେକ କ୍ଷେତ୍ରରେ ଆପଣଙ୍କର ଭୂଲ୍ ନିଷ୍ପତି ହିଁ ସମସ୍ୟାକୁ ବଢ଼ାଇ ଦେଇପାରେ । ନିଜର ପ୍ରିୟ ବ୍ୟକ୍ତିଙ୍କ ପରାମର୍ଶକୁ ନେଇ କାର୍ଯ୍ୟ କଲେ ବିଶେଷ ଭାବରେ ଉପକୃତ ହେବେ ।

ତୁଳା : ଆଜି ବ୍ୟବସାୟ କ୍ଷେତ୍ରରେ କିଛିଟା ଅଶାନ୍ତି ପରିସ୍ଥିତି ସୃଷ୍ଟି ହେବ । ଆର୍ଥିକ ଦିଗରୁ ଲାଭବାନ୍ ହେବେ । ଅଫିସରେ ପଦମର୍ଯ୍ୟାଦା ବୃଦ୍ଧି ପାଇବ ।

ବିଛା : ଅପ୍ରିୟ ସତ କହି ପ୍ରତ୍ୟେକ କ୍ଷେତ୍ରରେ ଭୂଲ୍ ବୁଝାମଣାର ଶୀକାର ହେବେ । କାମ ଗୁଡ଼ିକ ଶୃଙ୍ଖଳିତ ଭିତରେ ହେବ ନାହିଁ । ଭୂଲ ଖବର ପାଇ ବିବ୍ରତ ହୋଇପାରନ୍ତି । ଆଶା କରୁଥିବା ଦ୍ରବ୍ୟ ଅପରାହ୍ଣରେ ପାଇପାରିବେ ।

ଧନୁ : ଦୀର୍ଘଦିନରୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ଣରେ ପାଇପାରିବେ । ନୂତନ ଭାବନା ଆରମ୍ଭ କରିପାରନ୍ତି । ପାରିବାରିକ ସମସ୍ୟା ସମ୍ପର୍କରେ ସମାଧାନ ହୋଇଯିବ । ବନ୍ଧୁମାନଙ୍କ ପାଖରୁ ସାହାଯ୍ୟ ମିଳିପାରେ।

ମକର : ଭୂଲ୍ ବୁଝାମଣା ହେତୁ ପରିବାରରେ ସମସ୍ୟା ବଢ଼ିପାରେ । ସତସଙ୍ଗ ସାଙ୍ଗକୁ ଧର୍ମକାର୍ଯ୍ୟ ପ୍ରତି ମନ ବଳିବ । ସ୍ତ୍ରୀଙ୍କ ପରାମର୍ଶ ନେଇ ସମସ୍ୟା ସମାଧାନ ହୋଇଯିବ ।

କୁମ୍ଭ : ନୂତନ କାର୍ଯ୍ୟାରମ୍ଭ କରିବା ସକାଶେ ଅହେତୁକ ଚିନ୍ତା ମନକୁ ଆନ୍ଦୋଳିତ କରିପାରେ । କୌଣସି ଶୁଭ ଖବର ପାଇ ଖୁସି ହେବେ । ପରିବାରରେ ଅଶାନ୍ତି ଦେଖାଦେବ ।

ମୀନ : ଆଜି ନିଜ ଲୋକ ହଇରାଣ କରିପାରନ୍ତି । ବ୍ୟବସାୟରେ ଲାଭବାନ୍ ହେବେ । ପରିବାରରେ ଅଶାନ୍ତି ଲାଗି ରହିବ । ଛାତ୍ରଛାତ୍ରୀମାନେ ପାଠ ପଢ଼ାରେ ମନଦେବେ ।

LEAVE A REPLY

Please enter your comment!
Please enter your name here