24.1 C
Bhubaneswar
Thursday, May 9, 2024
Homeସୀତା ବିବାହମାତା ସୀତାଙ୍କ ଭାଇ-ଭଉଣୀ ମାନେ ମଧ୍ୟ ଥିଲେ ବିଶେଷ ଗୁଣର ଅଧିକାରୀ, ଜାଣନ୍ତୁ କଣ ଥିଲା...

ମାତା ସୀତାଙ୍କ ଭାଇ-ଭଉଣୀ ମାନେ ମଧ୍ୟ ଥିଲେ ବିଶେଷ ଗୁଣର ଅଧିକାରୀ, ଜାଣନ୍ତୁ କଣ ଥିଲା ସେମାନଙ୍କ ବିଶେଷତ୍ୱ

ବ୍ୟୁରୋ : ଦେବୀ ସୀତା ମିଥିଳାର ରାଜା ଜନକଙ୍କ ବଡ଼ ଝିଅ ଥିଲେ, ତେଣୁ ତାଙ୍କୁ ‘ଜାନକୀ’ ବୋଲି ମଧ୍ୟ କୁହାଯାଏ । ମାନ୍ୟତା ରହିଛି ଯେ ରାଜା ଜନକ ମାତା ସୀତାଙ୍କୁ ଏକ କ୍ଷେତରୁ ପାଇଥିଲେ। ସେଥିପାଇଁ ତାଙ୍କୁ ପୃଥିବୀର ଝିଅ ବୋଲି ମଧ୍ୟ କୁହାଯାଏ । ମାତା ସୀତାଙ୍କ ବିଷୟରେ ତ ପ୍ରାୟ ସମସ୍ତେ ଜାଣିଥିବେ । କିନ୍ତୁ ଆପଣ ତାଙ୍କ ଭାଇ ଭଉଣୀ ମାନଙ୍କ ବିଷୟରେ ଜାଣିଛନ୍ତି କି ? ତେବେ ଆସନ୍ତୁ ଜାଣିବା ତାଙ୍କ ଭାଇଭଉଣୀଙ୍କ ବିଷୟରେ କିଛି କଥା ।ବାଲ୍ମୀକି ରାମାୟଣରେ ସୀତାଙ୍କ ଜଣେ ଭଉଣୀ ଉର୍ମିଳାଙ୍କ ବିଷୟରେ ଉଲ୍ଲେଖ କରାଯାଇଛି । ମାଣ୍ଡୱୀ ଏବଂ କ୍ଷୁତକୀର୍ତ୍ତି ଜନକଙ୍କ ସାନଭାଇ କୁଶଧ୍ୱଜଙ୍କ ଝିଅ ଥିଲେ। ସୀତା ଜନକଙ୍କ ଏକମାତ୍ର ଝିଅ ବୋଲି ରାମାୟଣରେ ଉଲ୍ଲେଖ କରାଯାଇଛି । ସମୁଦାୟ ମାତା ସୀତାଙ୍କର ତିନୋଟି ଭଉଣୀ ଥିଲେ । ତାଙ୍କ ଭାଇଙ୍କ ନାମ ମଙ୍ଗଲଦେବ ଥିଲା, ଯିଏ ମାତା ପୃଥିବୀର ପୁତ୍ର ଥିଲେ ।

ଉର୍ମିଳା: ବାଲ୍ମୀକି ରାମାୟଣ ଅନୁଯାୟୀ ଉର୍ମିଳା ଜନକନନ୍ଦିନୀ ସୀତାଙ୍କ ସାନ ଭଉଣୀ ଥିଲେ ଏବଂ ସୀତାଙ୍କ ବିବାହ ସମୟରେ ଦଶରଥ ଏବଂ ସୁମିତ୍ରାଙ୍କ ପୁଅ ଲକ୍ଷ୍ମଣଙ୍କୁ ବିବାହ କରିଥିଲେ। ଯେତେବେଳେ ରାମ ଏବଂ ସୀତାଙ୍କ ସହ ଲକ୍ଷ୍ମଣ ବନବାସ କରିବାକୁ ଯାଇଥିଲେ, ସେତେବେଳେ ତାଙ୍କ ପତ୍ନୀ ଉର୍ମିଳା ମଧ୍ୟ ତାଙ୍କ ସହ ଯିବାକୁ ଜିଦ୍ ଧରିଥିଲେ, କିନ୍ତୁ ଅଯୋଧ୍ୟାରେ ମାଆ ମାନଙ୍କ ସହ ତାଙ୍କୁ ରହିବାରୁ ଲକ୍ଷ୍ମଣ ଅନୁରୋଧ କରିଥିଲେ । ଏପରି ପରିସ୍ଥିତିରେ ଉର୍ମିଳାଙ୍କ ପାଇଁ ଏହା ଅତ୍ୟନ୍ତ କଷ୍ଟସାଧ୍ୟ ସମୟ ଥିଲା । କାରଣ ସେତେବେଳେ ସେ ଲକ୍ଷ୍ମଣଙ୍କୁ ନୂଆ କରି ବିବାହ କରିଥିଲେ ଏବଂ ତାଙ୍କ ଦାମ୍ପତ୍ୟ ଜୀବନର ଆରମ୍ଭ ମାତ୍ର ହୋଇଥଲା । ଲକ୍ଷ୍ମଣ ବନବାସ ଯାଇସାରିବା ପରେ ଉର୍ମିଳାଙ୍କ ପିତା ଅଯୋଧ୍ୟା ଆସିଲେ ଏବଂ ଉର୍ମିଳାଙ୍କୁ ବାପଘର ଆସିବାକୁ ଅନୁରୋଧ କରିଥିଲେ । ମାଆ ଏବଂ ସାଙ୍ଗ ମାନଙ୍କ ସହିତ ରହିଲେ ଉର୍ମିଳାଙ୍କୁ ତାଙ୍କ ସ୍ୱାମୀ ଲକ୍ଷ୍ମଣଙ୍କ କଥା ବେଶୀ ମନେ ପଡ଼ିବ ନାହିଁ ବୋଲି ଭାବି ତାଙ୍କ ପିତା ତାଙ୍କୁ ଘରକୁ ଯିବାକୁ କହିଥିଲେ । କିନ୍ତୁ ଉର୍ମିଳା ତାଙ୍କ ବାପଘର ମିଥିଳା ଯିବା ପାଇଁ ମନା କରି କହିଥିଲେ ଯେ, ସ୍ୱାମୀଙ୍କ ଆଦେଶ କ୍ରମେ ତାଙ୍କ ପରିବାର ସହିତ ରହିବେ ଏବଂ ସ୍ତ୍ରୀ ଧର୍ମ ପାଳନ କରିବେ । ଏହା ହିଁ ଥିଲେ ଉର୍ମିଳାଙ୍କ ଅଖଣ୍ଡ ପତିବ୍ରତା ଧର୍ମର ଜ୍ୱଳନ୍ତ ଉଦାହରଣ ।ମାଣ୍ଡୱୀ- ମାଣ୍ଡୱୀ ଦଶରଥଙ୍କ ପୁଅ ଭରତଙ୍କ ସ୍ତ୍ରୀ ଥିଲେ । ମାଣ୍ଡୱୀ ରାଜା ଜନକଙ୍କ ସାନ ଭାଇ କୁଶଧ୍ୱଜଙ୍କ ଝିଅ ଥିଲେ । ସେ ଜଣେ ସାଧବୀ ପରି ବସବାସ କରୁଥିଲେ | ଭରତ ଅଯୋଧ୍ୟାରେ ନୁହେଁ ବରଂ ନନ୍ଦିଗ୍ରାମରେ ରହୁଥିଲେ ଏବଂ ମାଣ୍ଡବୀ ତାଙ୍କ ସ୍ୱାମୀ ଭରତଙ୍କ ଭାଇ ଶ୍ରୀରାମଙ୍କ ସମର୍ପଣକୁ ସମ୍ମାନ କରୁଥିଲେ ଏବଂ ପ୍ରତ୍ୟେକ କାର୍ଯ୍ୟରେ ତାଙ୍କୁ ସମର୍ଥନ ଜଣାଉଥଲେ । ସେ ବଂଶର ମର୍ଯ୍ୟାଦା ଅନୁସାରେ ଆଚରଣ କରୁଥିଲେ । ତାଙ୍କର ଦୁଇଟି ପୁତ୍ର ଥିଲେ, ତକ୍ଷ ଏବଂ ପୁଷ୍କଲ । କ୍ଷୁତକୀର୍ତ୍ତି- କ୍ଷୁତକୀର୍ତ୍ତି ରାଜା କୁଶଧ୍ୱଜଙ୍କ ଝିଅ ଥିଲେ । କ୍ଷୁତକୀର୍ତ୍ତିଙ୍କ ବିବାହ ଭଗବାନ ରାମଙ୍କ ଭାଇ ଶତୃଘ୍ନଙ୍କ ସହ ହୋଇଥିଲା । ତାଙ୍କର ଦୁଇ ପୁତ୍ର ଥିଲେ, ଶତୃଘାତି ଏବଂ ସୁବାହୁ । କୁଶଧ୍ୱଜ ମିଥିଳାର ରାଜା ନିମିର ପୁଅ ଏବଂ ରାଜା ଜନକଙ୍କ ସାନ ଭାଇ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking