32.1 C
Bhubaneswar
Thursday, May 2, 2024
Homeଓଡିଶାଆଜି ସଂନ୍ଧ୍ୟାରେ ସମ୍ବଲପୁରରେ ମିଳିବ ଇଣ୍ଟରନେଟ୍ ସେବା

ଆଜି ସଂନ୍ଧ୍ୟାରେ ସମ୍ବଲପୁରରେ ମିଳିବ ଇଣ୍ଟରନେଟ୍ ସେବା

ସମ୍ବଲପୁର: ସମ୍ବଲପୁରକୁ ଫେରୁଛି ଶାନ୍ତି । ସମ୍ବଲପୁରରେ ଆଜି ସନ୍ଧ୍ୟା ୬ଟା ସୁଦ୍ଧା ମୋବାଇଲ ଇଣ୍ଟରନେଟ୍ ସେବା ଉପଲବ୍ଧ ହେବ। ଏନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ ଅନନ୍ୟା ଦାସ। ସେ କହିଛନ୍ତି, ସନ୍ଧ୍ୟା ୬ଟାରେ ମୋବାଇଲରେ ଇଣ୍ଟରନେଟ୍ ଆସିବ। ୯ଦିନ ପରେ ଜିଲ୍ଲାରେ ଇଣ୍ଟରନେଟ୍ ସେବା ସ୍ୱାଭାବିକ ହେବ ବୋଲି ଜଣାଯାଇଛି । ତେବେ ଏହାପୂର୍ବରୁ ବ୍ରଡବ୍ୟାଣ୍ଡ ଏବଂ ଲିଜଲାଇନ ସେବା ଉପଲବ୍ଧ କରାଯାଇଥିଲା ।

ଗତ ୧୩ ତାରିଖରୁ ଇଣ୍ଟନେଟ୍ ସେବା ବନ୍ଦ ଥିଲା। ସୂଚନାଯୋଗ୍ୟ, ଗତ ୧୨ ତାରିଖ ରାତିରେ ହନୁମାନ ଜୟନ୍ତୀପାଇଁ ବାଇକ ରାଲି ଶୋଭାଯାତ୍ରା ବେଳେ ସମ୍ବଲପୁର  ସହରରେ ଦୁଇଗୋଷ୍ଠୀ ଭିତରେ ଗଣ୍ଡଗୋଳ ହୋଇଥିଲା। ପୁଲିସ୍‌ ଏହାକୁ ଅଟକାଇବାକୁ ଚେଷ୍ଟା କରିବାରୁ ଉତ୍ତ୍ୟକ୍ତ ଲୋକେ ପୋଲିସ ଉପରକୁ ପଥର ମାଡ଼ କରିଥିଲେ।

ଏଥିରେ ଅତିରିକ୍ତ ଏସ୍ପି ଓ ଧନୁପାଲି ଆଇଆଇସିଙ୍କ ସମେତ ୧୦ଜଣ ପୋଲିସ କର୍ମଚାରୀ ଆହତ ହୋଇଥିଲେ। ଏହି ଘଟଣାପରଠୁ ସମ୍ବଲପୁରରେ ଉତ୍ତେଜନା ଲାଗି ରହିଥିଲା। ଉତ୍ତ୍ୟକ୍ତ ଲୋକମାନେ ଦୋକାନ ପୋଡ଼ାଜଳା କରିବା ସହ ଭଙ୍ଗାରୁଜା କରିଥିଲେ। ଏହାକୁ ଦୃଷ୍ଟିରେ ସମ୍ବଲପୁରରେ ଇଣ୍ଟରନେଟ୍ ସେବାକୁ  ବନ୍ଦ କରିଦିଆଯାଇଥିଲା।

ଏଣେ ସାଂପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଇଦ୍ ଅବସରରେ ସହରରେ ଥିବା ୧୩ଟି ମସଜିଦ୍ ଭିତରେ ସୀମିତ ନମାଜ ପାଠ କରିବା ପାଇଁ ପ୍ରଶାସନର ପ୍ରସ୍ତାବକୁ ମୁସଲମାନ ସଂପ୍ରଦାୟ ପକ୍ଷରୁ ଗ୍ରହଣ କରାଯାଇଛି। ତଦନୁଯାୟୀ ଆଜି ଇଦ ଶାନ୍ତିଶୃଙ୍ଖଳାର ସହ ପାଳିତ ହୋଇଛି। ସମ୍ବଲପୁରରେ କୌଣସି ପ୍ରକାରର ଅପ୍ରୀତିକର ପରିସ୍ଥିତି ଉପୁଜି ନଥିବା କୁହାଯାଉଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking