30.1 C
Bhubaneswar
Saturday, April 27, 2024
Homeଓଡିଶାମହିଳାଙ୍କ ପାଇଁ ଦିନ ଟିଏ....

ମହିଳାଙ୍କ ପାଇଁ ଦିନ ଟିଏ….

ସ୍ୱାଧୀନ ଭାରତରେ ଆପଣ ବହୁତ ଥର ମହିଳାଙ୍କ ହିତ ଓ ଅଧିକାର ବିଷୟରେ କଥା ହେଉଥିବାର ଶୁଣଥିବେ । କେବଳ ଏତିକି ନୁହଁ ତାଙ୍କ ପ୍ରତି ସମ୍ମାନ ଭରସା ଓ ଭଲପାଇବା ଦର୍ଶାଇବା ପାଇଁ ମହିଳା ଦିବସ ତଥା ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଥାଏ ।
ତେବେ ଏହି ୮ ମାର୍ଚ୍ଚକୁ ପୁରା ବିଶ୍ୱ ଅନ୍ତର୍ଜାତୀୟ ମହିଳା ଦିବସ ରୁପେ ମନାଇଥାଏ ।

ପ୍ରଥମେ ଏହି ଦିନକୁ ୧୯୯୦ରେ ପାଳନ କରାଯାଇଥିଲା । କିନ୍ତୁ ଏହାକୁ ମହିଳା ଦିବସ ରୁପେ ମନାଇବା ପାଇଁ ୧୯୭୫ରୁ ସୀକୃତୀ ମିଳିସାରିଥିଲା । ୧୯୭୫ରେ ୟୁନାଇଟେଡ ନାସନ ସଂଘ ଏକ ଥିମ ସହିତ ଏହି ଦିନକୁ ପାଳନ କରିବା ଆରମ୍ଭ କରିଥିଲା । ଅନ୍ତର୍ଜାତୀୟ ମହିଳା ଦିବସର ପ୍ରଥମ ଥିମ ,ସେଲୀବ୍ରିଟିଙ୍ଗ ଦ ପାଷ୍ଟ , ‘ପ୍ଲାନିଙ୍ଗ ଫର ଦ ଫ୍ୟୁଚର’ ରଖାଯାଇଥିଲା ।

ମହିଳା ଦିବସକୁ ମନାଇବା ପାଇଁ ପ୍ରତିବର୍ଷ ଏକ ସ୍ୱତନ୍ତ୍ର ଥିମ ରଖାଯାଏ । ଏହି ବର୍ଷ ମଧ୍ୟ ମହିଳା ଦିବସକୁ ପାଳନ କରିବା ପାଇଁ ଏକ ସ୍ୱତନ୍ତ୍ର ଥିମ ରଖାଯାଇଛି ତାହା ହୋଉଛି , ‘ବାଲାନ୍ସ ଫର ବେଟର ‘

ଆଜିର ମହିଳା ମାନେ ନିଜକୁ ଉତ୍ତମ ଭାବରେ ବିକଶିତ କରିପାରୁଛନ୍ତି , ନିଜ ମନୋଭାବକୁ ଉପସ୍ଥାପନ କରିପାରୁଛନ୍ତି । କିନ୍ତୁ ପ୍ରଥମେ ଏପରି ନଥିଲା । ପୁର୍ବରୁ ମହିଳା ମାନଙ୍କ ପଢିବା ପାଇଁ ଓ ଚାକିରୀ କରିବା ପାଇଁ ସୁଯୋଗ ମଧ୍ୟ ମିଳୁନଥିଲା । ଏପରିକି ଭୋଟ ଦେବା ପାଇଁ ମଧ୍ୟ ସ୍ୱତନ୍ତ୍ରତା ନଥିଲା ତେଣୁ ଏହାକୁ ନେଇ ୧୯୦୮ରେ ୧୫ ହଜାର ମହିଳା ନ୍ୟୁୟର୍କ ସହରର ସଡକରେ ଏକ ମାର୍ଚ୍ଚ ବହାର କରିଥିଲେ । ଯେଉଁଥିରେ ଭୋଟ ଦେବା ଅଧିକାର ଓ ଚାକିରୀ କରିବା ଅଧିକାର ଆଦି ଦାବିକୁ ସାମିଲ କରାଯାଇଥିଲା । ତେଣୁ ଏହି ଦିନକୁ ମନେରଖିବା ପାଇଁ ମହିଳା ଦିବସ ପାଳନ କରାଯାଇଥାଏ ।

ଏହି ଦିନକୁ ବିଶ୍ୱରେ ବିଭିନ୍ନ କ୍ଷେତ୍ରରେ କାମ କରୁଥିବା ମହିଳା ମାନଙ୍କ ଆର୍ଥିକ , ସାମାଜିକ, ଉପଲବ୍ଧି ଗୁଡିକ ସମ୍ମାନୀତ କରିବା ପାଇଁ
ମନାଯାଇଥାଏ । ଅନ୍ତର୍ଜାତୀୟ ମହିଳା ଦିବସ ମହିଳାଙ୍କୁ ସମ୍ମାନ ଦେବା ସହ ମହିଳାମାନଙ୍କୁ ଶସକ୍ତିକରଣ କରିବା ଦିଗରେ କାର୍ଯ୍ୟ କରିଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking