39.1 C
Bhubaneswar
Sunday, June 21, 2026
Homeଓଡିଶାସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗରେ ଦୁର୍ନୀତି ନିବାରଣ ସପ୍ତାହ ପାଳନ ଉପଲକ୍ଷେ ସାଧୁତାର...

ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗରେ ଦୁର୍ନୀତି ନିବାରଣ ସପ୍ତାହ ପାଳନ ଉପଲକ୍ଷେ ସାଧୁତାର ଶପଥ ପାଠ

ଭୁବନେଶ୍ୱର: ଲୋକସେବା ଭବନସ୍ଥିତ ୨ୟ ମହଲା ପ୍ରାଙ୍ଗଣରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଏବଂ ଯୋଜନା ଓ ସଂଯୋଜନ ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀମାନଙ୍କ ଦ୍ୱାରା ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଉପଲକ୍ଷେ ଶପଥ ପାଠ କରାଯାଇଛି ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀସୁରେନ୍ଦ୍ର କୁମାର ଉପସ୍ଥିତ ସମସ୍ତ ଅଧିକାରୀ ଓ କର୍ମଚାରୀମାନଙ୍କୁ ସାଧୁତାର ଶପଥ ପାଠ କରାଇଥିଲେ

ଆର୍ଥିକ, ରାଜନୈତିକ ଏବଂ ସାମାଜିକ ପ୍ରଗତିପଥରେ ଦୁର୍ନୀତି ହିଁ ସବୁଠୁ ବଡ଼ ପ୍ରତିବନ୍ଧକ ଏବଂ ଏହାର ମୂଳୋତ୍ପାଟନ ନିମନ୍ତେ ସରକାର, ନାଗରିକ ସମୁଦାୟ ତଥା ଘରୋଇ କ୍ଷେତ୍ର ଏକତ୍ର ହୋଇ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି । ଏ ସଂପର୍କରେ କେନ୍ଦ୍ରୀୟ ସତର୍କତା ଆୟୋଗଙ୍କର ନିର୍ଦ୍ଦେଶାବଳୀକୁ ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ପାଠ କରିବା ସଙ୍ଗେ ସଙ୍ଗେ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସଚ୍ଚୋଟତା ଏବଂ ଆଇନ୍ର ଶାସନକୁ ଅନୁପାଳନକରିବା, ଉତ୍କୋଚନେବାନାହିଁଏବଂଦେବାନାହିଁ, ସମସ୍ତଦାୟିତ୍ୱକୁସାଧୁତାଓସ୍ୱଚ୍ଛତାରସହସମ୍ପାଦନକରିବା, ଜନସାଧାରଣଙ୍କହିତସାଧନପାଇଁକାର୍ଯ୍ୟକରିବା ଏବଂ ନିଜ ବ୍ୟକ୍ତିଗତ ଆଚରଣରେ ଦୃଷ୍ଟାନ୍ତମୂଳକ ସାଧୁତା ବଜାୟ ରଖି ଉଦାହରଣ ସୃଷ୍ଟି କରିବାକୁ ସମସ୍ତେ ଶପଥ ଗ୍ରହଣ କରିଥିଲେ

ପ୍ରକାଶ ଥାଉକି, ଅକ୍ଟୋବର ୨୭ ରୁ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ସାରା ଦେଶରେ ଦୁର୍ନୀତି ନିବାରଣ ସଚେତନତାସପ୍ତାହପାଳନ କରାଯାଉଥିବା ବେଳେ ଆଜି ଲୋକସେବା ଭବନ, ଖାରବେଳ ଭବନ, ରାଜୀବ ଭବନ ଏବଂ ଅନ୍ୟାନ୍ୟ ସ୍ଥାନରେ ଅବସ୍ଥିତ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଏବଂ ଜିଲ୍ଲା ସ୍ତରରେ ମଧ୍ୟ ଆଜି ଦୁର୍ନୀତି ନିବାରଣ ସଚେତନତା ଶପଥ ପାଠ କରାଯାଇଛି । 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking