32.8 C
Bhubaneswar
Wednesday, June 17, 2026
Homeଓଡିଶାଯାଜପୁରରେ "ପ୍ରେରଣା" ସାମାଜିକ କଳା ପରିଷଦ ଉଦ୍ଘାଟିତ

ଯାଜପୁରରେ “ପ୍ରେରଣା” ସାମାଜିକ କଳା ପରିଷଦ ଉଦ୍ଘାଟିତ

ଯାଜପୁର : ଯାଜପୁର ସହର ରେ ନୂତନ କରି ଗଢି ଉଠିଥିବା “ପ୍ରେରଣା” ସାମାଜିକ ଓ କଳା ପରିଷଦ ଉଦ୍ଘାଟନ କାର୍ଯକ୍ରମ ଯାଜପୁର ଟାଉନ ମା ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଛି । ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପଣ୍ଡିତ ଭୂପତି ଭୂଷଣ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍ଘାଟନୀ ଉଶ୍ଚବରେ ଯାଜପୁର ପୌରପାଳିକାର ଉପାଧ୍ୟକ୍ଷ ସନ୍ତୋଷ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅନୁଷ୍ଠାନକୁ ଉଦ୍ଘାଟନ କରିଥିଲେ। ଆୟୋଜିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବରିଷ୍ଠ କଳାକାର ପ୍ରଭାତ ତ୍ରିପାଠୀ , ମୁଖ୍ୟବକ୍ତା ଭାବେ ନାଟ୍ୟକାର ନଟବର ମଲ୍ଲିକ ଓ ଲେଖକ ପ୍ରଶାନ୍ତ ପତି ପ୍ରମୁଖ ଯୋଗ ଦେଇ ପ୍ରେରଣା ଆଗକୁ ଯାଜପୁର କଳାକାର ଙ୍କ ପାଇଁ ପ୍ରେରଣାର ଉତ୍ସ ହେବ ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଯାଜପୁର କାରାଗାର ଅଧୀକ୍ଷକ ସୁନିଲ କୁମାର ସାହୁ , କଳାକାର ଧନଞ୍ଜୟ ପୃଷ୍ଟି , ୟୁଟ୍ୟୁବର୍ ଦିପାଞ୍ଜଳି ଓ ଟିମ ଙ୍କ ସମେତ ବହୁ ସ୍ଥାନୀୟ ଅଂଚଳର କଳାକାର ଯୋଗ ଦେଇଥିଲେ । ଏହି କାର୍ଯକ୍ରମ କୁ ଅନୁଷ୍ଠାନ ର ନିର୍ଦ୍ଦେଶକ ଅନିଲ କୁମାର ଜେନା, ସଭାପତି ସୁଶାନ୍ତ ନାୟକ, ସମ୍ପାଦକ ସମରଜିତ୍ ମହାନ୍ତି , ମିଡ଼ିଆ ସେଲ ସନ୍ତୋଷ କୁମାର ମିଶ୍ର , ସାଂଗଠନିକ ସମ୍ପାଦକ ଧନଞ୍ଜୟ ନାୟକ, ସାଂସ୍କୃତିକ ସମ୍ପାଦକ ଅଚ୍ୟୁତାନନ୍ଦ ସ୍ବାଇଁ , ଉପସଭାପତି ଭାବଗ୍ରାହୀ ମିଶ୍ର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହୋଯୋଗ କରିଥିଲେ । ଏହି ଅନୁଷ୍ଠାନ ଆଗାମୀ ଦିନରେ କଳା ସହ ବିଭିନ୍ନ ସାମାଜିକ କାର୍ଯକ୍ରମ କରିବାର ଲକ୍ଷ୍ୟ ରଖିବା ସହ ଜିଲ୍ଲାର କୋଣ ଅନୁକୋଣ ରୁ ସମସ୍ତ କଳାକାର ମାନଙ୍କୁ ସୁଯୋଗ ଦିଆଯିବ ବୋଲି ସୂଚନା ଦିଆଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking