27.1 C
Bhubaneswar
Friday, May 10, 2024
Homeସୀତା ବିବାହଜାଣନ୍ତି କି ପ୍ରଭୁ ଶ୍ରୀରାମଚନ୍ଦ୍ର ଓ ମାଆ ସୀତାଙ୍କ ବିବାହ ତିଥିରେ କାହିଁକି ହୁଏ ନାହିଁ...

ଜାଣନ୍ତି କି ପ୍ରଭୁ ଶ୍ରୀରାମଚନ୍ଦ୍ର ଓ ମାଆ ସୀତାଙ୍କ ବିବାହ ତିଥିରେ କାହିଁକି ହୁଏ ନାହିଁ ବାହାଘର?

ବ୍ୟୁରୋ : ବିବାହ ପଞ୍ଚମୀ ବିଷୟରେ ଆପଣ କ’ଣ ଜାଣନ୍ତି? ମାର୍ଗଶୀର ମାସ ଶୁକ୍ଳପକ୍ଷର ପଞ୍ଚମୀ ତିଥିକୁ ବିବାହ ପଞ୍ଚମୀ ଭାବେ ପାଳନ କରାଯାଏ। ଏହି ତିଥିରେ ପ୍ରଭୁ ଶ୍ରୀରାମଚନ୍ଦ୍ର ମାତା ସୀତାଙ୍କୁ ବିବାହ କରିଥିଲେ। ଏହି ଦିନରେ ଶ୍ରୀରାମଙ୍କ ଭକ୍ତମାନେ ମାଆ ସୀତା ଓ ରାମଚନ୍ଦ୍ରଙ୍କ ବିବାହ ବାର୍ଷିକୀ ଉତ୍ସବ ମନାଇଥାନ୍ତି। ଏବର୍ଷ ବିବାହ ପଞ୍ଚମୀ ପଡୁଛି ଚଳିତମାସ ୨୮ ତାରିଖରେ।ତେବେ ଆପଣ ଜାଣନ୍ତି କି ବିବାହ ପଞ୍ଚମୀରେ ବାହାଘର ହୁଏ ନାହିଁ ବୋଲି। ଆପଣ ଭାବୁଥିବେ ଯେ ପ୍ରଭୁ ଶ୍ରୀରାମଓ ମାଆ ସୀତାଙ୍କ ବିବାହ ହୋଇଛି ମାନେ ତିଥିଟି ଅତ୍ୟନ୍ତ ଶୁଭ। ହେଲେ ଏହି ତିଥିରେ କାହିଁକି ବାହାଘର ହୁଏନି?ମନରେ ଏପରି ଏକ ପ୍ରଶ୍ନବାଚୀ ସୃଷ୍ଟି ହେବା ଏକ ସାଧାରଣ କଥା। ହେଲେ ଆପଣ କେଉଁ ବି ପଣ୍ଡିତଙ୍କୁ ପଚାରିପାରନ୍ତି। ଏହି ତିଥିରେ କେବେ ବି ବାବାହ କରାଯାଏ ନାହିଁ। ବିଶ୍ବାସ ରହିଛି ଯେ ଏହି ତିଥିରେ ବିବାହ ହୋଇଥିବାରୁ ପ୍ରଭୁ ଶ୍ରୀରାମଚନ୍ଦ୍ର ଓ ମାଆ ସୀତା ସେମାନଙ୍କ ଜୀବନରେ ବହୁ ଦୁଃଖ କଷ୍ଟ ସହିଛନ୍ତି। ସେମାନଙ୍କ ବିବାହ ହେଉ ହେଉ ସେମାନେ ବନବାସ ଦୁଃଖ ଭୋଗ କଲେ। ବନବାସରୁ ଫେରିବା ପରେ ମାଆ ସୀତା ଅଗ୍ନି ପରୀକ୍ଷା ଦେଲେ ଓ ସେ ଦୁହିଁଙ୍କୁ ସବୁଦିନ ପାଇଁ ଅଲଗା ହେବାକୁ ପଡ଼ିଥିଲା। ଏହି କାରଣରୁ ସେମାନଙ୍କ ବିବାହ ତିଥିକୁ ଦମ୍ପତିଙ୍କ ପାଇଁ ଶୁଭ ମନାଯାଏ ନାହିଁ। ପରସ୍ପରଙ୍କ ପ୍ରତି ଅନାବିଳ ଭଲପାଇବା ଥାଇ ମଧ୍ୟ ବାହାଘର ପରେ ପ୍ରଭୁ ରାମ ଓ ମାଆ ସୀତା ବେଶୀ ଦିନ ସାଥୀ ହୋଇ ରହିପାରିନାହାନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking