29.1 C
Bhubaneswar
Saturday, April 27, 2024
Homeବ୍ରେକୀଙ୍ଗକେନ୍ଦ୍ରୀୟ ଶ୍ରମ ସଂଗଠନ ଆହ୍ୱାନରେ ଆଇ. ଏନ. ଟି. ୟୁ. ସି. ପକ୍ଷରୁ କଳିଙ୍ଗନଗର ଓ...

କେନ୍ଦ୍ରୀୟ ଶ୍ରମ ସଂଗଠନ ଆହ୍ୱାନରେ ଆଇ. ଏନ. ଟି. ୟୁ. ସି. ପକ୍ଷରୁ କଳିଙ୍ଗନଗର ଓ ବ୍ୟାସନଗର ଠାରେ ଆଜି ଦେଶବ୍ୟାପୀ ପ୍ରତିବାଦ ଦିବସ

ଯାଜପୁର -ଆଜି କେନ୍ଦ୍ରର ମୋଦି ସରକାର ଙ୍କ ଶ୍ରମିକ ବିରୋଧୀ, କୃଷକ ବିରୋଧୀ ଓ ଜନ ବିରୋଧୀ ନୀତିକୁ ବିରୋଧ କରି କେନ୍ଦ୍ରୀୟ ଟ୍ରେଡ଼ ୟୁନିଅନ ମିଳିତ ମଞ୍ଚ ଆହ୍ୱାନ ରେ ଆଜି ଦେଶ ବ୍ୟାପି ପ୍ରତିବାଦ ଦିବସ ପାଳନ କରାଯାଉଅଛି । ଏହି ପରିପ୍ରେକ୍ଷୀରେ ଆଇ. ଏନ. ଟି. ୟୁ. ସି. ର ରାଜ୍ୟ ଉପ ସଭାପତି ତଥା ଯାଜପୁର ଜିଲ୍ଲା ସଭାପତି ବିଦ୍ୟାଧର ମହାନ୍ତି ଙ୍କ ନେତୃତ୍ୱରେ ଜିଲ୍ଲାର ଆଇ. ଏନ. ଟି. ୟୁ. ସି. ସହ ବନ୍ଦିତ ଶ୍ରମିକ ସଙ୍ଘ ପକ୍ଷରୁ ପ୍ରଥମେ କଳିଙ୍ଗନଗର ଶିଳ୍ପାଞ୍ଚଳର ମାନପୁର ଛକ ଠାରୁ ଶ୍ରମିକ କର୍ମଚାରୀ ମାନେ ସରକାର ବିରୋଧୀ ସ୍ଲୋଗାନ ଦେଇ ଏକ ଶୋଭାଯାତ୍ରା ରେ ଯାଇ ଜିନ୍ଦଲ ଷ୍ଟେନଲେସ ଠିକା ଶ୍ରମିକ ସଙ୍ଘ ପକ୍ଷରୁ ଜିନ୍ଦଲ ମୁଖ୍ୟ ଫାଟକ ସମ୍ମୁଖରେ, ମେସ୍କୋ ୱାର୍କରସ ୟୁନିଅନ ପକ୍ଷରୁ ମେସ୍କୋ ଗେଟ ସମ୍ମୁଖରେ, ସୁକିନ୍ଦା ରୋଡ ଲୋଡ଼ିଂ ଅନଲୋଡିଂ ଲେବର ୟୁନିଅନ ପକ୍ଷରୁ ମାନପୁର ଛକ ଠାରେ ସାମାଜିକ ଦୂରତା ରକ୍ଷା କରି ପ୍ରତିବାଦ କରାଯାଇଥିଲା । ଏଥିରେ ଆଇ. ଏନ. ଟି. ୟୁ. ସି. ସହ ବନ୍ଦିତ ସମସ୍ତ ଶ୍ରମିକ ସଙ୍ଘ ଯୋଗ ଦେଇଥିଲେ । ସେହିପରି ଆଇ. ଏନ. ଟି. ୟୁ. ସି. ତରଫରୁ ନିଖିଳ ଉତ୍କଳ ନିର୍ମାଣ ଶ୍ରମିକ ସଙ୍ଘ, ଯାଜପୁର ଶିଳ୍ପ ଶ୍ରମିକ ସଙ୍ଘ, ବ୍ୟାସନଗର ଉଠାଦୋକାନୀଶ୍ରମିକ ସଙ୍ଘ,ଅଣ ସଂଗଠିତ ଶ୍ରମିକ କଂଗ୍ରେସ, କଳିଙ୍ଗନଗର ଅଟୋ ରିକ୍ସା ସଙ୍ଘ ପକ୍ଷରୁ ଗୋପବନ୍ଧୁ ଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ପ୍ରତିବାଦ କରାଯାଇଅଛି । ଏଥିରେ ଆଇ. ଏନ. ଟି. ୟୁ. ସି. ର ଜିଲ୍ଲା ସମ୍ପାଦକ ନୃସିଂହ ଚରଣ ପହି, ଜିନ୍ଦଲ ଷ୍ଟେନଲେସ ଠିକା ଶ୍ରମିକ ସଙ୍ଘ ର କାର୍ଯ୍ୟକାରୀ ସଭାପତି ପରମାନନ୍ଦ ସେଠୀ, ମେସ୍କୋ ୱାର୍କରସ ୟୁନିଅନ ର ଉପ ସଭାପତି ସେକ ସାବିର, ଅଣ ସଂଗଠିତ ଶ୍ରମିକ କଂଗ୍ରେସ ର ଜିଲ୍ଲା ସଭାପତି ଚନ୍ଦ୍ରକାନ୍ତ ଖଣ୍ଡାଇ, ବ୍ୟାସନଗର ସଭାପତି ଅଜୟ କୁମାର ସାହୁ ସଂଯୋଜକ ପଦ୍ମନାଭ ନାୟକ, ରାଜ୍ୟ ସଂଯୋଜକ ବିଜୟ କୁମାର ବୋଇତାଇ, ଅଟୋ ରିକ୍ସା ସଙ୍ଘ ସମ୍ପାଦକ ନରହରି ବେହେରା,ସେକ ଆତାର ଉଦ୍ଦିନ, ଅଜୟ ଦାସ ସୁକିନ୍ଦା ରୋଡ ଲୋଡ଼ିଂ ଅନ ଲୋଡ଼ିଂ ଲେବର ୟୁନିଅନ ପକ୍ଷରୁ ଅଭିମନ୍ୟୁ ପାତ୍ର ମୁନେଶ୍ୱର ନାୟକ, ଲଷ୍ମୀଧର ପାତ୍ର, ରତ୍ନାକର ପାତ୍ର ବ୍ୟାସନଗର ଉଠା ଦୋକାନୀ ଶ୍ରମିକ ସଙ୍ଘ ର ଭରତ ସାହୁ, ପ୍ରଦୀପ ବଳ ଅଭିନ୍ନ ମଳିକ, ସୁନାରାମ ଟୁଡୁ, ରଞ୍ଜନ ପାତ୍ର ବୋଧିରାମ ନାୟକ ପ୍ରମୁଖ କେନ୍ଦ୍ର ସରକାର ଶ୍ରମ କୋର୍ଡକୁ ବାତିଲ କରିବା, 8ଘଣ୍ଟା କାର୍ଯ୍ୟ ସମୟ କୁ 12ଘଣ୍ଟା କରିବା, ପ୍ରବାସୀ ଶ୍ରମିକ ମାନଙ୍କର ଉପଯୁକ୍ତ ରୋଜଗାର ବ୍ୟବସ୍ଥା ନକରିବା, କରୋନା ଆଳରେ ବିଭିନ୍ନ ଶ୍ରମ ଆଇନ ର ସଂସ୍କାର କରି ମାଲିକ ଙ୍କ ସପକ୍ଷରେ କାମକରିବା, ରାଷ୍ଟ୍ରାୟତ ଉଦ୍ୟୋଗ ଗୁଡିକୁ କର୍ପୋରେଟ ମାନଙ୍କ ହାତକୁ ଟେକି ଦେବା, କୃଷି ବିଲ କୁ ବିରୋଧ କରିବା, ବ୍ୟାଙ୍କ ବୀମା ରୁ ଅଂଶଧନ ପ୍ରତ୍ୟାହାର କରି ଘରୋଇ କରଣ କରିବା କୁ ବିରୋଧ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking