29.1 C
Bhubaneswar
Wednesday, May 28, 2025
Homeଦେଶ ବିଦେଶପିତା-ମାତାଙ୍କ ମୃତ୍ୟୁ ପରେ ବିବାହିତା କନ୍ୟାଙ୍କୁ ମିଳିବ ବୀମା କ୍ଷତିପୂରଣ : କର୍ଣ୍ଣାଟକ ହାଇକୋର୍ଟ

ପିତା-ମାତାଙ୍କ ମୃତ୍ୟୁ ପରେ ବିବାହିତା କନ୍ୟାଙ୍କୁ ମିଳିବ ବୀମା କ୍ଷତିପୂରଣ : କର୍ଣ୍ଣାଟକ ହାଇକୋର୍ଟ

ବେଙ୍ଗାଲୁରୁ : ଦୁର୍ଘଟଣାରେ ଅଭିଭାବକଙ୍କ ମୃତ୍ୟୁ ପରେ ବୀମା କ୍ଷତିପୂରଣ ରାଶି ପାଇବା ପାଇଁ ବିବାହିତା କନ୍ୟା ହକ୍‌ଦାର ବୋଲି କର୍ଣ୍ଣାଟକ ହାଇକୋର୍ଟ କହିଛନ୍ତି । କୋର୍ଟ ଆହୁରି ମଧ୍ୟ ସୁପ୍ରିମକୋର୍ଟଙ୍କ ଆଦେଶକୁ ଉଦ୍ଧାର କରି ଏପରି କ୍ଷେତ୍ରରେ ବିବାହିତ ପୁତ୍ର ମଧ୍ୟ କ୍ଷତିପୂରଣ ରାଶି ପାଇପାରିବେ ବୋଲି କହିଛନ୍ତି । ୨୦୧୨ରେ ଉତ୍ତର କର୍ଣ୍ଣାଟକର ହୁବ୍‌ଲି ଜିଲ୍ଲା ୟାମାନୁର୍‌ଠାରେ ଏକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଜଣେ ମହିଳା ରେଣୁକା (୫୭)ଙ୍କ ବୀମା କ୍ଷତିପୂରଣ ବିବାହିତା କନ୍ୟାଙ୍କୁ ପ୍ରଦାନ କରିବାକୁ ମୋଟର ଆକ୍ସିଡେଣ୍ଟ କ୍ଲେମ୍ ଟ୍ରବ୍ୟୁନାଲ୍ ଦିଆଯାଇଥିବା ନିର୍ଦ୍ଦେଶକୁ ଏକ ବୀମା କମ୍ପାନୀ ପକ୍ଷରୁ ହାଇକୋର୍ଟରେ ଚାଲେଞ୍ଜ୍ କରାଯାଇଥିଲା ।

ଏହାର ଶୁଣାଣି କରି ଜଷ୍ଟିସ୍ ଏଚ୍‌ପି ସନ୍ଦେଶଙ୍କ ଜଣିକିଆ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି । ରେଣୁକାଙ୍କ ସ୍ୱାମୀ, ତିନି କନ୍ୟା ଏବଂ ପୁତ୍ର ବୀମା କ୍ଷତିପୂରଣ ପାଇବାକୁ ହକ୍‌ଦାର ବୋଲି ଦାବି କରିଥିଲେ । ଟ୍ରିବ୍ୟୁନାଲ୍ ୬ ପ୍ରତିଶତ ବାର୍ଷିକ ସୁଧ ହାରରେ ମୃତକଙ୍କ ପରିବାରକୁ ୫,୯୧,୬୦୦ ଟଙ୍କା ପ୍ରଦାନ କରିବାକୁ ବୀମା କମ୍ପାନୀକୁ ନିର୍ଦ୍ଦେଶ ଦେଇଥିଲେ । ବିବାହିତା କନ୍ୟା ନିର୍ଭରଶୀଳ ହୋଇନଥିବାରୁ ସେ କ୍ଷତିପୂରଣ ଦାବି କରିପାରିବେ ନାହିଁ ବୋଲି ଦର୍ଶାଇ କମ୍ପାନୀ ପକ୍ଷରୁ ଟ୍ରିବ୍ୟୁନାଲ୍ ରାୟକୁ ହାଇକୋର୍ଟରେ ଚାଲେଞ୍ଜ୍ କରାଯାଇଥିଲା ।

କୋର୍ଟ କହିଥିଲେ, ନିର୍ଭରଶୀଳତା ମାନେ କେବଳ ଆର୍ଥିକ ନିର୍ଭରାଶୀଳ ନୁହେଁ । ନିର୍ଭରଶୀଳତା ଭାବାତ୍ମକ, ଶାରୀରିକ ଏବଂ ମନସ୍ତାତ୍ତ୍ୱିକ ହୋଇଥାଏ, ଯହାକୁ କେବେ ଟଙ୍କାରେ ତୁଳନା କରାଯାଇପାରିବ ନାହିଁ । ସେହିପରି ମୃତକଙ୍କ ବୟସକୁ ନେଇ ଥିବା ସନ୍ଦେହ ଏବଂ ଆୟ ସମେତ ବୀମା କମ୍ପାନୀର ସମସ୍ତ ବିବାଦକୁ ମଧ୍ୟ କୋର୍ଟ ଅଗ୍ରାହ୍ୟ କରିଦେଇଥିଲେ । ଟ୍ରିବ୍ୟୁନାଲ୍ ପକ୍ଷରୁ ନିର୍ଦ୍ଦେଶ କରାଯାଇଥିବା କ୍ଷତିପୂରଣ ଅତ୍ୟଧିକ ବୋଲି କମ୍ପାନୀ ପକ୍ଷରୁ କରାଯାଇଥିବା ଦାବିକୁ ଅସ୍ୱୀକାର କରିବା ସହ କୋର୍ଟ ଆବେଦନକୁ ଡିସ୍‌ମିସ୍ କରିଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking