27.1 C
Bhubaneswar
Wednesday, July 16, 2025
Homeଖେଳପ୍ରଥମେ ବୋଲିଂ କରିବ ହାଇଦ୍ରାବାଦ

ପ୍ରଥମେ ବୋଲିଂ କରିବ ହାଇଦ୍ରାବାଦ

ନୂଆଦିଲ୍ଲୀ :ସାରଜା କ୍ରିକେଟ୍‌ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ ଟସ୍‌ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଆଇପିଏଲ୍‌ର ୫୬ତମ ମୁକାବିଲା ପାଇଁ ଆଜି ସନରାଇଜର୍ସ ହାଇଦ୍ରାବାଦ୍‌ ଓ ମୁମ୍ବାଇ ଇଣ୍ଡିଆନ୍ସ ମୁହାଁମୁହିଁ ହୋଇଛନ୍ତି। ଆଜିର ମ୍ୟାଚ ରେ ପୂର୍ବରୁ ପ୍ଲେ-ଅଫରେ ସ୍ଥାନ ସୁରକ୍ଷିତ କରି ସାରିଥିବା ମୁମ୍ବାଇ ପ୍ରଥମେ ବ୍ୟାଟିଂ କରିବ । ଆଜିର ମ୍ୟାଚ ରେ କିଏ ଜିତୁଛି ତାହା ଦେଖିବାକୁ ବାକି ରହିଲା । ଯଦି ଆଜିର ମ୍ୟାଚ୍ ହାଇଦ୍ରାବାଦ ଜିତିବ, ତା’ହେଲେ କୋଲକାତା ନାଇଟ ରାଇଡର୍ସ ପ୍ଲେ-ଅଫରୁ ବିଦାୟ ନେବ। ଏଥିସହ ହାଇଦ୍ରାବାଦ ଜିତି ପ୍ଲେ-ଅଫକୁ ପ୍ରବେଶ କରିବ। ଆଜି ଯଶପ୍ରୀତ ବୁମ୍ରା ଓ ଟ୍ରେଣ୍ଟ ବୋଲ୍ଟଙ୍କୁ ମୁମ୍ବାଇ ବିଶ୍ରାମ ଦେଇଛି। ଏମାନଙ୍କ ବଦଳରେ ପାଟିନସନ ଓ ଧୱଲ କୁଲକର୍ଣ୍ଣିଙ୍କୁ ସୁଯୋଗ ମିଳିଛି। ଜୟନ୍ତ ଯାଦବଙ୍କ ବଦଳରେ ନିଜେ ରୋହିତ ଶର୍ମା ଚୂଡ଼ାନ୍ତ ଏକାଦଶକୁ ଫେରିଛନ୍ତି। ଅନ୍ୟପକ୍ଷରେ ହାଇଦ୍ରାବାଦ ତା’ର ଚୂଡ଼ାନ୍ତ ଏକାଦଶରେ ଗୋଟିଏ ପରିବର୍ତ୍ତନ କରିଛି। ଅଭିଷେକ ଶର୍ମାଙ୍କ ବଦଳରେ ପ୍ରିୟମ ଗର୍ଗଙ୍କୁ ସୁଯୋଗ ମିଳିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking