37.1 C
Bhubaneswar
Saturday, April 20, 2024
Homeଓଡିଶାମା' ମାନେ ହେଉଛନ୍ତି ଜନ୍ମରୁ ନେତା : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ମା’ ମାନେ ହେଉଛନ୍ତି ଜନ୍ମରୁ ନେତା : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ବିଶ୍ଵ ମହିଳା ଦିବସ ଅବସରରେ ବିଜୁ ମହିଳା ଜନତା ଦଳର କାର୍ଯ୍ୟକ୍ରମରେ ମୁଁ ଆପଣମାନଙ୍କୁ ସ୍ଵାଗତ କରୁଛି । ବିଜୁ ଜନତା ଦଳର ସବୁ କାର୍ଯ୍ୟକ୍ରମରେ ମା’ ମାନେ ହିଁ ଫୋକସରେ ରହିଛନ୍ତି । ନବେ ଦଶକରେ ମା’ ମାନଙ୍କ ଅଧିକାର ପାଇଁ ବିଜୁବାବୁ ସାରା ଦେଶରେ ହିଷ୍ଟୋରୀକ ପଦକ୍ଷେପ ନେଇଥିଲେ । ତାକୁ ଆମେ ଆହୁରି ଆଗକୁ ନେଇ ପାଞ୍ଚାୟତ ଓ ପୌର ସଂସ୍ଥାମାନଙ୍କରେ ପଚାଶ ପ୍ରତିଶତ ସଂରକ୍ଷଣ କରିଛୁ । ମା’ ମାନଙ୍କ ସ୍ଵପ୍ନକୁ ସାକାର କରିବା ପାଇଁ ବିଜୁ ଜନତା ଦଳ ସମର୍ପିତ ହୋଇ କାମ କରୁଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।
ମା’ ମାନେ ହେଉଛନ୍ତି ଜନ୍ମରୁ ନେତା । ଘରର ଦାୟିତ୍ଵ , ପିଲାଙ୍କ ଦାୟିତ୍ଵ ଯିଏ ଠିକ ଭାବରେ ନେଇପାରୁଛି ଦେଶ ଓ ସମାଜର ଦାୟିତ୍ଵ ନେବାରେ ତା ପାଇଁ କିଛି ଅସୁବିଧା ନାହିଁ। ପ୍ରତିଟି ମା’ ଭିତରେ ଅଛି ନେତୃତ୍ଵ ର ଚମକ । ଆମକୁ ତାର ପ୍ରତିଭାର ବିକାଶ ପାଇଁ ସୁଯୋଗ ସୃଷ୍ଟି କରିବାକୁ ହେବ । ତାର ଶକ୍ତିକୁ ଦେଶର ବିକାଶରେ ଉପଯୋଗ କରିବାକୁ ହେବ ।
ମା’ ମାନଙ୍କ ପାଇଁ ବିଧାନସଭା ଓ ପାର୍ଲିଆମେଣ୍ଟରେ ୩୩ ପ୍ରତିଶତ ସଂରକ୍ଷଣ ପାଇଁ ବିଜୁ ଜନତା ଦଳ ଦାବି କରି ଆସୁଛି । ଏ ଦାବି ବିଷୟରେ ଆମେ ସାରା ଦେଶର ମା’ ମାନଙ୍କ ଭିତରେ ସଚେତନତା ସୃଷ୍ଟି କରୁଛୁ । ଗତ ନିର୍ବାଚନରେ ଆମେ ୩୩ ପ୍ରତିଶତ ଆସନ ରେ ମା ମାନଙ୍କୁ ଟିକଟ ଦେଇଥିଲୁ ।
ଆମେ କଥା ନୁହେଁ କାମରେ ବିଶ୍ବାସ କରୁ । ବିନା ସୁଧ ରେ ଋଣ ହେଉ ବା ୫ ହଜାର କୋଟି ଟଙ୍କାର ସରକାରୀ କାମ, ମା’ ମାନଙ୍କ ପାଇଁ ୭ ଲକ୍ଷ ଟଙ୍କା ର ଚିକିତ୍ସା ସୁବିଧା, ମା’ ମାନଙ୍କ କଲ୍ଯାଣ ପାଇଁ ଜମି ଅଧିକାର, ସମ୍ପତ୍ତି ଅଧିକାର , ରେଶନ କାର୍ଡ , ଝିଅ ମାନଙ୍କ ପଢିବା ପାଇଁ ବୃତ୍ତି, ହଷ୍ଟେଲ, କାର୍ଯ୍ୟରତ ମହିଳା ହଷ୍ଟେଲ ଆଦି ଅନେକ କାର୍ଯ୍ୟକ୍ରମ କରାଯାଉଛି । ମା’ ମାନଙ୍କ କଲ୍ଯାଣ ଓ ଅଧିକାର ପାଇଁ ବିଜୁ ଜନତା ଦଳର ଲଢେଇ ଜାରି ରହିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking