32.1 C
Bhubaneswar
Friday, May 3, 2024
Homeବ୍ରେକୀଙ୍ଗଟସ ଜିତି ସନ ରାଇଜର୍ସ ହାଇଦ୍ରାବାଦର ବ୍ୟାଟିଂ ନିଷ୍ପତ୍ତି

ଟସ ଜିତି ସନ ରାଇଜର୍ସ ହାଇଦ୍ରାବାଦର ବ୍ୟାଟିଂ ନିଷ୍ପତ୍ତି

ନୂଆଦିଲ୍ଲୀ: ଆଇପିଏଲ ରୋଚକ ମୋଡ଼ ନେବା ଆରମ୍ଭ କଲାଣି । ଦିଲ୍ଳୀ ,ମୁମ୍ବାଇ ଓ ବାଙ୍ଗାଲୋର ପ୍ରଥମ ୩ଟି ସ୍ଥାନରେ ଥିବା ବେଳେ ପ୍ରାୟତଃ ପ୍ଲେ- ଅଫରରେ ସ୍ଥାନ ପକ୍କା କରିବା ଏକ ପ୍ରକାର ନିଶ୍ଚିତ । ତେବେ ୪ର୍ଥ ସ୍ପଟ ପାଇଁ ଏବେ ମଧ୍ୟ ଭିଡ଼ା ଓଟରା ଚାଲିଛି । କୋଲକତା , ଞ୍ଜାବ , ସନରାଇଜର୍ସ ,ହାଇଦ୍ରାବାଦ ଓ ରାଜସ୍ଥାନ ରୟାଲ ମଧ୍ୟରୁ କେହି ଜଣେ ଟପ୍ ୪ରେ ପ୍ରବେଶ କରିବେ ।ତେବେ ଏହି ସୁଯୋଗ ହାତେଇବା ତା’ ପାଇଁ ଏବେ ଲଢେଇ ଜୋରସୋରରେ ହେଉଛି ।
ଇତିହାସ କଣ କହୁଛି :
ଏହି କ୍ରମରେ ଆଜି ସନରାଇଜର୍ସ ହାଇଦ୍ରାବାଦ ଭେଟିବ କିଙ୍ଗ୍‌ସ ଏକାଦଶ ପଞ୍ଜାବକୁ । ସନ ରାଇଜର୍ସ ହାଇଦ୍ରାବାଦ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି । ଉଭୟ ଟିମ୍ ୪ଟି ଲେଖାଏଁ ମ୍ୟାଚ ଜିତି ୮ ପଏଣ୍ଟ ହାତେଇଥିବା ହେତୁ ଆଜିର ମ୍ୟାଚ ଉଭୟଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ପ୍ଲେ – ଅଫକୁ ଯିବାକୁ ହେଲେ ଆଜିର ମ୍ୟାଚ ଜିତିବା ଏକପ୍ରକାର ବାଧ୍ୟତା । ଉଭୟଙ୍କ ପାଖରେ ଆଉ ୪ଟି ମ୍ୟାଚ ବାକି ଥିବା ହେତୁ ,୪ଟି ଜିତିବା ହିଁ ଦଳର ଏକମାତ୍ର ଲକ୍ଷ୍ୟ ରହିବ । ଅନ୍ୟ ପକ୍ଷରେ ୨୦୧୩ର ଆଜି ପର୍ଯ୍ୟନ୍ତ ଉଭୟ ଟିମ୍ ୧୮ଟି ମୁକାବିଲାରେ ସାମ୍ନାସାମ୍ନି ହୋଇଥିବା ବେଳେ କିଙ୍ଗ୍‌ସ ଇଲଭେନ୍ ପଞ୍ଜାବ ମାତ୍ର ୪ଟରେ ବିଜୟ ହୋଇଛି ।ଉକ୍ତ ମ୍ୟାଚରେ ସନରାଇଜର୍ସ ୬୯ ରନ୍‌ରେ ବିଜୟ ଲାଭ କରିଥିଲେ ।ଅର୍ଥାତ ଇତିହାସର ରେକର୍ଡ଼ ଆଧାରରେ ଦେଖିଲେ ପଞ୍ଜାବ ଯଥେଷ୍ଟ ଖରାପ ପ୍ରଦର୍ଶନ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking