40.1 C
Bhubaneswar
Wednesday, April 24, 2024
Homeଓଡିଶାବାଣ ବିକ୍ରି, ଫୁଟାଇବା ଉପରେ ଲାଗିଲା କଟକଣା

ବାଣ ବିକ୍ରି, ଫୁଟାଇବା ଉପରେ ଲାଗିଲା କଟକଣା

ଭୁବନେଶ୍ୱର: ଚଳିତବର୍ଷ ରାଜ୍ୟରେ ବାଣ ବିକ୍ରି ଓ ଫୁଟାଇବା ଉପରେ ଲାଗିଲା କଟକଣା । ନଭେମ୍ବର ୧୦ ରୁ ୩୦ ପର୍ଯ୍ୟନ୍ତ ବାଣ ବିକ୍ରି ଓ ଫୁଟାଇବା ମନା ହୋଇଛି। ବାଣ ଉପରେ କଟକଣା ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର। ନିୟମ ଉଲ୍ଲଙ୍ଘନ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। ହୋମ ଆଇସୋଲେସନ କରୋନା ରୋଗୀ ରହୁଥିବାରୁ ବିପଦ ଆଶଙ୍କା ରହିଛି। ପାରମ୍ପରିକ ପ୍ରଥାରେ ଦୀପାବଳି ପାଳନ କରିହେବ। ହି ନିୟମ ଯିଏ ଭଙ୍ଗ କରିବ ସେମାନଙ୍କ ବିରୋଧରେ ବିପର୍ଯ୍ୟୟ ପରିଚାଳନା ଆଇନ ୨୦୦୫ ତଥା ଅନ୍ୟ ସମ୍ପୃକ୍ତ ଆଇନର ଧାରା ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରଶାସନ ଓ ପୁଲିସକୁ ନି‌‌ର୍ଦେଶ ଦିଆଯାଇଛି। ବାଣଫୁଟାଇବା ଫଳରେ ଅଧିକ ମାତ୍ରାରେ ନାଇଟ୍ରସ ଅକସାଇଡ, ସଲଫର ଡାଇଅକସାଇଡ, କାର୍ବନ ମନୋକସାଇଡ ପରି କ୍ଷତିକାରକ ରାସାୟନିକ ପଦାର୍ଥ ନିର୍ଗତ ହୋଇଥାଏ। ଏହାଦ୍ବାରା ସମ୍ବେଦନଶୀଳ ଲୋକଙ୍କ ଶ୍ବାନଜନିତ ସମସ୍ୟା ଦେଖା ଦେଇଥାଏ । ବାଣ ଫୁଟିବା ସମୟରେ ଗୃହ ପୃଥକବାସରେ ରହିଥିବା ତଥା କୋଭିଡ-୧୯ ସଂକ୍ରମିତ ଥିବା ଲୋକମାନଙ୍କ ସ୍ବାସ୍ଥ୍ୟାବସ୍ଥାକୁ ଆହୁରି ଖରାପ କରିବାର ଆଶଙ୍କା ରହିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking