28.1 C
Bhubaneswar
Saturday, July 27, 2024
Homeସୀତା ବିବାହରାମାୟଣର ରୋଚକ କଥା : ଦେବୀ ସୀତା ଓ ତାଙ୍କ ବିବାହ କଥା

ରାମାୟଣର ରୋଚକ କଥା : ଦେବୀ ସୀତା ଓ ତାଙ୍କ ବିବାହ କଥା

ବ୍ୟୁରୋ : ମାର୍ଗଶୀର ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ପ୍ରଭୁ ଶ୍ରୀରାମ ଏବଂ ମାତା ସୀତା ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ପ୍ରତିବର୍ଷ ଏହି ତିଥିରେ ଶ୍ରୀରାମ ସୀତାଙ୍କ ବିବାହ ଉପଲକ୍ଷେ ବିବାହ ପଞ୍ଚମୀ ପର୍ବ ପାଳନ କରାଯାଇଥାଏ । ଦେବୀ ସୀତାଙ୍କ ବିଷୟରେ କେତେକ ରୋଚକ କଥା ଜାଣିବା ହେଉ । ମିଥିଳାର ରାଜା ଜନକହଳ କରୁଥିବା ସମୟରେ ତାଙ୍କ ଲଙ୍ଗଳ ଭୂମିରେ ଅଟକିଗଲା । ମାଟି ଖୋଳି ଦେଖିବାରୁ ଭୂଗର୍ଭରୁ ଜନକ ଏକ କନ୍ୟାକୁ ପାଇଲେ । ଲଙ୍ଗଳର ମୁନିଆ ଭାଗକୁ ସୀତ କୁହାଯାଉଥିବାରୁ କନ୍ୟାର ନାମ ସୀତା ରଖାଗଲା । ଦେବୀ ସୀତାଙ୍କ ଜନ୍ମ ଭଗବାନ ଶ୍ରୀରାମଙ୍କ ମନୁଷ୍ୟ ଜନ୍ମକୁ ସାର୍ଥକ କରିବା ପାଇଁ ହୋଇଥିଲା । ଦୁହେଁ ଭଗବାନ ବିଷ୍ଣୁ ତଥା ମାତା ଲକ୍ଷ୍ମୀଙ୍କ ଅବତାର ଥିଲେ ବୋଲି ଗ୍ରହଣ କରାଯାଏ । ମହର୍ଷି ବିଶ୍ୱାମିତ୍ରଙ୍କ ସହିତ ଶ୍ରୀରାମ ଏବଂ ଲକ୍ଷ୍ମଣ ମିଥିଳା ଯାଇଥିଲେ । ସେଠାରେ ସ୍ୱୟମ୍ବରରେ ଭାଗ ନେଇଥିଲେ । ଦେବୀ ସୀତାଙ୍କ ସହିତ ଶ୍ରୀରାମଙ୍କ ବିବାହ ହୋଇଥିଲା । ପରେ ଦେବୀ ସୀତାଙ୍କ ଅନ୍ୟ ତିନି ଭଉଣୀଙ୍କ ସହ ଶ୍ରୀରାମଙ୍କ ତିନି କନିଷ୍ଠ ଭ୍ରାତା ବିବାହ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking